ମୋଦି ଜଗନ୍ନାଥଙ୍କ କ୍ଷେତ୍ରକୁ ଭବ୍ୟ ବନାଇବ, ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପିଏମ୍ । ଏହାସହ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା । ବିଶ୍ବର ସବୁ ବଡ଼ ନେତାଙ୍କୁ ଏହାକୁ ଦେଖିଲେ, ଓଡ଼ିଶାର ଐତିହ୍ୟ ଜାଣିଲେ ବୋଲି କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ବିଜେପି ଶିବିରରେ ଉତ୍ସାହ ଭରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ଗସ୍ତକୁ ନେଇ ରାଜ୍ୟବ୍ୟାପୀ ଦେଖାଦେଇଛି ମୋଦିଙ୍କ ଲହର । ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ୨୫ ବର୍ଷର ବିଜେଡି ସରକାରର ବିଫଳତାକୁ କରିଛନ୍ତି ଟାର୍ଗେଟ ।ଓଡ଼ିଆ ସଂସ୍କୃତି ପ୍ରସଙ୍ଗରେ ବି ମୋଦି କରିଛନ୍ତି ଟାର୍ଗେଟ । ମୋଦିଙ୍କ ସ୍ୱରରେ ସ୍ୱର ମିଳାଇଛନ୍ତି ଓଡ଼ିଶା ବାସୀ । ୨୫ ବର୍ଷର ମୁଖ୍ୟମନ୍ତ୍ରୀ ଓଡ଼ିଆ ଅସ୍ମିତାକୁ ବୁଝୁନାହାନ୍ତି । ଓଡ଼ିଆ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା ବୁଝିବାକୁ ପ୍ରଥମେ ଓଡ଼ିଆ ବୁଝିବା ଦରକାର । ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝୁନାହାନ୍ତି । ସେ ଲୋକଙ୍କ ଦୁଃଖ କଣ ବୁଝିବେ ବୋଲି ମତ ପ୍ରକାଶ ପାଇଛି ।
ମୋଦି ଜଗନ୍ନାଥଙ୍କ କ୍ଷେତ୍ରକୁ ଭବ୍ୟ ବନାଇବ, ଏହା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପିଏମ୍ । ଏହାସହ ଜି-୨୦ ସମ୍ମିଳନୀରେ କୋଣାର୍କ ଚକ୍ରକୁ ସ୍ଥାନିତ କରାଯାଇଥିଲା । ବିଶ୍ବର ସବୁ ବଡ଼ ନେତାଙ୍କୁ ଏହାକୁ ଦେଖିଲେ, ଓଡ଼ିଶାର ଐତିହ୍ୟ ଜାଣିଲେ ବୋଲି କହିଛନ୍ତି ମୋଦି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ପିଏମ୍ଙ୍କ ଓଡ଼ିଶା ଗସ୍ତ ନେଇ ଆସିଲା କାର୍ଯ୍ୟସୂଚୀ । ଆଜି ସଂଧ୍ୟା ୬ଟା ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦି । ବିମାନବନ୍ଦରରୁ ବିଜେପି କାର୍ଯ୍ୟାଳୟ ଯିବେ । ବିଜେପି କାର୍ଯ୍ୟାଳୟରେ ୬ ଟା ୪୫ରୁ ୮ଟା ୧୫ ଯାଏ ରହିବେ । ୮ଟା ୨୦ରେ ବିଜେପି କାର୍ଯ୍ୟାଳୟରୁ ବାହାରିବେ । ୮ଟା ୩୦ରେ ରାଜଭବନରେ ପହଞ୍ଚିବେ । ରାଜଭବନରେ ରାତ୍ରିରହଣୀ କରିବେ ମୋଦି ।
ସେହିପରି ଆସନ୍ତାକାଲି ସକାଳ ୬ଟା ୧୫ରୁ ରାଜଭବନରୁ ବାହାରି ୬ଟା ୨୫ରେ ବିମାନବନ୍ଦରରେ ପହଞ୍ଚିବେ । ସକାଳ ୬ଟା ୩୦ରେ ହେଲିକପ୍ଟର ଯୋଗେ ପୁରୀ ଅଭିମୁଖେ ଯିବେ । ସକାଳ ୬ଟା ୫୫ରେ ପୁରୀ ହେଲିପ୍ୟାଡରେ ପହଞ୍ଚିବେ । ସକାଳ ୭ଟାରେ ପୁରୀ ହେଲିପ୍ୟାଡରୁ ବାହାରିବେ । ସକାଳ ୭ଟା ୧୦ରେ ଶ୍ରୀମନ୍ଦିରରେ ପହଞ୍ଚିବେ । ସକାଳ ୭ଟା ୧୫ରୁ ୭ଟା ୪୫ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପୂଜାର୍ଚ୍ଚନା କରିବେ । ସକାଳ ୭ଟା ୫୦ରେ ଶ୍ରୀମନ୍ଦିରରୁ ବାହାରିବେ ।
ସକାଳ ୭ଟା ୫୫ରେ ମରିଚକୋଟରୁ ଆରମ୍ଭ ହେବ ରୋଡ୍ ସୋ' । ସକାଳ ୮ଟାରୁ ୯ଟା ଯାଏ ରୋଡ୍ ସୋ' । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ' । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍ରେ ପହଞ୍ଚିବେ । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସକାଳ ୧୦ଟା ୧୫ରେ ଅନୁଗୁଳରେ ପହଞ୍ଚିବେ । ସକାଳ ୧୦ଟା ୨୫ରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ସକାଳ ୧୦ଟା ୩୦ରୁ ୧୧ଟା ୧୫ ସାଧାରଣ ସଭା । ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଯିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।
ସମ୍ବଲପୁର: ନାକ୍ଟିଦେଉଳରେ ପୁଣି ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଦୋହରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। କହିଲେ, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ଏ ସରକାର ହଜାଇଦେଲେ...ରତ୍ନଭଣ୍ଡାର ଚାବି କୁଆଡ଼େ ଗାଏବ ହେଲା ବୋଲି ସିଧା ପ୍ରଶ୍ନ କଲେ । କଂଗ୍ରେସ ଓ ବିଜେଡି ସରକାର ଉପରେ ବର୍ଷିଲେ ରାଜନାଥ ସିଂହ। କଂଗ୍ରେସ ଓ ବିଜେଡି ସରକାରରେ ଓଡ଼ିଶାର ଯେତିକି ବିକାଶ ହେବାକଥା ହୋଇନି ।
ମୋଦିଙ୍କ ନେତୃତ୍ଵକୁ ବିଶ୍ଵ ପ୍ରଶଂସା କରୁଛି କହିଲେ ରାଜନାଥ । ପୂର୍ବର ଭାରତ ସ୍ଥିତି ଏବେ ଆଉ ନାହିଁ, ବିଶ୍ଵ ଏବେ ଭାରତକୁ ଦେଖୁଛି । ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ପୂରା ବଦଳିଛି । କେନ୍ଦ୍ରୀୟ ଯୋଜନା ଓଡ଼ିଶାରେ ପହଞ୍ଚୁନଥିବା ନେଇ ବର୍ଷିଲେ ରାଜନାଥ । ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଉନି । ଫଳରେ ଗରିବ ଲୋକେ ଉନ୍ନତ ଚିକିତ୍ସା ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି କହିଛନ୍ତି ରାଜନାଥ ।
ଅଧିକ ପଢନ୍ତୁ ଓଡ଼ିଶା ଖବର