ନବୀନ-ପାଣ୍ଡିଆନ୍ ଯୋଡିଙ୍କ ମୋଦିଙ୍କୁ କଟାକ୍ଷ ତୃଣମୂଳ ସ୍ତରରେ ତିଆରି କରିଛି ବଡ ପ୍ରତିକ୍ରିୟା । ସାରା ଦେଶ ଓ ରାଜ୍ୟରେ ଚାଲିଛି ମୋଦୀ ହାୱା । ଏଥର ଓଡିଶାରେ ନବୀନଙ୍କ ପାଇଁ ଭୋଟ ନୁହେଁ ପାଣ୍ଡିଆନ୍ ଷଡଯନ୍ତ୍ର କରି କ୍ଷମତା ଦଖଲର ଜାଲ ବୁଣୁଛନ୍ତି । ଓଡିଶାର ଉପକୂଳରୁ ଉପାନ୍ତ ଲୋକେ କରୁଛନ୍ତି ଚର୍ଚ୍ଚା । ନବୀନ ପାଣ୍ଡିଆନ୍ କଥୋପକଥନରେ ପାଣ୍ଡିଆନ୍ ଙ୍କ ବଡି ଲାଙ୍ଗୁଏଜ୍ ତିଆରି କରିଛି ତୃଣମୂଳ ସ୍ତରରେ ବଡ ପ୍ରତିକ୍ରିୟା । ପାଣ୍ଡିଆନ୍ ମୋଦୀଙ୍କୁ ଛାଡୁନାହାନ୍ତି, ମୋର 14 ପୁରୁଷ ଉଦ୍ଧାର କଲେ କଣ ବଡ କଥା ବୋଲି କହିଛନ୍ତି ଧର୍ମେନ୍ଦ୍ର ।
ଏବେ 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଜନପ୍ରିୟତା କାଠଗଡାରେ । ଗୋଟିଏ ପଟେ ଅପାର ସମ୍ଭାବନା ସତ୍ତ୍ୱେ ଓଡିଆ କାହିଁକି ଗରିବ - ମୋଦିଙ୍କ ବକ୍ତବ୍ୟ ତିଆରି କରିଛି ବଡ ବିତର୍କ । ବିକାଶ ସାଙ୍ଗରେ ନବୀନଙ୍କୁ ହାଇଜାକ୍ କରିଥିବା ଓଡିଆ ସଂସ୍କୁତି, ସ୍ୱାଭିମାନ ଓ ଅସ୍ମିତାର ଅପମାନ ଷଡଯନ୍ତ୍ରରେ ସାମିଲ ପାଣ୍ଡିଆନଙ୍କ ଓଡିଆ ବିଜେଡି ନେତାଙ୍କୁ କ୍ରୀତାଦାସର ଆଚରଣ କରିବା ପଡିବକି ମହଙ୍ଗା ।
ଅଧିକ ପଢନ୍ତୁ ଓଡ଼ିଶା ଖବର