ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ: ଅନୁଗୁଳରେ ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ । ଏନ୍ଏଚ୍ ୫୫ ପଞ୍ଚମହଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ୩ ଯୁବକ ବାଇକରେ ଯାଉଥିବା ବେଳେ ଧକ୍କା ଦେଲା ଟ୍ରକ । ମୃତ ତିନି ଯୁବକ ଡେରେଜାଙ୍ଗ ଗାଁର ଛୋଟୁ ପ୍ରଧାନ , ରାଜେନ୍ଦ୍ର ପ୍ରଧାନ , କୃପା ପ୍ରଧାନ । ଘଟଣାକୁ ନେଇ ଉତ୍ତେଜନା ଦେଖା ଦେଇଛି । ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ଅବରୋଧ କରା ଯାଇଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
ଅର୍ଗସ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଯୋଗୁ ତାତିରୁ ତ୍ରାହି ମିଳିଛି । ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଦେଖାଯାଉନି । ସେହିପରୀ ଅନେକ ସ୍ଥାନରେ ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୩ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୪ରୁ ୬ ଡିଗ୍ରୀ କମିବା ନେଇ ସମ୍ଭାବନା ରହିଛି ।
ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହୋଇଛି । କେନ୍ଦ୍ରାପଡ଼ାରେ ସର୍ବାଧିକ ୪୨ ମିଲିମିଟର, ଚାନ୍ଦବାଲିରେ ୧୫ ମିଲିମିଟର, କେନ୍ଦୁଝରରେ ୮.୨ ମିଲିମିଟର ଓ ପାରାଦୀପରେ ୦୫. ମିଲିମିଟର ବର୍ଷା ରେକର୍ଡ ହୋଇଛି । ତେବେ ନବରଙ୍ଗପୁରରେ ସର୍ବନିମ୍ନ ୨୫.୫ ଡିଗ୍ରୀ ରେକର୍ଡ କରାଯାଇଛି । ଟିଟିଲାଗଡ ଓ ବଲାଙ୍ଗିରରେ ୧୦ ଡିଗ୍ରି ତାପମାତ୍ରା କମିଥିବା ବେଳେ ଭୁବନେଶ୍ବରରେ ୭.୨ ଡିଗ୍ରି ହ୍ରାସ ପାଇଛି ।
ଅଧିକ ପଢନ୍ତୁ ପାଣିପାଗ ଖବର
କାଳବୈଶାଖୀ ଯୋଗୁ ଆଜି ମଧ୍ୟ ତାପମାତ୍ରା କମ ରହିବା ନେଇ ଆକଳନ କରାଯାଇଛି । ଭୁବନେଶ୍ବର ସମେତ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ସମ୍ଭାବନା ଥିବାରୁ ତାପମାତ୍ରାରେ ବିଶେଷ ବୃଦ୍ଧି ଘଟିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ଅକଳନ କରିଛି ।
ଅର୍ଗସ ବ୍ୟୁରୋ : ବିଜେପି ଫୋକସରେ ଓଡ଼ିଶା । ଆଜି ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏହା ସହ ଦ୍ବିତୀୟ ଦିନ ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ । ପୁରୀ କୃଷ୍ଣପ୍ରସାଦରେ ନୀତୀନ ଗଡ଼କରୀ ଏବଂ ମାଲକାନଗିରି ଏବଂ ଗଞ୍ଜାମ ଖଲ୍ଲିକୋଟରେ ପ୍ରଚାର ମଙ୍ଗ ଧରିବେ ହେନନ୍ତ ବିଶ୍ବଶର୍ମା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସେପଟେ ଆସନ୍ତାକାଲି ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ଏକ ବିଶାଳ ରୋଡ଼ ସୋ କରିବାର କର୍ଯ୍ୟକ୍ରମ ରହିଛି । ସେପଟେ ଲଗାତାର ଦ୍ବିତୀୟ ଦିନ ଓଡ଼ିଶାରେ ପ୍ରଚାର କରିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କୋରାପୁଟ, ଲକ୍ଷ୍ମୀପୁର ଓ ପଟାଙ୍ଗିରେ ଜନସଭାକୁ ସମ୍ବୋଧନ କରିବେ ବିଷ୍ଣୁଦେବ ସାଏ ।
ଅର୍ଗସ ବ୍ୟୁରୋ : ଅନ୍ଧାରରେ ଶ୍ରୀମନ୍ଦିର । ଅନ୍ଧାରରେ ଶ୍ରଦ୍ଧାଳୁ । ପ୍ରାୟ ୧୫ ମିନିଟ୍ ଲାଇନ୍ କଟିବା ଯୋଗୁଁ ଶ୍ରୀମନ୍ଦିର ଭିତରେ ଅନ୍ଧାର । ପାୱର ଟ୍ରିପ୍ ଯୋଗୁଁ ଅନ୍ଧାର ହୋଇଥିବା ସୂଚନା । ମିନି ଇନଭର୍ଟରରେ କିଛି ସମୟ ଶ୍ରୀମନ୍ଦିର ଭିତରେ ଜଳିଲା ଲାଇଟ୍ । ଅନ୍ଧାର ଯୋଗୁଁ ଶ୍ରୀମନ୍ଦିର ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ।
ଅଧିକ ପଢନ୍ତୁ ଓଡ଼ିଶା ଖବର