ଅଧିକ ପଢନ୍ତୁ ରାଜନୀତି ଖବର
୨୪ ବର୍ଷ ହେଲା ଯେଉଁଠୁ ଜିତି ଆସୁଛନ୍ତି ସେଠି କି ପ୍ରକାର ବିକାଶ ହୋଇଛି ? ସବୁଠୁ ଅଧିକ ଦାଦନ ଶ୍ରମିକ ମୁଖ୍ୟମନ୍ତ୍ରୀଙ୍କ ଅଞ୍ଚଳରୁ । ନିଜ ଅଞ୍ଚଳରୁ ବାହାରି କାମ ପାଇଁ ବାହାରକୁ ଯାଉଛନ୍ତି । କଣ ପାଇଁ ଡାକ୍ତରୀ ପଦବୀ ଖାଲି ପଡିଛି ? କଣ ପାଇଁ ଅଧାରୁ ପାଠ ଛାଡୁଛନ୍ତି ପିଲା ? କଣ ପାଇଁ ହିଞ୍ଚିଳିରେ ପର୍ଯ୍ୟପ୍ତ କୋଲ୍ଡ ଷ୍ଟୋରେଜ୍ ନାହିଁ ? ପାଣିର ସୁବିଧା ବି ନାହିଁ ? ନାହିଁ ନାହିଁରେ ଚାଲିଛି ହିଞ୍ଜିଳି ।
୨୪ ବର୍ଷ ଶାସନ କଲା ପରେ କେତେ ଦିନ ଆଉ ବାପାଙ୍କ ସ୍ଵପ୍ନର ଓଡିଶା କଥା କହିବେ ନବୀନ । ବହୁତ ହୋଇଗଲା । ଏଥର ପରିବର୍ତ୍ତନ ସୁନିଶ୍ଚିତ ।