ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ନିର୍ବାଚନ ବେଳେ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାରେ ଚଢଉ ବେଳେ ୮ କୋଟି ଟଙ୍କା ମିଳିଛି । ଟଙ୍କା ଗୁଡିକ ପାଇପ୍ ବୋଝେଇ ଗାଡିରେ ହାଇଦ୍ରବାଦରୁ ଗୁଣ୍ଟୁର ନିଆଯାଉଥିଲା । ଏଥିପାଇଁ ଗାଡି ଭିତରେ ଏକ ସ୍ବତନ୍ତ୍ର ଚାମ୍ବର କରାଯାଇଥିଲା । ପୋଲିସ ୮କୋଟି ଟଙ୍କା ଜବତ କରି ତନାଘନା କରୁଛି । ଏତେ ପରିମାଣର ଟଙ୍କା କେଉଁଠୁ ଆସିଲା, କାହା ପାଖକୁ ନିଆଯାଉଥିଲା ସେ ନେଇ ଚାଲିଛି ତଦନ୍ତ । ଜବତ ଟଙ୍କା ନିର୍ବାଚନକୁ ପ୍ରଭାବିତ କରିବାକୁ ନିଆଯାଉଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଜଗା ଦର୍ଶନ କରି ଶ୍ରୀମନ୍ଦିରୁ ବାହାରିଲେ ମୋଦି । ଶ୍ରୀମନ୍ଦିରେ କଲେ ପୂଜାର୍ଚ୍ଚନା । ମହାପ୍ରଭୁଙ୍କ ଦର୍ଶନପରେ ରୋଡ଼ ସୋ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ସକାଳୁ ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ପହଞ୍ଚିଥିଲେ ମୋଦି । ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ କରିଥିଲେ ଦର୍ଶନ । ଦର୍ଶନ ପରେ ହବ ରୋଡ଼ ସୋ ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ: ଜୟନ୍ତ ଷଡଙ୍ଗୀଙ୍କୁ କଣ କହିଲେ ମୋଦି ? ପାଖକୁ ଡାକିଲେ ଏବଂ ବିଧାୟକ ଜୟନ୍ତ ଷଡଙ୍ଗୀଙ୍କୁ କିଛି କହୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶ୍ରୀମନ୍ଦିରରେ ପଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳୁ ସକାଳୁ ଭୁବନେଶ୍ୱର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପହଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରଛନ୍ତି ମୋଦି । ଏହି ସମୟରେ ଜୟନ୍ତ ଷଡଙ୍ଗୀଙ୍କୁ ପାଖକୁ ଡାକି କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ। ପରେ ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପଞ୍ଚିଲେ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରଛନ୍ତି ମୋଦି । ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ପହଞ୍ଚିଥିଲେ ମୋଦି । ନିର୍ଦ୍ଧାରିତ ସମୟ ପୂର୍ବରୁ ପୁରୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ତାଳବଣିଆ ହେଲିପ୍ୟାଡରୁ ସିଧାସଳଖ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ । ସେଠାରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆରମ୍ଭ କରିବେ ବିଶାଳ ରୋଡ ସୋ । ସକାଳ ୮ଟାରେ ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢନ୍ତୁ : ପୁରୀରେ ମୋଦି, ମହାପ୍ରଭୁଙ୍କୁ କରିବେ ଦର୍ଶନ
ପ୍ରଧାନମନ୍ତ୍ରୀ ଶ୍ରୀମନ୍ଦିର ଛାଡ଼ିବା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି । ଟ୍ରାଫିକ ଓ ଆଇନଶୃଙ୍ଖଳା ଦୃଷ୍ଟିରୁ ୧୮୪ ପୁଲିସ ଅଧିକାରୀ ଓ ୬୩ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ । ରବିବାର ରାତି ୧୧ଟାରୁ ସୋମବାର ଦିନ ୧୦ଟା ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ଗାଡ଼ି ଚଳାଚଳ ଉପରେ କଟକଣା ରହିଛି । ପରେ ଅନୁଗୁଳ ଏବଂ କଟକରେ ଜନସଭାକୁ ସମ୍ବୋଧିତ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିବେ ପ୍ରଧାନମନ୍ତ୍ରୀ ।