ଅର୍ଗସ ବ୍ୟୁରୋ : ଚିଟ୍ଫଣ୍ଡ ସ୍କାମ୍ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କୁ ଟଙ୍କା ଫେରାଯିବ ବୋଲି କହିଛନ୍ତି ଅମିତ ଶାହ । ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଫେରସ୍ତ ଯିବ । ସେ ଆହୁରି ମଧ୍ୟ କହିଛନ୍ତି ଚିଟଫଣ୍ଡ ହେଉଛି ବିଜେଡି ପ୍ରାୟୋଜିତ । ଏଥିରେ ଅନେକ ଚିଟଫଣ୍ଡ କମ୍ପାନିକୁ ଅଗ୍ରାଧିକାର ଦେଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ଏକାଧିକ ବିଜେଡି ନେତା ।
ଏଥିରେ ଅଧିକ ହଇରାଣ ହୋଇଛନ୍ତି ଗରିବ ଲୋକେ । ଲୋକମାନେ ଚିଟଫଣ୍ଡରେ ଯେଉଁ କଷ୍ଟ ଅର୍ଜିତ ଟଙ୍କା ହରାଇଛନ୍ତି ତାହା ଲୋକମାନଙ୍କୁ ଫେରାଇ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ । ଏହି ଟଙ୍କା ସିଧା ସିଧା ଲୋକଙ୍କ ଆକାଉଣ୍ଟକୁ ଯିବ । ଏତେଦିନ ଯାଏଁ କାହିଁକି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ରାଜ୍ୟ ସରକାର । କୁଆଡେ ଗଲା ୩୦୦ କୋଟିର କର୍ପସ ଫଣ୍ଡ । ୧୨ ଶହ କମ୍ପାନୀ ଓଡିଶାର ସାଧାରଣ ଲୋକଙ୍କ ପାଖରୁ ବିଭିନ୍ନ ମିଛ ସ୍କିମ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଲୁଟ କରିଥିଲେ । ଠକ କମ୍ପାନୀ ମାନଙ୍କର ସମ୍ପତ୍ତି ନିଲାମ କରି ଟଙ୍କା ରଖିଛନ୍ତି ରାଜ୍ୟ ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତଦନ୍ତ କମିଶନ ଗଠନ, ଅଧିକାରୀ, କର୍ମଚାରୀଙ୍କ ଭତ୍ତା, କାର୍ଯ୍ୟାଳୟର ଆନୁସଙ୍ଗିକ ଖର୍ଚ୍ଚ ପାଇଁ ରାଜ୍ୟ ରାଜକୋଷରୁ ସ୍ବାହା ହୋଇଛି ୬ କୋଟି ୧୯ ଲକ୍ଷ ୭୨ ହଜାର ଟଙ୍କା । ତଦନ୍ତ କମିଶନ କୁଆଡେ ଗଲା । ତଦନ୍ତ କମିଶନର ରିପୋର୍ଟ ଉଇ ଖାଇଗଲା କି ଏହା ଏବେ ବଡ ପ୍ରଶ୍ନ ହୋଇ ଛିଡାହୋଇଛି ବୋଲି ସେ କହିଛନ୍ତି । ଠକ କମ୍ପାନୀ ମାନେ ଗରିବ ଜମାକାରୀଙ୍କ ପାଖରୁ ପାଖାପାଖି ୩୦ ହଜାର କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏବେ ଅମିତ ଶାହା କହିଛନ୍ତି ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଦୋଷୀ ଜେଲେ ଯିବେ ।
ଅର୍ଗସ ବ୍ୟୁରୋ: ଦୁର୍ଗମର ନିଆରା ବାଲିଯାତ୍ରା। ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଛନ୍ତି ଦୁର୍ଗମବାସୀ। 22 ବର୍ଷର ଅପେକ୍ଷା ଅନ୍ତ ପରେ ବାଲିଯାତ୍ରା ମନାଇଲେ ନେହେରୁପାଲି ଦୁର୍ଗମବାସୀ। ବଣ ପାହାଡ଼ ପରିବେଷ୍ଠିତ କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା l ଜିଲ୍ଲାର ଆଦିବାସୀ ହିନ୍ଦୁ ରୀତିନୀତି ଅନୁଯାଇ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାନ୍ତି ସେମଧ୍ୟରୁ ବାଲିଯାତ୍ରା ଅନ୍ୟତମ l ଏହି ବାଲିଯାତ୍ରାରେ ଗ୍ରାମର ଇଷ୍ଟ ଦେବୀଙ୍କୁ ପୂଜା ଅର୍ଚନା କରିବା ସହ ଭିମା ଦେବତାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଜିଲ୍ଲାର ପ୍ରାୟ ସବୁ ଗାଁରେ ବାଲିଯାତ୍ରା 3 ବର୍ଷ କିମ୍ବା 5 ବର୍ଷକୁ ଥରେ ପାଳନ କରାଯାଇଥାଏ। କିନ୍ତୁ କୋଟପାଡ଼ ବ୍ଲକର ନେହେରୁପାଲି ଗାଁରେ ଦୀର୍ଘ 22 ବର୍ଷ ପରେ ପାଳିତ ହୋଇଛି ବାଲିଯାତ୍ରା।
ଆଦିବାସୀ ପରମ୍ପରା ଓ ଭାଇଚାରାର ନିଛ୍ଛକ ଉଦାହରଣ ହେଉଛି ନେହେରୁପାଲିର ବାଲିଯାତ୍ରା l ଏହି ବାଲି ଯାତ୍ରା ଗାଁରେ ଦୀର୍ଘ ତିନି ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ତେବେ ଶେଷ ଚାରି ଦିନ ଏହା ନିଆରା ଢଙ୍ଗରେ ପାଳିତ ହୁଏ l ଯାତ୍ରାର ପ୍ରଥମ ଦିନରୁ ଗ୍ରାମବାସୀ ପ୍ରଥମେ ନଦୀରୁ ବାଲି ଆଣିଥାନ୍ତି lପରେ ଗାଁର ପ୍ରତ୍ୟେକ ଘରୁ ଧାନ, ମୁଗ, ବିରି, ମାଣ୍ଡିଆ, ସୋରିଷ ଆଦି ବିଭିନ୍ନ ପ୍ରକାର ଶସ୍ୟକୁ ନେଇ ଅଣାଯାଇଥିବା ସେହି ନଦୀ ବାଲିରେ ବୁଣିଥାନ୍ତି l ତାପରେ ଯାତ୍ରାର ଶେଷରେ ସେହି ଶସ୍ୟ ଦ୍ୱାରା ବାଲିରେ ହୋଇଥିବା ଗଛକୁ ବାଉଁଶ ଚାଁଗୁଡାରେ ରଖି ମୁଣ୍ଡରେ ଧରି ବିରାଟ ପଟୁଆର ସହ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଗ୍ରାମରୁ ବାହାରି ଗ୍ରାମ ଦେବୀଙ୍କ ପାଖରେ ସମର୍ପଣ କରନ୍ତି l ଏହା ଆଦିବାସୀଙ୍କ ଏକ ନିଆରା ପରମ୍ପରା l ଗ୍ରାମଦେବୀ ପ୍ରତି ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ବାଲିଯାତ୍ରା। ସେଥିପାଇଁ ଗାଁର ପ୍ରତ୍ୟକଟି ଲୋକ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ପାଣି ପାଇଁ ହାହାକରା। ୫୦ପରିବାର ପାଇଁ ଗୋଟିଏ ନଳକୂପ, ସେବି ଖରା ଦିନେ ଦେଉଛି ଧୋକା। ଫେଲ୍ ମାରିଛି ବସୁଧା ଯୋଜନା। ପାଣି ପାଇଁ ଡହଳବିକଳ ହେଉଛନ୍ତି ଦୁର୍ଗମବାସୀ। । ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତର ଅସନା ହୁଡ଼ିସାହିର। ଗାଁର ପାଣି ସମସ୍ୟା ଯୋଗୁଁ ଅତିଷ୍ଠ ଗ୍ରାମବାସୀ। ଗାଁରେ ପାନୀୟ ଜଳ ଯୋଗାଣ ପାଇଁ ସେଭଳି କିଛି ବ୍ୟବସ୍ଥା ନାହିଁ। ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି ଅଞ୍ଚଳବସୀ।
ଗାଁରେ ରହୁଥିବା ୫୦ ପରିବାର ପାଇଁ ଗୋଟିଏ ନଳକୂପ ଅଛି। ମାତ୍ର ଖରାଦିନ ଆସିଲା ମାତ୍ରେ ଏଥିରେ ପାଣି ସମସ୍ୟା ଦେଖାଦିଏ। ଘଣ୍ଟାଘଣ୍ଟା ଅପେକ୍ଷା କଲେ ମିଳେ ମୁନ୍ଦାଏ ଗୋଳିଆ ପାଣି । ମାତ୍ର ପାନୀୟ ଜଳ ଯୋଗାଣର ସୁବିଧା ନଥିବାରୁ ଏହି ପାଣିକୁ ବାଧ୍ୟ ହୋଇ ଲୋକେ ବ୍ୟବହାର କରନ୍ତି।ବିଧାୟକ ସୁଦାମ ମାରାଣ୍ଡିଙ୍କ ନିର୍ବାଚନ ମଣ୍ଡଳି ଅଧିନରେ ଆସେ ଏହି ଗାଁ। ମାତ୍ର ବିଧାୟକ ଗଗାଁର ପାନୀୟ ଜଳ ସମସ୍ୟାର ସମାଧଆନ ପାଇଁ କିଛି ବ୍ୟବସ୍ଥା କରିନାହାନ୍ତି। ବାରମ୍ବାର ପାଣଇ ଯୋଗାଇବା ପାଇଁ ଦାବି ହୋଇ ଆସୁଥିବା ବେଳେ ମିଳୁଛି ଖାଲି ମିଛ ପ୍ରତିଶୃତି। ଶେଷରେ ନିରାସ ଗ୍ରାମବାସୀ ସରକାରଙ୍କ ଉପରୁ ଆସ୍ଥା ହରାଇ ନିର୍ବାଚନ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: