ସମ୍ବଲପୁରର ବିକାଶ ପ୍ରସଙ୍ଗରେ ବିଜେଡି ସରକାରଙ୍କୁ କାଠଗଡ଼ାକୁ ଟାଣିଛନ୍ତି ଧର୍ମେନ୍ଦ୍ର । କହିଛନ୍ତି ଚୋର ମଚାଏ ସୋର - ୨୫ ବର୍ଷର ସରକାର କହୁଛନ୍ତି, ସମ୍ବଲପୁର କାହିଁକି ବିକାଶ ହୋଇ ନାହିଁ । ୨୫ ବର୍ଷର ସରକାର ଏହି ବିକାଶ କରିବା କଥା ନା ଆଉ କିଏ ? ୨୪ ବର୍ଷର ବିଜେଡି ଶାସନରେ ସମ୍ବଲପୁରରେ ରାସ୍ତା, ଡ୍ରେନଜ୍ ସମସ୍ୟା ସହ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ । ହୀରାକୁଦରେ ହଇଜା ବ୍ୟାପିବା ହିଁ ୨୪ ବର୍ଷ ଲମ୍ବା ଶାସନର ଚରମ ବିଫଳତା । ଆଧୁନିକ ଜୀବନଶୈଳୀର ଭିତ୍ତିଭୂମି ତିଆରି କରିବାରେ ବିଫଳ ସରକାର । ବିଜେଡି ସରକାର ଗଣତନ୍ତ୍ର ବିରୋଧୀ । ୧୦ ବର୍ଷ ହେଲା ସମ୍ବଲପୁର ମହାନଗର ନିଗମ ନିର୍ବାଚନ କରାଯାଉନାହିଁ, ଅନ୍ୟପଟେ କୋର୍ଟ ବାହାନାରେ ପ୍ରସଙ୍ଗରୁ ମୁହଁ ଲୁଚାଉଛି ବିଜେଡି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଧର୍ମେନ୍ଦ୍ର ଆହୁରି କହିଛନ୍ତି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେଲେ ଆଧ୍ୟାତ୍ମିକ ସହର ସମ୍ବଲପୁରକୁ କାଶୀ ଭଳି ଭବ୍ୟ ଓ ପବିତ୍ରସ୍ଥଳୀ କରାଯିବ । ବିଜେଡିର ତାମିଲବାବୁଙ୍କୁ କଟାକ୍ଷ କରି ଧର୍ମେନ୍ଦ୍ର କହିଛନ୍ତି ୨୫ ବର୍ଷର ସରକାର ପାଖରେ ନେତା ନାହିଁ, ତାମିଲନାଡୁରୁ ନେତା ଆଣିଛନ୍ତି, ସେ ନେତା ନୁହେଁ ଗୁମାସ୍ତା । ପୁଣି ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ର କହିଛନ୍ତି ପ୍ରାର୍ଥୀ ନୁହେଁ ଏଥର ସମ୍ବଲପୁରରୁ ଲଢୁଛନ୍ତି କ୍ରୀତଦାସ ।