ସୂର୍ଯ୍ୟ ତିଲକର ଏହି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେଉଛି। ରାମନବମୀରେ ରାମଲଲାଙ୍କ ବିଶେଷ ପୂଜା କରାଯାଇଥିଲା। ବାଲ ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ୬୦ ଲକ୍ଷ ଭକ୍ତଙ୍କ ଭିଡ଼ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ରାମନବମୀର ବିଶେଷ ଅବସରରେ ଅଯୋଧ୍ୟା ରାମ ମନ୍ଦିରରେ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଭଗବାନ ଶ୍ରୀରାମଙ୍କ କପାଳରେ ସୂର୍ଯ୍ୟ ତିଲକ ଲଗାଯାଇଥିଲା। ଏହି ଅଲୌକିକ ଦୃଶ୍ୟ ଭକ୍ତିରେ ଭରିଥିଲା। ଭଗବାନ ଶ୍ରୀ ରାମଙ୍କ ସୂର୍ଯ୍ୟ ତିଲକ କାର୍ଯ୍ୟ କରିବା ମାତ୍ରେ ସମଗ୍ର ମନ୍ଦିର କମ୍ପ୍ଲେକ୍ସ ଶ୍ରୀରାମଙ୍କ ସ୍ଲୋଗାନରେ ପ୍ରତିଧ୍ବନିତ ହୋଇଥିଲା।
ସୂର୍ଯ୍ୟ ତିଲକର ଏହି ଭିଡିଓ ସେସିଆଲ ମିଡିଆରେ ଭାଇରାଲ ହେଉଛି। ରାମନବମୀରେ ରାମଲଲାଙ୍କ ବିଶେଷ ପୂଜା କରାଯାଇଥିଲା। ବାଲ ରାମଲଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ୬୦ ଲକ୍ଷ ଭକ୍ତଙ୍କ ଭିଡ଼ ହୋଇଥିଲା।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ : ଝାରସୁଗୁଡ଼ାରେ ଟ୍ରିପଲ୍ ମର୍ଡର । ଝାରସୁଗୁଡ଼ାରେ ୩ ଜଣଙ୍କୁ ହତ୍ୟା ଅଭିଯୋଗ । ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ଗୁଳିକରି ହତ୍ୟା ଅଭିଯୋଗ । ବାଣୀପାହାଡ଼ ଜଙ୍ଗଲ ପାଖରେ କାର୍ରେ ବସିଥିବା ବେଳେ ଗୁଳିମାଡ଼ । ଲଖନପୁର ଥାନା ଆଦର୍ଶ ବିଦ୍ୟାଳୟ ପାଖ ବାଣୀପାହାଡ଼ ଜଙ୍ଗଲ । ସମସ୍ତ ମୃତକଙ୍କ ଘର ବ୍ରଜରାଜନଗରରେ ହୋଇଥିବା ସୂଚନା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଏୟାର ଇଣ୍ଡିଆ ଏକ୍ସପ୍ରେସର ୯୦ରୁ ଅଧିକ ଜାତୀୟ ତଥା ଅନ୍ତର୍ଜାତୀୟ ବିମାନର ଉଡାଣକୁ ବାତିଲ କରାଯାଇଛି । ଏନେଇ ବିମାନ ଚଳାଚଳ ସୂତ୍ରରୁ ପ୍ରକାଶ ପାଇଛି । କାରଣ ଅନେକ ପାଇଲଟଙ୍କ ସହ ପାଖାପାଖି ୩୦୦ କ୍ରୁ ମେମ୍ବର୍ସ ଏକକାଳୀନ ସିକ୍ ଲିଭ୍ ନେଇ ଛୁଟିରେ ଯାଇଛନ୍ତି । ତେବେ ଏତେ ସଂଖ୍ୟକ କ୍ରୁ ମେମ୍ବର୍ସ ହଠାତ ଏଭଳି ପଦକ୍ଷେପ କାହିଁକି ନେଇଛନ୍ତି ତାହା ଏଯାଏଁ ଜଣାପଡିନାହିଁ ।
ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ମିଶିବାକୁ ଯାଉଥିବାରୁ ଉଭୟ ଏୟାରଲାଇନ୍ସର ପାଇଲଟ ଓ କ୍ୟାବିନ୍ କ୍ରୁ ମାନେ ନିଜ ଚାକିରି ପ୍ରତି ବିପଦ ଅନୁଭବ କରି ପ୍ରତିବାଦ କରିଥିଲେ । ସେଥିପାଇଁ ସମସ୍ତେ ବିରୋଧ କରୁଛନ୍ତି । ମଙ୍ଗଳ ବାର ରାତିରୁ ଆନ୍ଦୋଳନ ଜୋରଦାର ହୋଇଥିବାରୁ ପାଇଲଟ୍ ଓ ଅନ୍ୟ କର୍ମଚାରୀ ସମୂହ ଛୁଟିରେ ଯାଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ଅନ୍ୟପଟେ ଏୟାର ଇଣ୍ଡିଆ ମୁଖପାତ୍ର କହିଛନ୍ତି, ବିମାନ ବାତିଲ ଏବଂ ବିଳମ୍ବ ହେବା କାରଣରୁ ଅନେକ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତ୍ରୀଙ୍କ ଅସୁବିଧାକୁ ଦୂର କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ ଜାରି ରଖିଛୁ । କିନ୍ତୁ ଯାତ୍ରୀଙ୍କ ଅସୁବିଧା ହେତୁ ଆମେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରୁଛି । ଉଡାଣ ବାତିଲ ହୋଇଥିବା ଫ୍ଲାଇଟର ଟଙ୍କା ଯାତ୍ରୀଙ୍କୁ ଫେରସ୍ତ କରାଯିବ କିମ୍ବା ଅନ୍ୟ ତାରିଖକୁ ଘୁଞ୍ଚାଇ ଦିଆଯିବ । ତେବେ ଆଜି ଯେଉଁମାନେ ଉଡାଣ ଭରିବାକୁ ଯାଉଛନ୍ତି ବିମାନ ବନ୍ଦରକୁ ଯିବା ପୂର୍ବରୁ ସେମାନଙ୍କ ଯାତ୍ରା ପ୍ରଭାବିତ ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଅର୍ଗସ ବ୍ୟୁରୋ : ଚାରି ଧାମ ଯାତ୍ରା ପାଇଁ ଆସିଲା ବଡ଼ ଖବର । ତ୍ତରାଖଣ୍ଡର ଅର୍ଥାତ୍ ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥ ଧାମର ଯାତ୍ରାର ଦ୍ୱାର ଖୋଲିବାର ତାରିଖ ଘୋଷଣା କରାଯାଇଛି । ଆସନ୍ତା ମେ ୧୦ ତାରିଖରୁ ତୀର୍ଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଆଜିଠାରୁ ଶ୍ରଦ୍ଧାଳୁ ଅଫଲାଇନ ଓ ଅନଲାଇନ ପଞ୍ଜିକରଣ କରିପାରିବେ । ବଦ୍ରିନାଥ, କେଦାରନାଥ, ଗଙ୍ଗୋତ୍ରୀ ଓ ଜମୁନୋତ୍ରୀ ତୀର୍ଥ ଯାତ୍ରା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିବାବେଳେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁସମସ୍ତ ବ୍ୟବସ୍ଥା କରାଯାଇଛି ।
ଅଧିକ ପଢନ୍ତୁ : ୧୨ରେ ଖୋଲିବ ବଦ୍ରିନାଥ ଧାମ ଦ୍ୱାର
ଶ୍ରଦ୍ଧାଳୁଙ୍କ ସୁରକ୍ଷା ସହ ପାଣିପାଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ଯେପରି କୌଣସି ସମସ୍ୟା ନହୁଏ ସେଥିପାଇଁ ଡେରାଡୁନ ଓ ହରିଦ୍ବାରରେ ସିଙ୍ଗଲ ୱିଣ୍ଡୋ ସଲ୍ୟୁସନ୍ସ କେନ୍ଦ୍ର ସ୍ଥାପନ ହୋଇଛି । କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ତରୀ ୧୦ ତାରିଖରୁ ଖୋଲୁଥିବାବେଳେ ଆସନ୍ତା ୧୨ ତାରିଖରେ ଖୋଲିବ ବଦ୍ରିନାଥ କବାଟ ।