ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଏକ ତଥ୍ୟ ସାମନାକୁ ଆସିଛି । ଦକ୍ଷିଣ କନ୍ନଡ ଜିଲ୍ଲାର ବେଲଥାଙ୍ଗଡି ତାଲୁକର ଆଭ୍ୟନ୍ତରିଣ ବସ୍ତି ବଞ୍ଜୁରୁମାଲ ଯେଉଁଠି ଲୋକସଭା ନିର୍ବାଚନରେ ଶତପ୍ରତିଶତ ମତଦାନ ହୋଇଛି । ଏହି ପଲ୍ଲୀରେ ଭୋଟର ସଂଖ୍ୟା ମୋଟ୍ 111, ହେଲେ ମତଦାନ ଶେଷ ହେବାର ଦୁଇ ଘଣ୍ଟା ପୂର୍ବରୁ ସରିଥିଲା ମତଦାନ । ଏଠାରେ ବସବାସ କରୁଥିବା ଅଧିକାଂଶ ଲୋକ ବନବାସୀ, ଆଦିବାସୀ କୃଷକ ଓ କ୍ଷୁଦ୍ର ଜଙ୍ଗଲଜାତ ସାମଗ୍ରୀ ସଂଗ୍ରହକାରୀ । ନା ଏଠାକୁ ଗମନାଗମନ ସୁବିଧା ଅଛି ନା ବିଜୁଳି ଅଛି । ସୂର୍ଯ୍ୟାଆଲୋକରେ ଚଳନ୍ତି । ଝରଣା ପାଣିରେ ଶୋଷ ମେଣ୍ଟାନ୍ତି । କିନ୍ତୁ ଏହା ପରେ ବି ଭୋଟ ଦେଇଥିବାରୁ ଚର୍ଚ୍ଚା ଜୋର ।
ନିର୍ବାଚନ, ରାଜନୀତି, ଭୋଟ୍ ଏହାକୁ ଶିକ୍ଷିତ ଲୋକ ଖୁବ ଭଲ ଭାବରେ ବୁଝନ୍ତି । ହେଲେ ଯେତେବେଳେ ନିର୍ବାଚନ ହୁଏ ଗ୍ରାମାଞ୍ଚଳରେ ଭୋଟ୍ ହାର୍ ଅଧିକ ରହିଥାଏ । ଆଉ ସହରାଞ୍ଚଳରେ କମ୍ । ଆମେ ଏକ ପ୍ରକାର କହିପାରିବା ଶିକ୍ଷିତ ଲୋକ ଭୋଟ୍ ଦେବାକୁ ଯାଆନ୍ତିନି । ହେଲେ ଏହି ଘଟଣାରୁ କିଛି ଶିଖିବାର କଥା ।