ଅଧିକ ପଢନ୍ତୁ ଓଡ଼ିଶା ଖବର
ମୃତକ ଜଣକ ହେଲେ ସ୍ଥାନୀୟ ବାରଡାଙ୍ଗ ପଞ୍ଚାୟତ ନନ୍ତାର ଗ୍ରାମର ଅଞ୍ଜନ ମଳିକ । ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଅଞ୍ଜନ ସେହି ରାସ୍ତା କାର୍ଯ୍ୟରେ ନିୟୋଜିତ ଥିବା ବେଳେ କମ୍ପାନୀର ଗାଡ଼ି ଚଢ଼ାଇ ଦେଇଥିବା ଜଣାପଡ଼ିଛି । ଦିନ ବେଳା ଅସହ୍ୟ ଗରମ ହେତୁ ରାସ୍ତାର ପିଚୁ କାର୍ଯ୍ୟ ରାତିରେ ହେଉଥିଲା । ଘଟଣାସ୍ଥଳରେ ମହାକାଳପଡ଼ା ପୁଲିସର ତଦନ୍ତ ଜାରି ରହିଥିବା ବେଳେ ଜମ୍ବୁ-ମାର୍ଶାଘାଇ କେନାଲ ରୋଡରେ ଶହ ଶହ ଗାଡି ଅଟକି ରହିଛି ।