ଜୟ ମା' ସମଲେଇ 🙏
ସମ୍ବଲପୁରର ପୂର୍ବତନ ବିଧାୟିକା, ସମାଜସେବୀ ତଥା ପ୍ରତିଷ୍ଠିତ ଚିକିତ୍ସିକ ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ୍ କରିବା ସହ ଆଶୀର୍ବାଦ କାମନା କଲି । pic.twitter.com/wfp33h5YVQ — Dharmendra Pradhan (मोदी का परिवार) (@dpradhanbjp) April 28, 2024
କେବଳ ଏତିକି ନୁହେଁ ନା ନନେଇ ସମ୍ବଲପୁର ବିଧାନସଭା ଆସନରୁ ବିଜେଡିର ପ୍ରାର୍ଥୀ ରୋହିତ ପୂଜାରୀଙ୍କ ଉପରେ ବର୍ଷିଥିଲେ ରାସେଶ୍ୱରୀ । ସମ୍ବଲପୁର ବିଧାନସଭା ଆସନରେ ବାହାର ନେତାଙ୍କୁ ଆଣି ଲଢିବାକୁ କାହିଁକି ସୁଯୋଗ ଦିଆଯାଉଛି ବୋଲି ପ୍ରଶ୍ନ କରିଥିଲେ ରାସେଶ୍ୱରୀ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଦଳ ଛାଡିଥିବା କହିଥିଲେ ରାସେଶ୍ୱରୀ । ଦଳ ଛାଡିଥିଲେ ମଧ୍ୟ ଅନ୍ୟ ଦଳରୁ ପ୍ରାର୍ଥୀ ହେବିନି କି ନିର୍ବାଚନ ଲଢିବିନି ବୋଲି ସ୍ପଷ୍ଟ କରିଥିଲେ ରାସେଶ୍ୱରୀ । କିନ୍ତୁ ଏହା ଭିତରେ ରାସେଶ୍ୱରୀଙ୍କୁ ଧର୍ମେନ୍ଦ୍ର ଭେଟିବା ପରେ ନାନାଦି ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଛି । ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ର-ପ୍ରଣବ ପ୍ରକାଶଙ୍କ ଲଢେଇ ଭିତରେ ରାସେଶ୍ୱରୀ ଦଳ ଛାଡିବା ବିଜେଡିକୁ ଏକ ବଡ ଝଟକା ବୋଲି ଚର୍ଚ୍ଚା ହୋଇଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର