ପରବର୍ତ୍ତୀ ସମୟରେ ଅର୍ଥାତ ୨୯ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅବପାତରେ ପରିଣତ ହେବାପରେ ଓଡ଼ିଶାରେ ଏହାର କଣ ପ୍ରଭାବ ପଡ଼ିବ ସେନେଇ ସ୍ପଷ୍ଟ ହୋଇପାରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ। ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ଓ ତାର ପାଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବାର ସମ୍ଭାବନା। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ୨୭ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।
ପରବର୍ତ୍ତୀ ସମୟରେ ଅର୍ଥାତ ୨୯ ତାରିଖ ବେଳକୁ ଲଘୁଚାପଟି ଅବପାତରେ ପରିଣତ ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅବପାତରେ ପରିଣତ ହେବାପରେ ଓଡ଼ିଶାରେ ଏହାର କଣ ପ୍ରଭାବ ପଡ଼ିବ ସେନେଇ ସ୍ପଷ୍ଟ ହୋଇପାରିବ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : :ଛତିଶଗଡ ବେମତରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚାଲିଗଲା ୧୦ ଜୀବନ । ଏହି ଦୁର୍ଘଟଣାରେ ୨୩ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଅଧିକ ପଢନ୍ତୁ : ଟ୍ରକ୍ ଧକ୍କାରେ ୩ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ
ମୃତକଙ୍କ ମଧ୍ୟରେ ୫ ମହିଳା,୩ ଶିଶୁ ରହିଥିବା ସୂଚନା ମିଳିଛି। ଏନଏଚରେ ଛିଡାହୋଇଥିବା କାରକୁ ପିକଅପ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଛି।
ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବିଦେଶରେ ପ୍ରଚାର । ମୋଦିଙ୍କ ସମର୍ଥନରେ ବାହାରିଛନ୍ତି ଶହଶହ ପ୍ରବାସୀ । ହାତରେ ବିଜେପି ପତାକା ଧରି ମୋଦିଙ୍କ ପ୍ରଚାର ପାଇଁ ଏକାଠି ହୋଇଛନ୍ତି । ମୋଦିଙ୍କ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବା ପାଇଁ କେବଳ ଦେଶ ନୁହେଁ, ବାହାର ଦେଶରେ ମଧ୍ୟ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ମୋଦିଙ୍କ ବଡ଼ ବୟାନ, ସଙ୍କଟରେ ଓଡ଼ିଆ ଭାଷା, ଅସ୍ମିତା ଓ ସ୍ୱାଭିମାନ
ମୋଦିଙ୍କ ପ୍ରଚାର ପାଇଁ ଲଣ୍ଡନରେ ପ୍ରବାସୀ ଭାରତୀୟ ମାନେ ଏକାଠି ହୋଇଛନ୍ତି । ମୋଦିଙ୍କ ପୁଣିଥରେ ଜିତାଇବା ପାଇଁ ଆହ୍ବାନ ଦେଇଛନ୍ତି । ମୋଦିଙ୍କ ବିକାଶରେ ଭାରତ ତ୍ବରାନ୍ବିତ ହୋଇଛି। ବିକାଶ ମୂଳଦୁଆ ମଜବୁତ ହୋଇଛି। ତେଣୁ ମୋଦିଙ୍କୁ ଆଉ ଥରେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ରନ ଫର ମୋଦି ପ୍ରଚାରରେ ସାମିଲ ହୋଇଥିବା ସେ କହିଛନ୍ତି ।
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆକୁ ପୋଲିସର ଏନକାଉଣ୍ଟର।ଢେଙ୍କାନାଳ କାମାକ୍ଷାନଗର ଖୁଣ୍ଟାପଶି ଗାଁ ନିକଟସ୍ଥ ଜଙ୍ଗଲରେ ହୋଇଛି ଏନକାଉଣ୍ଟର। ଏନ କାଉଣ୍ଟରରେ ଆହତ ହୋଇଛି କୁଖ୍ୟାତ ଅପରାଧୀ ସୁବାଷ ଖୁଣ୍ଟିଆ।ସୁବାଷର ଡାହାଣ ଗୋଡ ଆଣ୍ଠୁ ତଳକୁ ବାଜିଛି ଗୁଳି।ସୁବାଷ ନାଁରେ ପୂର୍ବରୁ ୧୮ଟିରୁ ଅଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ।ସେଥିରୁ ଦୁଇଟି ହତ୍ୟା ମାମଲା ସହ କିଛି ଚୋରି ଡକାୟତି ରାହାଜାନୀ ଭଳି ଅନ୍ୟ ମାମଲା ରହିଛି। କାମାକ୍ଷାନଗର ଅଞ୍ଚଳରେ କିଙ୍ଗ ଅଫ ଫରେଷ୍ଟ ନାଁରେ ଏକ ଟିମ ଗଢିଥିଲା ସୁବାଷ ଓ ତାର କିଛି ସହଯୋଗୀ।
ଅଧିକ ପଢନ୍ତୁ ଓଡିଶା ଖବର
ଭୋର ସମୟରେ ଖୁଣ୍ଟାପଶି ଜଙ୍ଗଲ ନିକଟରେ ସୁବାଷକୁ ଧରିବାକୁ ଯିବାବେଳେ ପୋଲିସ ଉପରକୁ ପାଲଟା ଗୁଳି ଚଳାଇଥିଲା କୁଖ୍ୟାତ ଅପରାଧୀ ।ତା' ଠାରୁ ଏକ ବନ୍ଧୁକ ଜବତ କରିଛି କାମାକ୍ଷାନଗର ପୋଲିସ। ଏଥିସହିତ ଗୁରୁତର ଆହତ ସୁବାଷକୁ ପ୍ରଥମେ କାମାକ୍ଷାନଗର ମେଡିକାଲ ଏବଂ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଯାହାକୁ ନେଇ ଘଟଣା ସ୍ଥଳରେ ଜିଲ୍ଲା ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଆରମ୍ଭ କରି ଦେଇଛନ୍ତି।