ସମ୍ବଲପୁର ସଂସଦୀୟ କ୍ଷେତ୍ର । ଇଏ ଏମିତି ଏକ ନିର୍ବାଚନମଣ୍ଡଳୀ...ଯାହା ବିଜେଡିକୁ ନାକେଦମ୍ କଲାଣି । ନିଇତି ଦଳୀୟ କନ୍ଦଳ, ଅସନ୍ତୋଷ ପରି ଚିତ୍ର ସାମ୍ନାକୁ ଆସିଛି । ହେଲେ ରୀନାତନ୍ତି ବିଜେଡି ଛାଡିବା ପରେ ନବୀନଙ୍କ ଟେନସନ ଆହୁରି ବଢିଛି । କାରଣ ରୀନାଙ୍କ ପକେଟ୍ରେ ଥିଲା ହଜାର ହଜାର ଆଦିବାସୀ ଭୋଟ୍ । ତେଣୁ ସେ ଦଳ ଛାଡିବା ପରେ ଏବେ ଭୋଟ୍ ବି ଯିବ ବୋଲି ଲୋକେ କହିଲେଣି ।
ପୂର୍ବରୁ ରାଣୀଙ୍କୁ ଟିକେଟ୍ ଦିଆଯିବାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ରୋମାଞ୍ଚ ରଞ୍ଜନ ଓରଫ ରୁନୁ ବିଶ୍ବାଳଙ୍କ ସମର୍ଥକ। ରୁନୁ ନାହିଁ ତ ବବି ନାହିଁ ବୋଲି ସ୍ଲୋଗାନ ଦେବା ସବ ବିଜେଡି ପୋଷ୍ଟର ମରାଇ ଦିଆଯିବନାହିଁ ବୋଲି ଖୋଲାଖୋଲି ଦେଇଥିଲେ ଚେତାବନୀ...ହେଲେ ପୁଣି ଥରେ ରାଜରାସ୍ତାରେ ଏମିତି ବିରୋଧ ହେଉଥିବାରୁ ସମ୍ବଲପୁର ବିଜେଡିରେ ଦେଖାଯାଇଛି ଟେନସନ୍ ।
ମୋଟ୍ ଉପରେ , ଦେବଗଡ଼ରେ ବିଜେଡି ପାଇଁ ଏବେ ଜଟିଳ ପରିସ୍ଥିତି । କାରଣ ପାନରୁ ଚୂନ ଖସିଲେ ବିଜେଡି ହାତରୁ ଗଡ ଯିବ । ତେଣୁ କୌଣସି ପରିସ୍ଥିତିରେ ନେତାଙ୍କୁ ଅଶାନ୍ତି କରିବାକୁ ଚାହୁଁନି ଦଳ । ହେଲେ ବି ପଶ୍ଚିମ ଓଡ଼ିଶାରୁ ଯେମିତି ଜଣଙ୍କ ପରେ ଜଣେ ନେତା ଦଳ ଛାଡୁଛନ୍ତି ତାହାକୁ ନେଇ ଚିନ୍ତାରେ ନବୀନ । ଏଠାରେ ସ୍ପଷ୍ଟ କରୁଛି କି, ରାସେଶ୍ଵରୀଙ୍କ ପରେ ପୁଣି ଜଣେ ଟାଣୁଆ ନେତା ଦଳ ଛାଡୁଥିବାରୁ ଆଗାମୀ ନିର୍ବାଚନ ବିଜେଡି ପାଇଁ ମହଙ୍ଗା ପଡିବ ବୋଲି କହିଲେଣି ରାଜନୈତିକ ସମୀକ୍ଷକ ।