କଟକ: ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ଏସସିବି ଟ୍ରମା icu ରେ ଲାଗିଛି ନିଆଁ । ପଞ୍ଚମ ମହଲାର ସେଣ୍ଟ୍ରାଲ icu ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ସର୍ଟସର୍କିଟରୁ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିଶମ ବିଭାଗର ଟିମ୍ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ସହ ରୋଗୀଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ଵର କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ଵର ଲୋକସଭା ନିର୍ବାଚନ ମଣ୍ଡଳୀର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନେ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ବୈଠକରେ ଭୁବନେଶ୍ଵର ମଧ୍ୟ ବିଧାନସଭା ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଏକାମ୍ର ପ୍ରାର୍ଥୀ ବାବୁ ସିଂ ଏବଂ ଉତ୍ତର ବିଧାୟକ ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ଯୋଗ ଦେଇଛନ୍ତି । ନିର୍ବାଚନୀ ରଣନୀତି ସମ୍ପର୍କରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁ ମନ୍ତ୍ର ଦେବେ ରାଜ୍ୟ ବିଜେପିର ୫ ନେତୃତ୍ବ ।
ଶ୍ରୀ ପ୍ରଧାନ କହିଛନ୍ତି, ବିଗତ ୨୪ ବର୍ଷ ଧରି ବିଜେଡିକୁ ଆପଣମାନେ ଶାସନ ଦାୟିତ୍ବ ଦେଇଛନ୍ତି । ଏଥର ବିଜେପିକୁ ଆଶୀର୍ବାଦ ଦେଲେ ଆମ୍ଭେ ଓଡ଼ିଶାକୁ ନମ୍ବର-୧ ରାଜ୍ୟ କରିବୁ । ଓଡ଼ିଶାରେ ବିଜେପି ୨୧ରୁ ୨୧ ଲୋକସଭା ଆସନ ଜିତିବ ବୋଲି କହିଛନ୍ତି ଶ୍ରୀ ପ୍ରଧାନ । ପ୍ରତ୍ୟେକ କର୍ମୀଙ୍କ ମୁଖ୍ୟ ଲକ୍ଷ୍ୟ ନିଜ ବୁଥକୁ ମଜଭୁତ କରିବା ହେବା ଉଚିତ । ବିଜେପି ପ୍ରାର୍ଥୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜିତାଇବାର ମାଧ୍ୟମ । ୨୪ ବର୍ଷ ହେଲା ବିଜେଡି ରାଜଧାନୀରେ ୨୪ ଘଣ୍ଟା ଧରି ପିଇବା ପାଣି ଦେଇପାରି ନାହିଁ ।
ଓଡ଼ିଶାରେ ଆଜି ମଧ୍ୟ ୨୪ ଘଣ୍ଟିଆ ବିଜୁଳି ସୁବିଧା ନାହିଁ । ଏପରିସ୍ଥଳେ ବିଜେଡି ରାଜ୍ୟବାସୀଙ୍କୁ ମାଗଣା ବିଜୁଳି ଦେବ କେମିତି ? ବିଜେପି ସରକାର ଆସିଲେ ବିଜୁଳି ପାଇଁ ପ୍ରତି ଘରେ ୭୫ ହଜାର ଟଙ୍କା ବ୍ୟୟରେ ସୋଲାର ପ୍ୟାନେଲ ଲଗାଇବ । ଭୁବନେଶ୍ବର ବସ୍ତବାସିନ୍ଦାଙ୍କୁ ଆଜି ଯାଏଁ ରାଜ୍ୟ ସରକାର ସ୍ଥାୟୀ ପଟ୍ଟା ଦେଇ ନାହାନ୍ତି । ମୋଦି ପ୍ରଧାନମନ୍ତ୍ରୀ ହେଲେ ୨ଟି କାମ ହେବ । ପ୍ରଥମତଃ ମୋଦି ୪୦୦ ପାର ସିଟ ପାଇ ପ୍ରଧାନମନ୍ତ୍ରୀ ହେଲେ ପିଓକେ ଭାରତରେ ମିଶିବ । ଦ୍ବିତୀୟତଃ ମୋଦି ପ୍ରଧାନମନ୍ତ୍ରୀ ହେଲେ ଆଉ ରାଜ୍ୟରୁ ଦାଦନ ଖଟିବାକୁ ଲୋକ ବାହାରକୁ ଯିବେ ନାହିଁ । ବିଜେଡି ରାଜ୍ୟ ନେତୃତ୍ବକୁ ଆଉଟସୋର୍ସକୁ ଦେଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଜେଡି କହୁଛି ଟୁରିଷ୍ଟ । ଗଣତନ୍ତ୍ର ଶାସନରେ କଣ ପ୍ରଶ୍ନ ପଚାରିବାର ଅଧିକାର ନାହିଁ, ଏଠି କଣ ସ୍ବେଚ୍ଛାଚାରିତା ଚାଲିଛି ? ଗୁମାସ୍ତା କହୁଛନ୍ତି ରାଜନୀତି ଛାଡ଼ିଦେବେ, ତେବେ ପାରିବ ଯଦି ଲୁଟ ନୀତି ଛାଡ଼ିଦିଅ । ଆସନ୍ତା ୧୨ ବର୍ଷ ପରେ ସ୍ବତନ୍ତ୍ର ଓଡ଼ିଶାକୁ ଶହେ ବର୍ଷ ପୂରିବ । ଏପରି ସ୍ଥଳେ ଆଜି ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛି ବୋଲି କହିଛନ୍ତି ଶ୍ରୀ ପ୍ରଧାନ ।
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତି ବିଜେଡିକୁ ମାନ୍ୟତା ବିଜେଡିର ସବୁ ସଦସ୍ୟ ମାନୁଛନ୍ତି କି ଦଳର ସମ୍ବିଧାନ ? ଖୋଦ୍ ବିଜେଡି ସଭାପତି ବି କରୁଛନ୍ତି ନିୟମର ଉଲଂଘନ ? ବିଜେଡି ସରକାର ଓଡ଼ିଶାରେ ଆଣିଛି ମଦର ବନ୍ୟା । ଏବେ ମଦ ପାଲଟିଛି ଓଡ଼ିଶାର ସବୁଠୁ ବଡ଼ ସାମାଜିକ ସମସ୍ୟା ।
ବିଜୁ ଜନତା ଦଳର ସମ୍ବିଧାନ ଯାହାର ତୃତୀୟ ପୃଷ୍ଠାରେ ରହିଛି ବିଜେଡିର ସଦସ୍ୟ ହେବା ପାଇଁ କେଉଁ କେଉଁ ସର୍ତ୍ତ ପୂରଣ କରୁଥିବା ଆବଶ୍ୟକ । ବିଜେଡି ସଦସ୍ୟତା ପାଇଁ ଦ୍ବିତୀୟ ସର୍ତ୍ତ ହେଉଛି ମଦ ଓ ଡ୍ରଗ୍ସରୁ ଦୂରେଇ ରହିବ । ଏବେ ପ୍ରଶ୍ନ ଉଠୁଛି କୌଣସି ବ୍ୟକ୍ତି ବିଜେଡିର ସଦସ୍ୟତା ହେବା ପୂର୍ବରୁ ଏହି ସର୍ତ୍ତ ସମ୍ପର୍କରେ ତାଙ୍କୁ ଅବଗତ କରାଯାଏ କି ? ବିଜେଡିର ସଦସ୍ୟମାନେ ପାଳନ କରୁଛନ୍ତି କି ଏହି ସର୍ତ୍ତ ? ସଦସ୍ୟଙ୍କ କଥା ଛାଡନ୍ତୁ ଖୋଦ୍ ଦଳର ସଭାପତି ନବୀନ ପଟ୍ଟନାୟକ ଏହି ଦୁଇ ନମ୍ବର ସର୍ତ୍ତ ପାଳନ କରନ୍ତି କି ?
ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ ତାଙ୍କ ପୁସ୍ତକ ନବୀନ ପଟ୍ଟନାୟକରେ ମଧ୍ୟ ବିଜେଡି ସଭାପତିଙ୍କ ଏହି ଅଭ୍ୟସ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । କେବଳ ରୁବେନ୍ ବାନାର୍ଜୀ ନୁହନ୍ତି ଆଉଜଣେ ଜାତୀୟ ସ୍ତରର ଖ୍ୟାତାନାମା ସାମ୍ବାଦିକ ରାଜଦୀପ ସରଦେଶାଇ ସୋସିଆଲ ମିଡିଆର ଏକ ଲୋକପ୍ରିୟ ଶୋର ନବୀନଙ୍କ ଏହି ଅଭ୍ୟାସ ସମ୍ପର୍କରେ କହିଥିଲେ ।
ଯେଉଁଠି ଦଳର ମୁଖିଆ ସଦସ୍ୟତା ସର୍ତ୍ତକୁ ପାଳନ କରୁନାହାନ୍ତି ସେଠାରେ କର୍ମୀଙ୍କ କଥା ପଚାରେ କିଏ ? କଥାଟା ଯଦି ବିଜେଡି କର୍ମୀ ଓ ନେତାଙ୍କର ବ୍ୟକ୍ତିଗତ ଅଭ୍ୟାସରେ ସୀମିତ ରହିଥାନ୍ତା ଅଲଗା କଥା । ୨୪ ବର୍ଷ ଧରି ମଦର ପ୍ରଚାର ପ୍ରସାର ବିଜେଡି ସରକାରର ନୀତି ପାଲଟିଛି । ପରିସ୍ଥିତି ଏପରି ହୋଇଛି ଯେ ଓଡ଼ିଶାରେ କୌଣସି ଗାଁରେ ଆଜି ପିଇବା ପାଣି ହୁଏତ ନମିଳିପାରେ କିନ୍ତୁ ମଦ ଦୋକାନଟିଏ ନିଶ୍ଚିତ ମିଳିବ । ସାରା ରାଜ୍ୟରେ ଆଜି ମଦର ବନ୍ୟା ସୃଷ୍ଟି ହୋଇଛି । ଆଉ ଏହି ମଦ ପାଲଟିଛି ଓଡ଼ିଶାର ସବୁଠୁ ବଡ଼ ସାମାଜିକ ସମସ୍ୟା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
କିଛି ମାସ ତଳେ ବଲାଙ୍ଗିର ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଦେଶୀ ମଦ ଭାଟି ଗୁଡ଼ିକରୁ ବ୍ୟାପକ କଳାଟଙ୍କା ଜବତ ଘଟଣା ସାରା ଦେଶରେ ଚହଳ ପକାଇଥିଲା । ଅଭିଯୋଗ ମଦରୁ ଓଡ଼ିଶାକୁ ଯେତିକି ରାଜସ୍ବ ନମିଳୁଛି ତାର ବହୁ ଗୁଣ ଦୁର୍ନୀତି ହେଉଛି । ଏପରିକି ବିଜେଡିର ପାଣ୍ଠି ଆଦାୟର ଏହା ଏକ ବଡ଼ ଉତ୍ସ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏପରିକି କୁହାଯାଉଛି ଓଡ଼ିଶାରେ ମଦ ଦୁର୍ନୀତି ଦିଲ୍ଲୀର ମଦ ଦୁର୍ନୀତିଠାରୁ ବହୁ ଗୁଣରେ ଅଧିକ ।
ଅର୍ଗସ ବ୍ୟୁରୋ: ବିଜେପି ଫୋକସରେ ଓଡ଼ିଶା। ରାଜ୍ୟରେ ସତ୍ତା ପରିବର୍ତ୍ତନ ପାଇଁ ବିଜେପି ପ୍ରଚାରର ମଙ୍ଗ ଧରିଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ। ଏଥିପାଇଁ ଆସନ୍ତାକାଲି ପୁଣି ଓଡ଼ିଶା ଆସୁଛନ୍ତି ମୋଦି । ରବିବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ । 20 ତାରିଖ ସକାଳ 8ଟାରୁ ପୁରୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ଼ ସୋ। ପୁଣି ସେହି ଦିନ ଅନୁଗୁଳ ଓ କଟକରେ ବିଶାଳ ଜନସଭାକୁ ସମ୍ବୋଧନ କରିବେ ମୋଦି । ପୂର୍ବରୁ ମୋଦି ଗ୍ୟାରେଣ୍ଟି ଦେଇଛନ୍ତି 4 ଜୁନ୍ ବିଜେଡି ସରକାରର ଏକ୍ସପାଏରୀ ଡେଟ୍।
ଆସନ୍ତାକାଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ଜନସଭାକୁ କରିବେ ସମ୍ବୋଧନ। 21 ତାରିଖରେ ପୁଣି ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ । ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ, ନୟାଗଡ଼ରେ ରହିଛି ଅମିତ୍ ଶାହଙ୍କ ପ୍ରଚାର । ବାରମ୍ବାର ଓଡ଼ିଶା ଗସ୍ତରେ ଆସି ଶାହ ନବୀନ ସରକାରର ପୋଲ୍ ଖୋଲିବା ସହ କରୁଛନ୍ତି ଘନ ଘନ ଆକ୍ରମଣ।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଓଡ଼ିଶାରେ କରୁଛନ୍ତି ଘନ ଘନ ପ୍ରଚାର। ସବୁ ଜନସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭି. କେ ପାଣ୍ଡିଆନଙ୍କ ଉପରେ ବିଶ୍ବଶର୍ମା କରୁଛନ୍ତି ଜୋରଦାର ପ୍ରହାର । ଦିନକ ତଳେ କହିଥିଲେ ପାଣ୍ଡିଆନ କରିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ଚୋରି। ଆଜି ପୁଣି କହିଛନ୍ତି ଓଡ଼ିଶାକୁ ବଞ୍ଚାଇବାକୁ ହେଲେ ଚାନ୍ଦାକରି ପାଣ୍ଡିଆନଙ୍କୁ ତାମିଲନାଡୁ ପଠାନ୍ତୁ ରାଜ୍ୟବାସୀ।
ଆସାମ CMଙ୍କ ସହ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା, ଛତିଶଗଡ଼ ସିଏମ୍ ବିଷ୍ଣୁଦେବ ସାଏ ବି ରାଜ୍ୟରେ ଚଳାଇଛନ୍ତି ଘନ ଘନ ପ୍ରଚାର। ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି ନଡ୍ଡା, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ହେମାମାଳିନୀ, କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ମାରାଥନ କ୍ୟାମ୍ପେନ। ଗୋଟିଏ ପଟେ ବିଜେପିର ମାଳ ମାଳ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଘନ ଘନ ଓଡ଼ିଶା ଗସ୍ତ ଫଳରେ ସରଗରମ ଦଳର ପ୍ରଚାର ଅଭିଯାନ। ଅନ୍ୟପଟେ ବିଜେଡିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଥକିଲା ଚେହେରାର ପ୍ରଚାର । ତେଣୁ ନବୀନଙ୍କ ସଭା ଓ ଭାଷଣ ପ୍ରତି ନାହିଁ ଲୋକଙ୍କ ଆକର୍ଷଣ କି ଆଗ୍ରହ। ନବୀନଙ୍କ ସଭାରେ ଖାଲି ପଡୁଛି ଚେୟାର। ସଭାସ୍ଥଳ ଛାଡ଼ି ପଳାଉଛନ୍ତି ଲୋକେ। ପୁଣି ପାଣ୍ଡିଆନଙ୍କୁ ଛାଡ଼ି ବିଜେଡି ପାଇଁ ପ୍ରଚାର ମୈଦାନରେ ଆଉ କେହି ଷ୍ଟାର ପ୍ରଚାରକୁ ଦେଖା ନାହିଁ । ଅନ୍ୟପଟେ ଦୁର୍ବଳତା ଲୁଚାଇବାକୁ ନବୀନ ପାଣ୍ଡିଆନ କହିବୁଲୁଛନ୍ତି ବାହାରୁ ଟୁରିଷ୍ଟ ଆଣି ପ୍ରଚାର କରୁଛି ବିଜେପି। ଆଜି ଏ ନେଇ କଡ଼ା ଜବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ପଢ଼ନ୍ତୁ ଓଡିଶା ଖବର: