ଅର୍ଗସ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରାଜନୀତି ଆହୁରି ସରଗରମ ହୋଇଛି । ଯଦି ଲୋକସଭା ପ୍ରାର୍ଥୀ କଥା ଦେଖିବା ତେବେ କଳାହାଣ୍ଡିରେ ବିଜେପିରୁ ମାଲବିକା କେଶରୀ ଦେଓ, ବିଜେଡିରୁ ଲମ୍ବୋଦର ନିଆଲ ଓ କଂଗ୍ରେସରୁ ଦ୍ରୌପଦୀ ମାଝୀଙ୍କୁ ଟିକେଟ୍ ମିଳିଛି । ସେହିପରୀ ନବରଙ୍ଗପୁର ବିଜେଡିରୁ ପ୍ରଦୀପ ମାଝି, ବିଜେପିରୁ ବଳଭଦ୍ର ମାଝି ଓ କଂଗ୍ରେସରୁ ଭୁଜବଳ ମାଝି ପ୍ରାର୍ଥୀ ରହିଛନ୍ତି । ସେପଟେ ବ୍ରହ୍ମପୁରରେ ବିଜେପିରୁ ପ୍ରଦୀପ ପାଣିଗ୍ରାହୀ, ବିଜେଡିରୁ ଭୃଗୁ ବକ୍ସିପାତ୍ର ଓ କଂଗ୍ରେସରୁ ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ ମିଳିଛି ଟିକେଟ୍ ।
ଏହା ସହ କୋରାପୁଟରେ ବିଜେପିରୁ କାଳୀରାମ ମାଝୀ, କଂଗ୍ରେସରୁ ସପ୍ତଗିରି ଉଲାକା ଓ ବିଜେଡିରୁ କୌଶଲ୍ୟା ହିକକାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହା ସହ ପ୍ରାୟ ୭ରୁ ୮ ବିଧାନସଭା ଆସନ ବେସ ଚର୍ଚ୍ଚାରେ ରହିଛି । ଏଠାରେ ଘମାଘୋଟ ଲଢେଇ ହେବ ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି । ନର୍ଲା, ନୂଆପଡ଼ା, ପାରଳାଖିମୁଣ୍ଡି, ଧର୍ମଗଡ, ଭବାନୀପାଟଣା, କୋରାପୁଟ, ଜୟପୁର ଭଳି ଆସନରେ ବିଭିନ୍ନ ଦଳ ହେବିୱେଟ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: