କଟକ: କଟକରେ ବିଜେଡି ସରକାର ଉପରେ ଜୋରଦାର ବର୍ଷିଲେ ପ୍ରଧାନମନ୍ତ୍ରୀ । ବିଜେଡି ସରକାର କେମିତ କାମ କରୁଛି ତାହାର କଳା ଚିଠା ସାମନାକୁ ଆସୁଛି । ବିଜେଡିର ଭ୍ରଷ୍ଟାଚାରୀ ରାକେଟକୁ ନେଇ ଲୋକ ଅତିଷ୍ଠ ହେଲେଣି । ଚିଟ୍ଫଣ୍ଡ ଦୁର୍ନୀତିରେ ବିଜେଡି ଓଡ଼ିଶା ଲୋକଙ୍କୁ ଧୋକା ଦେଇଛି । ଗତ 25 ବର୍ଷରେ ବିଜେଡି ଓଡ଼ିଶାକୁ ଲ୍ୟାଣ୍ଡ, ସ୍ୟାଣ୍ଡ, କୋଇଲା ମାଫିଆ ଦେଇଛି । ବିଜେଡି ଦୁର୍ନୀତିରେ ସମ୍ପୂର୍ଣ୍ଣ ବୁଡି ରହିଛି ।
ସେହିପରି କଟକର ପ୍ରମୁଖ ସମସ୍ୟା କଥା ଉଠାଇଲେ ପ୍ରଧାନମନ୍ତ୍ରୀ । କଟକ ଚାରିପଟେ ନଦୀ । ହେଲେ ଏଠି ପାଣିର ସମସ୍ୟା ଲାଗି ରହୁଛି । କାରଣ ଏଠିକା ସରକାର ପ୍ରକଳ୍ପକୁ ଅଟକାଇ ରଖିଛନ୍ତି ବୋଲି କହିଛନ୍ତି ମୋଦି ।
ଓଡ଼ିଶାରେ ଚାଲିଥିବା ଏ ଲୁଟତରାଜ ବନ୍ଦ ହେବା ଦରକାର । ଆପଣମାନଙ୍କ ଭୋଟ ହିଁ ଏ ଲୁଟ୍ ପାଟ୍ ବନ୍ଦ କରିବ । ଆପଣଙ୍କ ଭୋଟ ହିଁ ଓଡ଼ିଶାର ଭାଗ୍ୟ ବଦଳାଇ ପାରିବ । ବିଜେଡି ଭ୍ରଷ୍ଟାଚାର ପାଇଁ ଯୁବକମାନଙ୍କୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଛି । ଜଣେ ମାଫିଆ ଅଛନ୍ତି, ଯିଏ ପ୍ରତି ସେକ୍ଟର ଉପରେ କବ୍ଜା କରି ବସିଛି ବୋଲି ସଫା ସଫା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଜୁନ୍ ୧୦ରେ ବିଜେପି ସରକାର ଆସିଲେ ଏ ମାଫିଆର ଅଣ୍ଟା ଭଙ୍ଗାଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ଅନ୍ୟପଟେ ଲୋକଙ୍କ ଉତ୍ସାହ ଦେଖି ଆଗାମୀ 25 ବର୍ଷ ଓଡିଶା ଇତିହାସ ରଚିବ । ଜୁନ 10ରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନିଶ୍ଚିତ ବୋଲି କହିଛନ୍ତି ମୋଦି ।