ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ: ଏଥର ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହେବେ ନବୀନ। ବିଜେପୁର ପରେ କଣ୍ଟାବାଞ୍ଜିରୁ ନବୀନଙ୍କ ପାର୍ଥିତ୍ବକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। 2019ରେ ବିଜେପୁର ବିକାଶର ବଡ ପ୍ରତିଶ୍ରୁତି ଦେଇଥିଲେ ବିଜେଡି ମୁଖିଆ । କୂଆଡେ ଗଲା ବିଜେପୁର ବିକାଶର ଦାୟୀତ୍ବ, କେତେ ଦୂର ପୂରଣ ହେଲା ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ବିଜେପୁରରେ ଭଲ ବସ ଷ୍ଟାଣ୍ଡ, ବିଜେପୁରର ସବୁ ଗାଁକୁ ରାସ୍ତା ଓ ବିଜୁଳି, ବିଜେପୁରର ସିଭିଲ କୋର୍ଟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ଗାଇସିଲଟରେ ଚାହିଦା ମୂତାବକ ଜଳ ସେଚନ, ଚାଷୀଙ୍କୁ ଇନପୁଟ ସବସିଡି କୂଆଡେ ଗଲା । ଗତ 5 ବର୍ଷରେ ମୁଖ୍ୟମନ୍ତ୍ରୀ କଣ କରିଛନ୍ତି ତାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନ।
ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:
ଅର୍ଗସ ବ୍ୟୁରୋ : ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସେଠୀ ମଙ୍ଗଳବାର ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ସେ ନିଜର ଇସ୍ତଫା ସମ୍ପର୍କରେ ଜଣାଇଛନ୍ତି । ଶ୍ରୀ ସେଠୀ ୨୦୧୪ରେ କାକଟପୁର ବିଧାୟକ ହୋଇଥିଲେ । ହେଲେ ୨୦୧୯ରେ କିନ୍ତୁ ତାଙ୍କ ବଦଳରେ ବିଜେପିରୁ ଆସିଥିବା ନେତା ତୁଷାରକାନ୍ତି ବେହେରାଙ୍କୁ ବିଜେଡି ଟିକେଟ୍ ଦେଇଥିଲା।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : କଂଗ୍ରେସ ଘୋଷଣା ବିଧାନସଭା ପ୍ରାର୍ଥୀ ତାଲିକା । କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ । ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ ।
ଅଧିକ ପଢନ୍ତୁ ଓଡ଼ିଶା ଖବର