ସୂଚନାମୁତାବ, ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଘଟଗାଁ କୁ ଦର୍ଶନ କରିବା ପାଇଁ ଆସିଥିବାବେଳେ ଘସିପୁରା ନିର୍ବାଚନ ମଣ୍ଡଳୀ ର ରାମଚନ୍ଦ୍ରପୁର, ଖଲଣା, ବରପଦା, ସୁଆଁପଦା, ହସନପୁର ଠାରେ ଶହଶହ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଗତ କିଛିଦିନ ଧରି ଘସିପୁରା ଏବଂ ଘଟଗାଁ ବ୍ଲକ ର ଅନେକ ଲୋକ ଭୁବନେଶ୍ବର ଯାଇ ସୌମ୍ୟରଞ୍ଜନ ପଟ୍ଟନାୟକ ଙ୍କୁ ଭେଟିବା ସହ ଘସିପୁରା ନିର୍ବାଚନ ମଣ୍ଡଳୀ ର ଦାୟିତ୍ୱ ନେଇ ନିର୍ବାଚନ ଲଢ଼ିବା ପାଇଁ ଅନୁରୋଧ କରୁଥିଲେ । ନିର୍ବାଚନ ଲଢ଼ିବା ନେଇ ଦିନେ ଦୁଇଦିନରେ ସବୁ ସ୍ପଷ୍ଟ ହେବ ବୋଲି କହିଛନ୍ତି । ଦଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ଓଡ଼ିଆ ଅସ୍ମିତା ସହ ସାଧାରଣ ଲୋକଙ୍କର ସ୍ନେହ ଶ୍ରଦ୍ଧା ଓ ଭଲପାଇବା ମୋତେ ଏଠାକୁ ଟାଣି ଆଣିଛି ଆଗାମୀ ଦିନରେ ଯାହା ହେବ ଭଲ ହେବ ଆପଣ ମାନେ ଜାଣି ପାରିବେ ବୋଲି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର