ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାଣ୍ଡିଆନଙ୍କ ନିର୍ବାଚୀନ ସଭା ପରେ ଅଘଟଣ । ସଭାପରେ ଛୁରୀମାଡରେ ଚାଲିଗଲା ଜଣଙ୍କ ଜୀବନ । ବୁଧବାର ଥିଲା ପାଣ୍ଡିଆନଙ୍କ ପଦ୍ମପୁର ନିର୍ବାଚନୀ ସଭା। ସ୍ଵତନ୍ତ୍ର ବିମାନ ଓ ହେଲିପ୍ୟାଡରେ ଆସି ନିର୍ବାଚନୀ ସଭାରେ ଯୋଗଦେଇଥିଲେ ଭି.କେ. ପାଣ୍ଡିଆନ। ହେଲେ ପାଣ୍ଡିଆନ୍ ସଭା ସାରି ଯିବା ପରେ ସେଠାରେ ହୋଇଥିଲା ଗଣ୍ଡଗୋଳ ଓ ଛୁରାମାଡ । ଆଉ ଯେଉଁଥିରେ ଚାଲିଯାଇଛି ଏକ ନିରୀହ ଜୀବନ । ଜଣେ ଅନ୍ୟ ଜଣକୁ ଛୁରୀ ମାରି ହୋଇ ଯାଇଥିଲା ଫେରାର । ପୋଲିସ ଫେରାର ଅଭିଯୁକ୍ତଙ୍କୁ ଖୋଜୁଥିବା ସହ ଘଟଣା ଉପରେ ତଦନ୍ତ କରୁଥିବା ସୂଚନା ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ । ସେଠି ସାଧାରଣସଭାକୁ ସମ୍ବୋଧନ କରିଥିଲେ । ଏବେ କଟକରେ ପହଞ୍ଚିଛନ୍ତି ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ଏଠି ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ସଭା ଶେଷ କରି ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦି । ଜୀବନର ଲମ୍ବା ସମୟ ପାର୍ଟିର ସଂଗଠନରେ ଲଗାଇଛି । ପୁରୀରେ ଅଦ୍ଭୂତପୂର୍ବ ଭିଡ ଦେଖିଲି । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କ ଆଶା ପୂରଣ କରନ୍ତି । ଓଡିଶାର ସୁଖ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ ମାଗିଲି । ପ୍ରତି ଭୋଟର୍ ଙ୍କୁ ଭୋଟ୍ ଦେବାକୁ ଅପିଲ୍ କଲେ ମୋଦି ।
ଓଡିଶାରେ ଗୋଟିଏ ନାରା ଶୁଭୁଛି । ଓଡିଶାର ଗାଁ ଗାଁ..ଗଳି ଗଳି..ଘରେ ଘରେ...ଗୋଟିଏ ଶବ୍ଦ ଶୁଭୁଛି । ଓଡିଶାରେ ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର । ଆଜିବି ଏଠାର କୃଷକ ଚିନ୍ତିତ । ଛୋଟ ଛୋଟ କାମ ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି ଲୋକେ । ଆଦିବାସୀ ଅଞ୍ଚଳରେ ଯେଉଁଠି ଜଙ୍ଗଲ, ଜମି, ଖଣିଜ ସମ୍ପଦ ଅଛି । ସେହି ଅଞ୍ଚଳ ସବୁଠୁ ଅବ୍ୟବସ୍ଥିତ ହୋଇ ଅଛି । 24 ବର୍ଷ ସ୍ଥିର ସରକାରରେ କ'ଣ ମିଳିଛି । ସମୃଦ୍ଧ ଓଡିଶାର ଜନତା କାହିଁକି ଦାରିଦ୍ର୍ୟତାର ସହ ବଞ୍ଚୁଛନ୍ତି ବୋଲି ପ୍ରଶ୍ନ କଲେ ମୋଦି ।
ଆପଣମାନେ ଏତେ ଭଲ ପାଉଛନ୍ତି । ମୋ ପାଖରେ ଶବ୍ଦ ନାହିଁ । ସୋମନାଥ ଧରିତ୍ରୀରୁ ଜଗନ୍ନାଥ ଜମିକୁ ଆସିଛି ପ୍ରଣାମ କରିବା ପାଇଁ । ହେଲେ ଓଡିଶାରେ ଯେଉଁ ଗରିବି ଦେଖୁଛି ମତେ ବହୁତ କଷ୍ଟ ହେଉଛି । ସମୃଦ୍ଧ ପ୍ରଦେଶ, ମହାନ ସମ୍ରାଜ୍ୟକୁ କିଏ ବରବଦା କଲା । କିଏ ଯୁବିଢିଙ୍କ ସ୍ୱପ୍ନକୁ ଦଳି ଚକଟି ଦେଇଛି । ଏହାର କାରଣ କ'ଣ । ଏହାର କାରଣ ହେଉଛି ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କବଜା କରାଯାଇଛି । ଛୋଟ ଛୋଟ ନେତା ବି ଆଜି ମାଲିକ । ଓଡିଶାର ବିଜେଡି ସରକାର ଖଣିଜ ସମ୍ପଦର ଲାଭ ଆପଣଙ୍କୁ ଉଠାଇବାକୁ ଦେଲାନି ।
ଓଡ଼ିଶାକୁ ଡିଏମ୍ଏଫ୍ ଭାବେ 26 ହଜାର କୋଟି ଟଙ୍କା ଓଡିଶାକୁ ଦେଇଛି କେନ୍ଦ୍ର । କିଛି ନିର୍ଦ୍ଦିଷ୍ଟ ଭ୍ରଷ୍ଟାଚାରୀ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ପୂରା ଘେରି ରହିଛନ୍ତି । ବିଜେଡି ଶାସନରେ ଓଡ଼ିଶା ସଂପଦ, ସଂସ୍କୃତି ସବୁ ଅସୁରକ୍ଷିତ ରତ୍ନଭଣ୍ଡାର ଚାବିର ପତ୍ତା ମିଳୁନି । ଆମ ଘରର ଚାବି ହଜିଗଲେ ଆମେ ମହାପ୍ରଭୁଙ୍କୁ ଡାକୁ । ହେଲେ 6 ବର୍ଷ ହେଲାଣି ରତ୍ନଭଣ୍ଡାର ଚାବି ହଜିଯାଇଛି । ଏହା ପଛରେ ବହୁତ ବଡ ରାଜ୍ ରହିଛି ।
ଜୁନ 10ରେ ଓଡିଶାରେ ଡବଲ ଇଞ୍ଜିନ ସରକାରର ଶପଥ ଗ୍ରହଣ ହେବ । ବିଜେଡି ସରକାରର ମୂଳପାତ ହେବା ନେଇ ଦୃଢୋକ୍ତି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ବିଜେପି ସରକାର ହେଲେ ଛତିଶଗଡ ଭଳି ଓଡିଶାରେ ମଧ୍ୟ ଧାନର ଏମଏସପି 3100 ପ୍ରତି କ୍ୱିଣ୍ଟାଲ । 48 ଘଣ୍ଟା ଭିତରେ ଧାନର ପଇସା ବ୍ୟାଙ୍କ ଖାତାରେ ଡିପୋଜିଟ୍ ହେବ । ପିଏମ ସୂର୍ଯ୍ୟଘର ବିଜୁଳି ଯୋଜନା, ଶୁଭଦ୍ରା ଯୋଜନାର ଫାଇଦା ବିଷୟରେ କହିଲେ ପ୍ରଧାନମନ୍ତ୍ରୀ ।
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଆସିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର