ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ନୂଆପଡ଼ା ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଳା ଗସ୍ତରେ ଯାଇ ନିର୍ବାଚନୀ ପରିବେଶରେ ଉଷ୍ଣତା ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖଡ଼ିଆଳ ସହରରେ ଏକ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ଧର୍ମେନ୍ଦ୍ର ପ୍ରଧାନ l ଏନେଇ ଖଡ଼ିଆଳଠାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l କାର୍ଯ୍ୟକ୍ରମକୁ ଖଡ଼ିଆଳ ନିର୍ବାଚନ ମଣ୍ଡଳୀର ପ୍ରତି ବୁଥରୁ ବିଜେପି କର୍ମୀ ଆସିବେ l ଦଶ ହଜାର କର୍ମୀଙ୍କୁ ନେଇ ନିର୍ବାଚନୀ ସାଧାରଣ ସଭା ହେବା ନେଇ କାର୍ଯ୍ୟକ୍ରମ ରହିଛି l ଏହାସହ ଖଡ଼ିଆଳ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢୁଥିବା କଣ୍ଟାବାଞ୍ଜିରେ ଜନସଭାକୁ କରିବେ ସମ୍ବୋଧନ। ଟିଟଲାଗଡ଼ ଓ ଲୋଇସିଂହାରେ ବି ସାଧାରଣସଭାରେ କରିବେ ଯୋଗଦାନ। ଧର୍ମେନ୍ଦ୍ରଙ୍କ ଗସ୍ତକୁ ନେଇ ସ୍ଥାନୀୟ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆଗାମୀ ୨୨ ତାରିଖ ବେଳକୁ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି l ଏହା ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଗତି କରିବାର ସମ୍ଭାବନା ଥିବାବେଳେ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଆହୁରି ଘନୀଭୂତ ହୋଇ 24ତାରିଖ ବେଳକୁ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି l
ରାଜ୍ୟର ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଧକ ସାଜିପାରେ ବର୍ଷା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିବା ପରେ ଏଭଳି ଆଶଙ୍କା ସୃଷ୍ଟି ହୋଇଛି ।୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୁପ ନେଇପାରେ । ଯାହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ସବୁ ଝିଅଙ୍କୁ ମେକଅପ୍ ନେବାକୁ ଭଲଲାଗେ। ଆଜିକାଲି ମାର୍କେଟକୁ ଏତେ ସବୁ ମେକଅପ୍ ପ୍ରଡକ୍ସ ଆସିଲାଣି ତାର ଗଣନା କରିହେବନି। ମେକଅପ୍ ଦ୍ବାରା ଅସମ୍ଭବ ବି ସମ୍ଭବ ହୋଇପାରୁଛି। ଏଥିରେ ଅଧିକାଂଶ ନକଲି ପଦାର୍ଥ ବ୍ୟବହାର ହେଉଛି ସେଥିରୁ ଏକ ହେଉଛି ଫେକ୍ ଆଇଲାସେସ୍ ଯାହାକୁ ଆଖି ପତାରେ ବ୍ୟବହାର କରାଯାଇଥାଏ। ଯଦିଓ ଫେକ ଆଇଲାସେସ୍ ଆଖିକୁ ସୁନ୍ଦର କରିଦିଏ କିନ୍ତୁ ଏହାର ଅତ୍ୟଧିକ ବ୍ୟବହାର ଆଖିକୁ ଖରାପ କରିପାରେ। ଯଦି ଆପଣ ନକଲି ଆଇଲାସ୍ ବ୍ୟବହାର କରୁଛନ୍ତି ତେବେ ପ୍ରଥମେ ଏହାର ପାର୍ଶ୍ଵ ପ୍ରତିକ୍ରିୟା ବିଷୟରେ ଜାଣିରଖନ୍ତୁ।
ସଂକ୍ରମଣର ଆଶଙ୍କା ରହିଥାଏ:
ଆଇଲାସ ଲଗାଇବା ପାଇଁ ଯେଉଁ ଅଠା ବ୍ୟବହାର କରାଯାଏ ତାହା ଆଖିରେ ଇନଫେକ୍ସନ କରାଇଥାଏ।
ଆଖି ଜଳିବା:
ଆଇଲାସ ଲଗାଇ ବାହାରକୁ ଯିବା ଫଳରେ ବାହ୍ୟ ପ୍ରଦୁଷଣ ଦ୍ବାରା ଆଖି ଜଳିବା ସହିତ ସବୁଦିନ ପାଇଁ ଖରାବ ହେବାର ଆଶଙ୍କା ରହିଥାଏ।
ଆଖିରେ ଶୁଷ୍କତା ସୃଷ୍ଟି କରିବା :
ତା ସହିତ ଯଦି ଆପଣ ଶସ୍ତା ଜିନିଷ ବ୍ୟବହାର କରୁଛନ୍ତି ତାହା ଆଖକୁ ଶୁଷ୍କ କରିବା ସହିତ କୁଣ୍ଡେଇ ହେବା ଅସ୍ପଷ୍ଟ ଦେଖାଯିବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ।
ତେବେ ସୁନ୍ଦର ଦେଖାଯିବା ପାଇଁ ବ୍ୟବହୃତ ହେଉଥିବା ଏସବୁ ନକଲି ଜିନିଷର ଶରୀର ଉପରେ ନକରାତ୍ମକ ପ୍ରଭାବ ବି ପଡ଼ିଥାଏ। ତେଣୁ ଏହି ସବୁ ଜିନିଷଠାରୁ ଦୂରେଇ ରୁହନ୍ତୁ।
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର