ଅଞ୍ଚଳରେ ଏକାଧିକ ଜାଗାରେ ଗଛ ପଡ଼ି ଥିବା ସୂଚନା ମିଳିଛି । ସେପଟେ ସଦର ଚମ୍ପିକଟା ସାହି ଓ ଏକାଧିକ ସ୍ଥାନରେ ଥିବା ବିଦ୍ୟୁତ୍ ତାର ଉପରେ ଗଛ ପଡ଼ିଥିବା ସୂଚନା ଦେଇଛନ୍ତି ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ । ସକାଳ ହେଲେ କ୍ଷୟକ୍ଷତି ଆକଳନ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ଦେଇଛନ୍ତି ତହସିଲ ବିଭାଗ । କେବଳ ନାରାୟଣପାଟଣା ନୁହେଁ ବନ୍ଧୁ ଗାଁ ବ୍ଲକ୍ ରେ ମଧ୍ୟ କାଳବୈଶାଖୀ ପ୍ରଭାବରେ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି ।
ସେପଟେ ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ସନ୍ତୁଳି ହେଉଛି ଓଡ଼ିଶା । ଆହୁରି 4 ରୁ 5ଦିନ ଯାଏଁ ରାଜ୍ୟର କିଛି ଜିଲ୍ଲାରେ ଉଷ୍ମ ପାଣିପାଗ ସ୍ଥିତି ଜାରି ରହିବ । ଦିନ ତାପମାତ୍ରା 2 ଡ଼ିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ କିଛି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଆଭ୍ୟନ୍ତରୀଣ ଓଡ଼ିଶାରେ 45 ଡିଗ୍ରୀ କିମ୍ବା ଅଧିକ ପାରଦ ରେକର୍ଡ ସମ୍ଭାବନା ରହିଛି ।