ପ୍ରବଳ ଖରା, ଗରମ ସାଙ୍ଗକୁ ଏ ଭିଡ଼ରେ ଆକ୍ତାମାକ୍ତ ଶ୍ରଦ୍ଧାଳୁ । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି, ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର ପରିଣତି ଭୋଗୁଛନ୍ତି ଭକ୍ତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପୁରୀ: ଶ୍ରୀମନ୍ଦିରରେ ୪ ଦ୍ବାର ନ ଖୋଲିବାର କରୁଣ ପରିଣତି । ସିଂହଦ୍ବାରରେ ଭକ୍ତଙ୍କ ପ୍ରବଳ ସମାଗମ । ଠେଲାପେଲା, ନିୟନ୍ତ୍ରଣ ହେଉନି ଭିଡ଼ । ବାଧ୍ୟ ହୋଇ ପଶ୍ଚିମ ଦ୍ବାର ଦେଇ ଭକ୍ତ ଯିବାକୁ ଉଦ୍ୟମ କରୁଛନ୍ତି । ଶ୍ରୀମନ୍ଦିର ପଶ୍ଚିମ ଦ୍ବାରରେ ଭକ୍ତଙ୍କ ପ୍ରବଳ ଭିଡ଼ ଓ ଠେଲାପେଲା ଯୋଗୁ ଜଣେ ମହିଳା ଭକ୍ତ ଆହତ ହୋଇଛନ୍ତି ।
ପ୍ରବଳ ଖରା, ଗରମ ସାଙ୍ଗକୁ ଏ ଭିଡ଼ରେ ଆକ୍ତାମାକ୍ତ ଶ୍ରଦ୍ଧାଳୁ । ପୂର୍ବରୁ ୪ ଦ୍ବାର ଖୋଲିବାକୁ ବାରମ୍ବାର ଦାବି ହୋଇଆସୁଥିଲେ ବି, ରାଜ୍ୟ ସରକାର କେବଳ ସିଂହଦ୍ବାରକୁ ଛାଡ଼ି ଅନ୍ୟ ୩ ଦ୍ବାର ଖୋଲୁନାହାନ୍ତି । ଯାହାର ପରିଣତି ଭୋଗୁଛନ୍ତି ଭକ୍ତ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସର ପୁଣି ଘୋଷଣା କଲା ପ୍ରାର୍ଥୀ ତାଲିକା । ୨ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । କଟକରୁ ସୁରେଶ ମହାପାତ୍ର ପ୍ରାର୍ଥୀ ସମ୍ବଲପୁରରୁ ନଗେନ୍ଦ୍ର ପ୍ରଧାନ ଲୋକସଭା ପ୍ରାର୍ଥୀ । ତା ସହିତ ୮ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ । ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ, ବାଲେଶ୍ୱର- ମୋନାଲିସା ଲେଙ୍କା । ବଡ଼ଚଣା- ଅଜୟ ସାମଲ, ପାଲଲହଡ଼ା- ଫକୀର ସାମଲ ।
ଅଧିକ ପଢନ୍ତୁ ଓଡ଼ିଶା ଖବର