ଝାରସୁଗୁଡା: 43.6°C
ଭୁବନେଶ୍ୱର: 42.2°C
ହୀରାକୁଦ: 42.2°C
ସମ୍ବଲପୁର: 42.2°C
କେନ୍ଦୁଝର: 41.8°C
ଚାନ୍ଦବାଲି: 41.8°C
ରାଉରକେଲା: 41.4°C
ବାଲେଶ୍ୱର: 41°C
ପୁରୀ: 35°C
ଗୋପାଳପୁର: 34.8°C
ପାରାଦ୍ୱୀପ: 34.2°C
ଭୁବନେଶ୍ୱର: ମେ ଦ୍ୱିତୀୟ ସପ୍ତାହ ପ୍ରାରମ୍ଭ ଯାଏଁ ଜାରି ରହିବ ତାତି । ବିସ୍ତାରିତ ପରିସର ଆକଳନ ଅନୁଯାୟୀ 3 ରୁ 9 ମଇ ମଧ୍ୟ୍ୟରେ ରାଜ୍ୟର ଗ୍ରୀଷ୍ମପ୍ରବାହ ଜାରି ରହିବା ସହ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମପ୍ରବାହ ଲାଗି ରହିବ । ତଥା ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ 42°C ରୁ 44°C ମଧ୍ୟରେ ତାତି ରେକର୍ଡ ହେବାର ସମ୍ଭାବନା ରହିଛି ।
ଆଜି ଦିନ 2ଟା 30 ସୁଦ୍ଧା ରେକର୍ଡ ତାପମାତ୍ରା
ଝାରସୁଗୁଡା: 43.6°C
ଭୁବନେଶ୍ୱର: 42.2°C
ହୀରାକୁଦ: 42.2°C
ସମ୍ବଲପୁର: 42.2°C
କେନ୍ଦୁଝର: 41.8°C
ଚାନ୍ଦବାଲି: 41.8°C
ରାଉରକେଲା: 41.4°C
ବାଲେଶ୍ୱର: 41°C
ପୁରୀ: 35°C
ଗୋପାଳପୁର: 34.8°C
ପାରାଦ୍ୱୀପ: 34.2°C
ଅର୍ଗସ ବ୍ୟୁରୋ: ତାମିଲନାଡୁର ଶିବକାଶୀରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ ୫ ଜଣ ମହିଳାଙ୍କ ସମେତ ୮ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ଆଉ ୧୨ ଗୁରୁତରଭାବେ ପୋଡ଼ିଯାଇଥିବା ଜଣାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆହତମାନଙ୍କ ସ୍ଥାନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଏହି ବାଣ କାରଖାନାଟି ଏକ ଲାଇସେନ୍ସଯୁକ୍ତ ବାଣ କାରଖାନା ବୋଲି ତାମିଲନାଡୁ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ପ୍ରଚଣ୍ଡ ବିସ୍ଫୋରଣ ହେବା ପରେ କାରଖାନାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା । ତେବେ ଏହି ବିସ୍ଫୋରଣର କାରଣ ସଂପର୍କରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ଏ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ପୋଲିସ କହିଛି। ବିସ୍ଫୋରଣର ଖବର ମିଳିବା ପରେ ଉକ୍ତ ଅଞ୍ଚଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଚଳାଇଛି । ନିଆଁ ଯେପରି ଆଖପାଖରେ ଥିବା ଅନ୍ୟ ଘର ଓ କାରଖାନାକୁ ନ ବ୍ୟାପେ ତାହା ଉପରେ ଗୁରୁତ୍ବ ଦିଆଯାଉଛି ।
ତେବେ ତାମିଲନାଡ଼ୁର ଶିବକାଶୀ ବାଣ ପାଇଁ ସମଗ୍ର ବିଶ୍ବରେ ପ୍ରସିଦ୍ଧ । ଏଠାରୁ ଦେଶବିଦେଶକୁ ବାଣ ରପ୍ତାନି ହୋଇଥାଏ । ବାଣ ଛଡ଼ା ଶିବକାଶୀ ଦିଆସିଲି ଓ କ୍ୟାଲେଣ୍ଡର ପାଇଁ ମଧ୍ୟ ପ୍ରସିଦ୍ଧ।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ମ୍ୟାଚ ପରେ ଏକ ବିବାଦ ସାମ୍ନାକୁ ଆସିଛି। ଯାହା କ୍ରିକେଟ ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ମ୍ୟାଚରେ ଲକ୍ଷ୍ନୌ ଟିମକୁ SRH ଠାରୁ ୧୦ ଓ୍ବିକେଟ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେବେ ମ୍ୟାଚପରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଏଥିରେ LSG ମାଲିକ ସଞ୍ଜୀବ ଗୋଏଙ୍କା ଦଳର କ୍ୟାପଟେନ କେ.ଏଲ ରାହୁଲଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖାଯାଉଛି। ତେବେ ଦଳ ହାରିବାପରେ ଦୁହିଁଙ୍କ ମଧ୍ୟରେ କିଛି କଥା କଟାକଟି ହେଉଥିବା ଭିଡିଓ ଭାଇରାଲ ହୋଇଛି।
This is just pathetic from @LucknowIPL owner
Never saw SRH management with players on the field or even closer to dressing room irrespective of so many bad seasons and still face lot of wrath for getting involved. Just look at this @klrahul leave this shit next year #SRHvsLSG pic.twitter.com/6NlAvHMCjJ — SRI (@srikant5333) May 8, 2024
ମ୍ୟାଚ ହାରିଯିବାପରେ LSG କ୍ୟାପଟେନ କେ.ଏଲ ରହୁଲ ପାଭିଲିୟନ ଆଡକ ଫେରୁଥିଲେ। ଏହି ସମୟରେ ସଞ୍ଜୀବ ଗୋଏକାଙ୍କୁ ଦେଖଇ ସେ ତାଙ୍କ ସହ କଥା ହେବାପାଇଁ ଅଟକି ଯାଇଥିଲେ। ଦୁହିଁଙ୍କ ମଧ୍ୟରେ ହୋଇଥିବା ଏହି ବାର୍ତ୍ତାଳାପର ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସଞ୍ଜୀବ ଗୋଏଙ୍କା ରାଗିଯାଇ ରାହୁଲଙ୍କୁ କିଛି କହୁଥିଲେ। କହିବାର ଶୈଳୀ ଏକଦମ ଠିକ ଲାଗୁ ନ ଥିଲା। ଏହି ଭିଡିଓକୁ ନେଇ ଏବେ ୟୁଜର୍ସମାନେ ମତ ଦେବାରେ ଲାଗି ପଡ଼ିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି ରାହୁଲଙ୍କୁ ଏଭଳି ବ୍ୟବହାର କରିବା ଆଦୌ ଠିକ ନୁହେଁ। ଯାହା ହେଲେ ସେ ଇଣ୍ଡିଆ ଟିମର ଜଣେ ବହୁତ ଭଲ ଖେଳାଳି। ଏହି ଭିଡିଓକୁ ନେଇ ଏବେ ଟ୍ରୋଲ କରାଯାଉଛି।
ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ
ସୂଚନାଥାଉ କି, କେ.ଏଲ ରାହୁଲ ଏହି ମ୍ୟାଚରେ ପୁରା ସ୍ଲୋ ଖେଳିଛନ୍ତି। ୩୩ବଲରେ ମାତ୍ର ୨୯ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପକ୍ଷେ SRH ଟିମର ଟ୍ରାଭିସ ହେଡ ଏବଂ ଅଭିଷେକ ଶର୍ମା ୩୬ ବଲରେ ୧୦୭ ରନ କରିବା ସହ ଲଷ୍ନୌକୁ ୧୦ ଓ୍ବିକେଟରେ ପରାସ୍ତ କରି ଧମାକେଦାର ବିଜୟ ହାସଲ କରିଥିଲେ।
ଅର୍ଗସ ବ୍ୟୁରୋ: ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପରା ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧତା ଆସିବା ସହ ଶୁଭଫଳ ମିଳିବ ବୋଲି ବିଶ୍ୱାସ କରାଯାଏ। ସେଥିଲାଗି ଏହି ଦିନ ଜୁଏଲର୍ସ ଶପରେ ଲୋକଙ୍କ ଭିଡ ହୋଇଥାଏ। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନା ଦୋକାନରେ ମନଲାଖି ଅଫର ରଖାଯାଇଥାଏ।
ଆଜି ଭୁବନେଶ୍ୱରରେ ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୨,୨୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି । ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୧ଗ୍ରାମ୍ ପିଛା ୬,୬୧୫ ଟଙ୍କା ହୋଇଥିବା ବେଳେ ୮ଗ୍ରାମ ପିଛା ୫୨,୯୨୦ ଟଙ୍କା ରହିଛି ।
ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ। ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ।
ତେବେ ସୁନା ତ ସମସ୍ତେ କିଣିପାରିବେନି ଏଥିପାଇଁ ଆପଣ ରୁପା କିମ୍ବା ଷ୍ଟିଲର ବାସନକୁସନ ମଧ୍ୟ କିଣିକି ଘରକୁ ଆଣିପାରିବେ। ଏହା ମଧ୍ୟ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ।
ଅଧିକ ପଢ଼ନ୍ତୁ ବାଣିଜ୍ୟ ଖବର