ଭୁବନେଶ୍ଵରରେ ରୋଡ୍ ସୋ’ ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଅର୍ଗସ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସୁରକ୍ଷା ଦୃଷ୍ଟିରୁ ଡ୍ରୋନ୍ ଉଡ଼ାଣ ମନା କରାଯାଇଛି। ନୋ ଫ୍ଲାଇଂ ଜୋନ୍ ସହ ଡ୍ରୋନ୍ ଉଡ଼ାଣ ବାରଣ ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ଆସନ୍ତା 10 ଓ 11 ତାରିଖରେ 2 ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ।
ଭୁବନେଶ୍ଵରରେ ରୋଡ୍ ସୋ’ ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗିରରେ ସଭାସ୍ଥଳକୁ ନୋ ଫ୍ଲାଇଂ ଜୋନ୍ ଘୋଷଣା ପାଇଁ ଗୁଇନ୍ଦା ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର
ଭୁବନେଶ୍ୱର: ପ୍ରସନ୍ନ ଆଚାର୍ଯ୍ୟଙ୍କ ମୁହଁରେ ପ୍ରଧାନମନ୍ତ୍ରୀଙ୍କ ଭାଷା । ମୋଦି ପଚାରିଥିଲେ ଅପାର ସମ୍ପଦ ଥାଇ ବି କାହିଁକି ଗରିବ ଓଡ଼ିଶା । ରେଢାଖୋଲ ସଭାରେ ପ୍ରସନ୍ନ ଦେଖାଇଲେ ନବୀନଙ୍କୁ ଆଇନା । ଜଳ ସମ୍ପଦର ବନିଯୋଗ ନ ହେବା 25 ବର୍ଷ ଅପାରଗତାର ନମୁନା । ବିଜେଡିକୁ ଲଗାତାର ସମର୍ଥନର ଏ କ'ଣ ପୁରସ୍କାର । ବଦଳରେ ରେଢାଖୋଲବାସୀଙ୍କୁ ଧୋକା ଦେଇଛନ୍ତି ବିଜେଡି ସରକାର ।
ରେଢାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ ଖୋଲି ଦେଲେ ବିଜେଡି ସରକାରଙ୍କ 25 ବର୍ଷର ଆପାରଗତାର ପୋଲ। ତାହା ପୁଣି ଖୋଦ୍ ନବୀନ, ପାଣ୍ଡିଆନଙ୍କ ଉପସ୍ଥିତିରେ। 2014 ଓ 2019ରେ ଏଠାରୁ ବିଧାୟକ ନିର୍ବାଚିତ ହୋଇଥିଲେ ରୋହିତ ପୂଜାରୀ। ନବୀନ ସରକାରରେ ମନ୍ତ୍ରୀ ବି ବନିଥିଲେ। କିନ୍ତୁ ରାସ୍ତା ହେଉକି ପିଇବା ପାଣି ରୋଢାଖୋଲର ମୌଳିକ ସମସ୍ୟା ସମାଧାନରେ ସଂପୂର୍ଣ୍ଣ ବିଫଳ ହୋଇଥିଲେ ରୋହିତ। ଯାହାକି ସିଏ ନିଜେ ସ୍ବୀକାର ବି କରିଥିଲେ।
ଏବେ ରୋହିତଙ୍କ ଅପାରଗତାକୁ ମୁଣ୍ଡାଇବାକୁ ଚାହୁଁ ନାହାନ୍ତି ପ୍ରସନ୍ନ। ତେଣୁ ତାଙ୍କ ଉପରକୁ ଆଙ୍ଗୁଳି ଉଠିବା ପୂର୍ବରୁ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚାହିଁଛନ୍ତି ଏହି ବିଜେଡି ଭେଟେରାନ୍। କିନ୍ତୁ ରୋହିଙ୍କୁ ଦୋଷୀ କରି ରେଢାଖୋଲବାସୀଙ୍କ ଅସନ୍ତୋଷକୁ ପ୍ରଶମିତ କରିପାରିବେ କି ପ୍ରସନ୍ନ। ତାଙ୍କ କହିବା ହେଲା ରେଢାଖୋଲରେ ରହିଛି ଜଳ ସମ୍ପଦର ଭଣ୍ଡାର। ଯାହାର ସଦବିନିଯୋଗ କରାଯାଇଥିଲେ ଚାଷୀଙ୍କ କ୍ଷେତକୁ ଓ ଲୋକଙ୍କ ଘରକୁ ପଣି ପହଞ୍ଚିପାରିଥାନ୍ତା। କିନ୍ତୁ 25 ବର୍ଷ ଧରି ବିଜେଡିକୁ ରେଢାଖୋଲବାସୀଙ୍କ ନିରନ୍ତର ସମର୍ଥନ ସତ୍ତ୍ବେ ନା ଜଳସେଚନ ହେଲା ନା ଲୋକଙ୍କ ଘରେ ପାନୀୟ ଜଳ ପହଞ୍ଚିଲା। ରେଢାଖୋଲର 109ଟି ଗାଁକୁ ପିଇବା ପାଣି ପହଞ୍ଚାଇବା ପାଇଁ 2019ରୁ କଦଳିଗଡ଼ରେ ଆରମ୍ଭ ହୋଇଥିବା ପ୍ରକଳ୍ପ ଆଜିଯାଏ ସମ୍ପୂର୍ଣ୍ଣ ହୋଇ ପାରିଲା ନାହିଁ। ଯାହାକୁ ନେଇ ଏକ୍ସରେ ପୋଷ୍ଟ କରିବା ସହ ବିଜେଡି ସରକାର ଉପରେ ବର୍ଷି ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ପ୍ରଶ୍ନ କରିଥିଲେ ଏହା କଣ 25 ବର୍ଷ ଶାସନରେ ରୂପାନ୍ତରଣ ?
ରେଢାଖୋଲ ପରି ସାରା ଓଡ଼ିଶାରେ ଅମାପ ପ୍ରାକୃତିକ ସମ୍ପଦ ଭରି ରହିିଥିଲେ ବି 25 ବର୍ଷ ଲଗାତାର ସରକାରରେ ଥାଇ ବି ତାର ସଦବିନିଯୋଗ କରିପାରିଲେନି ନବୀନ ସରକାର। ଯେଉଁଥିପାଇଁ ଧନୀ ଓଡ଼ିଶାର ଲୋକେ ଆଜି ଗରିବ ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ବାରମ୍ବାର ବିଜେଡି ସରକାରଙ୍କ ଉପରେ କରୁଛନ୍ତି ପ୍ରହାର।
କିନ୍ତୁ ଭେଟେରାନ ପ୍ରସନ୍ନ ଭୁଲିଯାଇଛନ୍ତି ସେ ପୂର୍ବରୁ ଏଠାରୁ ବିଧାୟକ ନିର୍ବାଚିତ ହୋଇ ମନ୍ତ୍ରୀ ବି ବନିଥିଲେ। ଆଉ ପାଣ୍ଡିଆନ କହିଥିଲେ ବିଜେଡିରେ ପ୍ରାର୍ଥୀଙ୍କର ନାହିଁ କୌଣସି ଔକାତ୍ 147 ଆସନରେ ନବୀନଙ୍କ ଚେହେରାରେ ଲଢାଯାଉଛି ନିର୍ବାଚନ। ଯଦି ଶ୍ରେୟ ନବୀନଙ୍କର ତାହାଲେ ରେଢାଖୋଲରେ 25 ବର୍ଷର ଅପାରଗତାର ଉତ୍ତରଦାୟିତ୍ବ ବି କାହିଁକି ତାଙ୍କର ହେବ ନାହିଁ। ସେଥିପାଇଁ ଚତୁର ପ୍ରସନ୍ନ ନିଜ ଉପରକୁ ପ୍ରଶ୍ନ ଆସିବା ପୂର୍ବରୁ ନବୀନଙ୍କ ଉପସ୍ଥିତିରେ ଏ ପ୍ରସଙ୍ଗ ଉଠାଇ ବିଜେଡି ସୁପ୍ରିମୋଙ୍କୁ ଦେଖାଇଦେଇଛନ୍ତି ତାଙ୍କ ଅପାରଗତାର ଆଇନା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲାରେ ଦାଦନ ଦୁଃଖ। ପଦାରେ ପଡ଼ିଛି 25 ବର୍ଷ ସରକାରର ବିଫଳତା ଚିତ୍ର। ଗାଁ ଗାଁରେ ମୁଖ୍ୟମନ୍ତ୍ରୀଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିରୋଧ। ଗଞ୍ଜାମରୁ ଆସିଲା ବଦଳୁଥିବା ଓଡିଶା ରାଜନୀତିର ଚିତ୍ର। ଉପକୂଳରୁ ଉପାନ୍ତ ସବୁଠି ଦାଦନ ଯନ୍ତ୍ରଣା। ଛତ୍ରପୁରରେ 14 ଦିନ ପରେ ଫେରିଲା ଦାଦନର ମୃତଦେହ। କେନ୍ଦ୍ରାପଡା ମହାକାଳପଡାରେ ଦାଦନ ଖଟିବାକୁ ଯାଇ ଜଣଙ୍କର ମୃତ୍ୟୁ। 25 ବର୍ଷ ସରକାରର ପାରିବାପଣିଆ ଉପରେ ଉଠିଲା ପ୍ରଶ୍ନ।
14 ଦିନ ପରେ ଗାଁକୁ ଫେରିଲା ମୃତଦେହ । ଦାଦନ ଖଟିବାକୁ ଯାଇ ବିଦେଶରେ ଜୀବନ ହାରିଥିବା ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବାଗଲପୁର ଗ୍ରାମର କାର୍ତିକ ପ୍ରଧାନଙ୍କ ଏକ ମାତ୍ର ରୋଜଗାରିଆ ପୁଅ ସାଗର ପ୍ରଧାନଙ୍କ ଶବ ଭିଟା ମାଟିକୁ ଫେରିଛି । ତାର ମୃତ ଦେହକୁ ଭିଟାମାଟିକୁ ଫେରାଇ ଆଣିବା ପାଇଁ ଅର୍ଗସରେ ପ୍ରଥମେ ଓ ବାରମ୍ବାର ଖବର ପ୍ରସାରଣ କରାଯାଇଥିଲା । ଦୀର୍ଘ ୧୪ ଦିନ ପରେ ଗାଁରେ ଆସି ପହଞ୍ଚିଲା ମୃତ ଶରୀର । ଆଉ ମୃତଦେହ ଗାଁରେ ପହଁଞ୍ଚିବା ପରେ ବାଗଲପୁର ଶ୍ମଶାନରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳିରେ ଫାଟି ପଡୁଥିଲା ଗାଁ ଶ୍ମଶାନ।
ଏ ତ ଗଲା ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମର କଥା । ଆଉ ଏ ଦୃଶ୍ୟ ହେଉଛି ଉପକୂଳ ଜିଲ୍ଲା କେନ୍ଦ୍ରାପଡାର ମହାକାଳପଡା ନିର୍ବାଚନ ମଣ୍ଡଳୀର । ଆଉ ଏଠି ଦାଦନ ଖଟିବାକୁ ଯାଇ ସୁରଟ ରେ ପଡ଼ି ରହିଛି ସ୍ୱାମୀ ର ମୃତ ଦେହ । ଆଉ ମୃତ ଶରୀର କୁ ଫେରାଇ ଆଣିବାକୁ ସ୍ତ୍ରୀ ର ଆକୁଳ ନିବେଦନ । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ବଡକୁଳ ପଂଚାୟତ ର ବେନୁପାଳ ଗାଁର, ସ୍ୱର୍ଗତ ବଟ ସ୍ୱାଇଁ ଙ୍କ ଏକ ମାତ୍ର ପୁଅ ସଞ୍ଜୟ ସ୍ୱାଇଁ । ଦାଦନ ଖଟିବାକୁ ସୁଦୂର ଗୁଜୁରାଟର ସୁରାଟ ର ଏକ ସୁତା ମିଲ ରେ କାମ କରି ପରିବାର ପ୍ରତି ପୋଷଣ କରୁଥଲେ । ଆଉ ସଞ୍ଜୟର ମୃତ୍ୟ ପରେ ତାଙ୍କ ଶବ ଫେରାଇ ଆଣିବା ଆକୁଳ ନିବେଦନ କରିଛନ୍ତି ପରିବାର ଲୋକ।
ସେପଟେ ଗାଁ ଗାଁରେ କରାଯାଉଛି ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀଙ୍କୁ ବିରୋଧ । ଗଞ୍ଜାମରୁ ଆସିଛି ବଦଳୁଥିବା ଓଡିଶାର ରାଜନୀତି ଚିତ୍ର । ପୁଣି ହଟ୍ଟହଟ୍ଟା ହୋଇଛନ୍ତି ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ । ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ପୁଣି ପ୍ରାର୍ଥୀ ହୋଇଥିବା ସୂର୍ଯ୍ୟମଣି ବୈଦ୍ୟଙ୍କୁ ପାଣି ପାଇଁ କରାଯାଇଛି ବିରୋଧ । ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀର ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମକୁ ପ୍ରଚାର ନିମନ୍ତେ ଯାଇଥିଲେ ବିଧାୟିକା ପ୍ରାର୍ଥିନୀ । ହେଲେ ଗ୍ରାମର ବହୁ ମହିଳା ଓ ପୁରୁଷ ମାନେ ରାସ୍ତାରେ ମାଠିଆ ବାଲ୍ଟି ରଖି ପ୍ରତିବାଦ କରିଥିଲେ । ଗ୍ରାମର କୁମ୍ଭାର ସାହି ଛକ ଓ ବଡ଼ ସାହି ଛକ ନିକଟରେ ଏପରି ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି। ବିଧାୟିକାଙ୍କୁ ଲୋକେ କରିଥିଲେ ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ଦିନ ତମାମ ବିଜେପି ତୁଙ୍ଗ ନେତାଙ୍କ ହଲ୍ଲାବୋଲ୍। ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ପାଇଁ ଜୋର। ରେଢାଖୋଲ, ପାଟଣା, ଖୋର୍ଦ୍ଧାରେ ରାଜନାଥ ସିଂଙ୍କ ହାଇଭୋଲ୍ଟେଜ୍ ପ୍ରଚାର। କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ। କୁଚିଣ୍ଡାରେ ନବୀନ ସରକାରଙ୍କୁ ବିଷ୍ଣୁଦେବ ସାଏଙ୍କ ଟାର୍ଗେଟ୍। ଆଠମଲ୍ଲିକରେ 25 ବର୍ଷର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ବାନ...ସମ୍ବଲପୁରରେ ତେଜସ୍ଵୀ ସୂର୍ଯ୍ୟାଙ୍କ ବିଶାଳ ବାଇକ ରାଲି।
ବିଜେପି ଫୋକସରେ ଓଡ଼ିଶା । ମୈଦାନରେ ଜୋରଦାର୍ ପ୍ରଚାର କରିଛନ୍ତି ଦଳର ହେଭିୱେଟ୍ । ରେଢାଖୋଲ, ପାଟଣା ଓ ଖୋର୍ଦ୍ଧାରେ ପଦ୍ମ ଫୁଲରେ ଭୋଟ୍ ପାଇଁ ନିବେଦନ କରିଛନ୍ତି ରାଜନାଥ ସିଂ । ରେଢାଖୋଲ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ୍ ହୋଇ କଂଗ୍ରେସ ଓ ବିଜେଡି ସରକାର ଉପରେ ଜୋରଦାର୍ ବର୍ଷିଛନ୍ତି ।... ସେ କହିଛନ୍ତି, ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ, ୨୫ ବର୍ଷ ବିଜେଡି ଶାସନ କରିଛି। ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ଆଜି ସାରା ବିଶ୍ବ ମୋଦିଙ୍କ ନେତୃତ୍ଵକୁ ପ୍ରଶଂସା କରୁଛି।ଏହି ସମୟରେ ମଞ୍ଚ ଉପରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂୟସୀ ପ୍ରଶଂସା କରିଥିଲେ ରାଜନାଥ ।
ସେହିପରି ସମ୍ବଲପୁର କୁଚିଣ୍ଡା ନିର୍ବାଚନୀ ସଭାରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ଓଡିଶାରେ ୨୫ ବର୍ଷ ଶାସନ କାଳରେ ଦଳର ମୁଖିଆ ଠିକ ସେ ଓଡ଼ିଆ ଭାଷା କହିନପରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ । ଜଣେ ଅଣ ଓଡ଼ିଆର ଇସାରାରେ ବିଜେଡି ସରକାର ଚାଲୁଛି । ଏଥର ପରିବର୍ତ୍ତନ ସହ ଡବଲ ଇଞ୍ଜିନ ସରକାର ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅନୁଗୁଳ ଆଠମଲ୍ଲିକ ବିଜୟ ସଂକଳ୍ପ ସମାବେଶରେ ସାମିଲ୍ ହୋଇ 25 ବର୍ଷର ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ଆହ୍ବାନ ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେପଟେ ସମ୍ବଲପୁରରେ ବିଶାଳ ବାଇକ୍ ରାଲି କରି ଶକ୍ତି ପ୍ରଦର୍ଶନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ସଭାପତି ତେଜସ୍ଵୀ ସୂର୍ଯ୍ୟା । ଓଡ଼ିଶାରେ ଜୋରସୋରରେ ପ୍ରଚାର ଚଳାଇଛନ୍ତି ବିଜେପି ତୁଙ୍ଗ ନେତା । ଏବେ କେବଳ 400 ପାର୍ ନୁହେଁ ଓଡ଼ିଶାରେ ସତ୍ତା ପରିବର୍ତ୍ତନ ଲାଗି ନାରା । କେବଳ 21 ଲୋକସଭା ଆସନ ନୁହେଁ ଟାର୍ଗେଟରେ ବିଧାନସଭା ସିଟ୍ ।
ଅଧିକ ପଢନ୍ତୁ ଓଡ଼ିଶା ଖବର