ସୂଚନା ମୁତାବକ ଆଜି ସକାଳୁ ଭିତରକାଠ ପାଖ ଧୁକୁଡି ଦ୍ୱାର ନିକଟରେ ଜଣେ ସେବାୟତ ମହିଳାଙ୍କ ଆଙ୍ଗୁଠିରୁ ରକ୍ତଛିଟା ଲାଗିଥିଲା। ଫଳରେ ମଙ୍ଗଳ ଆଳତୀ ପୂର୍ବରୁ ନୀତି ଅଟକିଥିବା ଜଣାପଡିଛି। ମହାପ୍ରଭୁଙ୍କ ବଡ ମହାସ୍ନାନ ହେବା ପରେ ନୀତି ଆଗକୁ ବଢିବ ବୋଲି ସୂଚନା ମିଳିଛି।
ବଡ଼ ମହାସ୍ନାନ ପରେ ଗଭା ବେଶ ଓ ପରେ ମଙ୍ଗଳ ଅଳତୀ କରାଯିବ। ଆଜି ଶ୍ରୀମନ୍ଦିର ନୀତିକାନ୍ତିରେ ବିଳମ୍ବ ହେବ ବୋଲି ଜଣାଯାଇଛି। ମନ୍ଦିର ବାହାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ ନୀତିକାନ୍ତିରେ ବିଳମ୍ବ ହେତୁ ସେମାନେ ଭିତରକୁ ପ୍ରବେଶ କରିପାରୁନାହାନ୍ତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର