ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ବିମାନ ବନ୍ଦରରୁ ୩.୭୭ କେଜି ସୁନା ଜବତ । ଦୁବାଇରୁ ଭୁବନେଶ୍ୱର ଆସିବା ବେଳେ ଧରିଲା କେନ୍ଦ୍ରୀୟ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଜବତ ସୁନ ର ମୂଲ୍ୟ ୨ କୋଟି ୭୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ସୁନା ନେଇ ଆସିଥିବା ୪ ଯାତ୍ରୀ ହେଲେ ଗିରଫ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଭିକେ ପାଣ୍ତିଆନକୁ ସମ୍ବଲପୁରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ ହେଊଥିବାରୁ ଭିକେ ପାଣ୍ତିଆନ ରୋଡ ସୋରେ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ । ରୋଡ ସୋ ଚାଲିଥିବା ବେଳେ ସମ୍ମୁଖରେ ଛିଡା ହୋଇ ଜଣେ ଯୁବକ ଏହା ସମ୍ବଲପୁର ସହରବାସୀଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିବା କହିଲେ । ଜନସାଧାରଣ ବିଜେଡି ସବୁ ଚାଲ ଜାଣିସାରିଲେଣି। ସେଥିପାଇଁ ତ ଏଥର ନୂଆ ସରକାର ଗଢ଼ିବେ ବୋଲି ଅଡି ବସିଛନ୍ତି। ବହୁତ ସହିଲେ ୨୫ ବର୍ଷ ଧରି, ଆଉ ଚଳିବ ନାହିଁ। ୪ ଜୁନରେ ବିଜେଡିର ଏକ୍ସପାରି ଡେଟ ଶେଷ ହେଇଯାଉଛି ବୋଲି ଜନସାଧାରଣ କହୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍କ ଦର୍ଶନ କରି ସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । ପୁରୀରେ ରୋଡ଼ ସୋ ସରିବା ପରେ ଅନୁଗୋଳ ଓ କଟକରେ ଜନସଭାକୁ ସମ୍ବୋଧିତ କରିବେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ସକାଳ ୭ଟା ୫୫ରେ ପୁରୀ ମରିଚକୋଟରୁ ଆରମ୍ଭ ହେବ ରୋଡ୍ ସୋ' । ସକାଳ ୮ଟାରୁ ୯ଟା ଯାଏ ରୋଡ୍ ସୋ' । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ' । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍ରେ ପହଞ୍ଚିବେ । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ ।
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତି କରି କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ତଥା ବାତ୍ୟାର ରୂପ ନେବାର ସମ୍ଭାବନା ସୃଷ୍ଟି ହୋଇଛି । ବିଶ୍ବର ବିଭିନ୍ନ ପାଣିପାଗ ମଡେଲ୍ ଏନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ।
ତେବେ ଏହି ଘୂର୍ଣ୍ଣିବଳୟ ଚିତ୍ର ସ୍ପଷ୍ଟ ହୋଇ ନଥିବାରୁ, ଏହା ସୃଷ୍ଟି ହେବା ପରେ ଯାଇ କେଉଁ ଦିଗରେ ଗତି କରିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି । ଆଇଏମ୍ଡି ଜିଏଫ୍ଏସ୍ ମଡେଲ ଅନୁସାରେ ୨୧ତାରିଖରେ ତାମିଲନାଡୁ ନିକଟରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ୨୩/୨୪ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ରୂପନେବ । ପରେ ଏହା ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ-ମିଆଁମାର ମୁହାଁ ହେବ ବୋଲି ଆକଳନ କରାଯାଇଛି ।
ଅଧିକ ପଢନ୍ତୁ ପାଣିପାଗ ଖବର
ତେବେ ଜିଏଫଏସ(ଆମେରିକୀୟ ମଡେଲ) ଅନୁଯାୟୀ ୨୧ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ତଥା ଏହାର ସଂଲଗ୍ନ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବ । ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଲଘୁଚାପ ଏବଂ ୩୬ ଘଣ୍ଟା ପରେ ଅବପାତରେ ପରିଣତ ହୋଇପାରେ । ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ, ଯାହାକି ପରବର୍ତ୍ତୀ ସମୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ମୁହାଁ ହୋଇପାରେ ବୋଲି ଜଣା ପଡିଛି ।