ସମ୍ବଲପୁର: ସମ୍ବଲପୁର ଚାଷୀଙ୍କୁ ପ୍ରତାରଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 2014ରେ ଶିଳାନ୍ୟାସ କରିଥିବା ନୀଳଡୁଙ୍ଗୁରୀରେ ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ ପାଇଁ ଏଯାଏଁ ପଡ଼ିନି ଖଣ୍ଡିଏ ଇଟା । ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତିକ୍ତ ସ୍ମୃତି ଆକାରରେ ସେଠି ରହିଛି ମୁଖ୍ୟମନ୍ତ୍ରୀଙ୍କ ମିଛ ପ୍ରତିଶ୍ରୁତିର ଫଳକ ଫଟୋ । ତୁରନ୍ତ ଚାଷୀଙ୍କୁ କ୍ଷମା ମାଗିବାକୁ ଆହ୍ବାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତାରଣା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ 2014 ସେପ୍ଟେମ୍ବରରେ ଯୁଯୁମରାର ନୀଳଡୁଙ୍ଗୁରୀରେ ନିଜେ ଆସି ଶିଳାନ୍ୟାସ କରିଥିବା ଟର୍ମିନାଲ ମାର୍କେଟ୍ କମ୍ପ୍ଲେସ କୁଆଡେ ଗଲା । ଚାଷୀଙ୍କୁ ଧୋକାଦେଇ, ପ୍ରତାରଣା କରି ତାଙ୍କ ଆଶାରେ ପାଣି ପକାଇଛନ୍ତି ମୁଖ୍ୟମନ୍ତ୍ରୀ ।
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍ନ ୮.୩୦ ମିନିଟ ସମୟରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମେ' ୨୨ ତାରିଖ ସୁଦ୍ଧା ଏହା ପଶ୍ଚିମବଙ୍ଗଗ ଦିଗକୁ ଗତି କରି କେନ୍ଦ୍ରୀଭୂତ ହେବାର ସମ୍ଭାବନା ରହିଛି । ମେ' ୨୪ ତାରିଖରେ ଏହା ବଙ୍ଗୋପ ସାଗରର କେନ୍ଦ୍ରୀୟ ଇଲାକାରେ ଲଘୁଚାପର ରୂପ ନେଇପାରେ । ଏହାର ପ୍ରଭାବରେ ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ।
ମେ' ୨୩ ତାରିଖ ସକାଳୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଖପାଖ ଅଞ୍ଚଳକୁ ବିସ୍ତାର କରିବ । ମେ' ୨୪ ତାରିଖ ବେଳକୁ ପବନର ବେଗ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି। ଏସବୁକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସତର୍କ ସୂଚନା ଜାରି କରାଯାଇଛି । ଏଥିରେ କୁହାଯାଇଛି କି, ଏହି ସମୟରେ ମତ୍ସଜୀବୀମାନଙ୍କୁ ସମଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହାସହ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି ସେମାନେ ଯଥାଶୀଘ୍ର ସ୍ଥଳଭାଗକୁ ଫେରିଆସିବାକୁ ପରାମର୍ଶ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର
ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ ନ ନେଇଥିଲେ ବି ପାଣ୍ଡିଆନଙ୍କ ଆଡକୁ ଇଙ୍ଗିତ କଲେ ମୋଦି । 24 ନିର୍ବାଚନର ରତ୍ନ ଭଣ୍ଡାର ହୋଇଛି ଲୋକଙ୍କ ପାଇଁ ବଡ ପ୍ରସଙ୍ଗ । ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାର ସତ ସାମ୍ନାକୁ ଆସିବା ସହ କାହାକୁ ଛଡାଯିବନି କହିଲେ ପିଏମ୍ । କୁଆଡ଼େ ଗଲା ରତ୍ନଭଣ୍ଡାରର ଅସଲି ଚାବି। ଚାବି ତାମିଲନାଡ଼ୁକୁ ଯାଇଛି ବୋଲି କହି ଆଜି 25 ବର୍ଷର ବିଜେଡି ସରକାରଙ୍କୁ କାଠଗଡାକୁ ଟାଣିଛନ୍ତି ମୋଦି..କଟକ ସଭା ମୋଦିଙ୍କ ଏ ମନ୍ତବ୍ୟ ତାମିଲ ଗୁମାସ୍ତା ବିବାଦରେ ନୂଆ ଟୁଇଷ୍ଟ ଆଣିଛି। ବିଜେପି ସରକାରକୁ ଆସିଲେ ରତ୍ନଭଣ୍ଡାରର ରାଜ ଖୋଲିବା ସହ ଦୋଷୀଙ୍କୁ ଦଣ୍ଡର କଡା ଚେତାବନୀ ଦେଇଛନ୍ତି ମୋଦି।
ପୂର୍ବରୁ ବୁଦ୍ଦିଜୀବି କହିଥିଲେ କାଞ୍ଚିବିଜୟର ବଦଲା ନେଉଛନ୍ତି ପାଣ୍ଡିଆନ। କାଞ୍ଚିମାନେ ତାମିଲନାଡୁ...ପୁରୁଷୋତ୍ତମ ଦେବ କାଞ୍ଚି ବିଜୟ କରିଥିଲେ। ହୀରା-ନୀଳା-ମୋତି-ମାଣିକ ଆଣି ମହାପ୍ରଭୁଙ୍କୁ ସମର୍ପି ଦେଇଥିଲେ...ସେ ରତ୍ନକୁ ଷଡଯନ୍ତ୍ର କରି ପାଣ୍ଡିଆନ ଡୁପ୍ଲିକେଟ ଚାବିରେ ଭଣ୍ଡାର ଖୋଲି। ଆଜି ମୋଦିଙ୍କ ମନ୍ତବ୍ୟ ପରେ ଏ ପ୍ରସଙ୍ଗରେ ଅଧିକ ଆକ୍ରମଣତ୍କମ ହୋଇଛି ବିଜେପି। ପୂର୍ବରୁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଅମିତ ଶାହା ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନେଇଥିଲେ କଡା ଆଭିମୁଖ୍ୟ.. ବିଶ୍ବଶର୍ମା ଜୁନ 10 ସୁଦ୍ଦା ଚାବି ଫେରାଇବାକୁ ଦେଇଥିଲେ ଅଲିଟିମେଟମ
ଅଧିକ ପଢନ୍ତୁ ଓଡ଼ିଶା ଖବର