ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ରାଜ୍ୟରେ ଅଂଶୁଘାତର ସାଙ୍ଘାତିକ ସ୍ଥିତି । ୨୦ ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ । ଢେଙ୍କାନାଳ, ବାଲେଶ୍ବର ଓ ମୟୁରଭଞ୍ଜରେ ୩ ମୃତ୍ୟୁ ସ୍ପଷ୍ଟ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗର ସୂଚନା । ଅନ୍ୟ ୧୭ ଜଣଙ୍କ ମୃତ୍ୟୁର ତଦନ୍ତ ଚାଲିଛି । ଏ ପର୍ଯ୍ୟନ୍ତ ରାଜ୍ୟରେ ୭୮୬ ଅଂଶୁଘାତ ମାମଲା ଆସିଛି । ଗତ କିଛି ଦିନ ହେଲା ତାତି କମିଥିବାରୁ ସ୍ଥିତି ଏବେ ନିୟନ୍ତ୍ରଣରେ ଥିବା କହିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ପୁଣି ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସୋପିଆନରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ତେବେ ସୋପିଆନର ହିରାପୋରା ଇଲାକାରେ ଆତଙ୍କବାଦୀମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ଏଜାଜ ଅହମଦ ଶୈଖଙ୍କ ଉପରେ ଗୁଳିମାଡ କରିଥିଲେ ।
ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଆତଙ୍କବାଦୀମାନେ ଜମ୍ମୁକାଶ୍ମୀରର ଅନନ୍ତନାଗରେ ଏକ ପର୍ଯ୍ୟଟକ କ୍ୟାମ୍ପ ଉପରେ ଆକ୍ରମଣ କରିଥିଲେ । ଫଳରେ ଜୟପୁରରୁ କାଶ୍ମୀର ବୁଲିବାକୁ ଆସିଥିବା ଟୁରିଷ୍ଟ ଦମ୍ପତ୍ତି ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଛି । ଅନ୍ୟପଟେ ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବିଜେପି । ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛି ଦଳ ।
ଅଧିକ ପଢନ୍ତୁ ଭାରତ ଖବର
ଗତ କାଲି ସକାଳୁ କାଶ୍ମୀର ପୋଲିସ ଓ କେନ୍ଦ୍ରୀୟ ଫୋର୍ସର ଯବାନ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁରା ଏରିଆକୁ କର୍ଡନ କରି ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଆଜି କାଶ୍ମୀର ବାରମୁଲ୍ଲା ସଂସଦୀୟ ଆସନରେ ମତଦାନ ହେବାକୁ ଯାଉଛି । କଡା ସୁରକ୍ଷା ମଧ୍ୟରେ ଭୋଟିଂ ଶେଷ କରିବାକୁ ସମସ୍ତ ପ୍ରସ୍ତୁତି କରାଯାଇଛି । ତଥାପି ମତଦାନର ମାତ୍ର ଗୋଟିଏ ଦିନ ପୂର୍ବରୁ ଦୁଇଟି ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ଘଟଣା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ଅର୍ଗସ ବ୍ୟୁରୋ : ପୁରୀରେ ପଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ଆସିଥିଲେ । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କ ଦର୍ଶନ କରିବେ ମୋଦି । ମହାପ୍ରଭୁଙ୍କ ଦର୍ଶନ କରିସାରିବା ପରେ ବଡ଼ଦାଣ୍ଡରୁ ଆରମ୍ଭ କରିବେ ରୋଡ଼ ସୋ । ପୁରୀରେ ରୋଡ଼ ସୋ ସରିବା ପରେ ଅନୁଗୋଳ ଓ କଟକରେ ଜନସଭାକୁ ସମ୍ବୋଧିତ କରିବେ ।
ସକାଳ ୭ଟା ୫୫ରେ ମରିଚକୋଟରୁ ଆରମ୍ଭ ହେବ ରୋଡ୍ ସୋ' । ସକାଳ ୮ଟାରୁ ୯ଟା ଯାଏ ରୋଡ୍ ସୋ' । ସକାଳ ୯ଟା ୫ରେ ପୁରୀ ମେଡିକାଲ ଛକରେ ଶେଷ ହେବ ରୋଡ୍ ସୋ' । ସକାଳ ୯ଟା ୧୫ରେ ପୁରୀ ହେଲିପ୍ୟାଡ୍ରେ ପହଞ୍ଚିବେ । ସକାଳ ୯ଟା ୨୦ରେ ହେଲିକପ୍ଟର ଯୋଗେ ଅନୁଗୁଳ ଯିବେ ।
ଅଧିକ ପଢନ୍ତୁ : ପୁଣି ଓଡ଼ିଶାରେ ମୋଦି ଧମାକା
ସକାଳ ୧୦ଟା ୧୫ରେ ଅନୁଗୁଳରେ ପହଞ୍ଚିବେ । ସକାଳ ୧୦ଟା ୨୫ରେ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚିବେ । ସକାଳ ୧୦ଟା ୩୦ରୁ ୧୧ଟା ୧୫ ସାଧାରଣ ସଭା । ୧୧ଟା ୧୫ରୁ ଅନୁଗୁଳରୁ ବାହାରି କଟକ ଯିବେ । ମଧ୍ୟାହ୍ନ ୧୨ଟାରେ ଉପର ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ଯୋଗ ଦେବେ । ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୫ ସାଧାରଣ ସଭା । ମଧ୍ୟାହ୍ନ ୧୨ଟାର ୫୦ରେ କଟକରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ୧ଟା ୧୦ରେ ପହଞ୍ଚିବେ । ସେଠାରୁ ୧ଟା ୧୫ରୁ ପଶ୍ଚିମବଙ୍ଗ ଅଭିମୁଖେ ବାହାରିବେ ପ୍ରଧାନମନ୍ତ୍ରୀ ।
ଅର୍ଗସ ବ୍ୟୁରୋ: ଭିକେ ପାଣ୍ତିଆନକୁ ସମ୍ବଲପୁରରେ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ୪ ଜୁନରେ ବିଜେଡିର ଏକ୍ସପାଏରୀ ଡେଟ ଶେଷ ହେଊଥିବାରୁ ଭିକେ ପାଣ୍ତିଆନ ରୋଡ ସୋରେ ବିଦାୟ ସମ୍ବର୍ଦ୍ଧନା ଦେଲେ ଯୁବକ । ରୋଡ ସୋ ଚାଲିଥିବା ବେଳେ ସମ୍ମୁଖରେ ଛିଡା ହୋଇ ଜଣେ ଯୁବକ ଏହା ସମ୍ବଲପୁର ସହରବାସୀଙ୍କ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଉଥିବା କହିଲେ । ଜନସାଧାରଣ ବିଜେଡି ସବୁ ଚାଲ ଜାଣିସାରିଲେଣି। ସେଥିପାଇଁ ତ ଏଥର ନୂଆ ସରକାର ଗଢ଼ିବେ ବୋଲି ଅଡି ବସିଛନ୍ତି। ବହୁତ ସହିଲେ ୨୫ ବର୍ଷ ଧରି, ଆଉ ଚଳିବ ନାହିଁ। ୪ ଜୁନରେ ବିଜେଡିର ଏକ୍ସପାଏରୀ ଡେଟ ଶେଷ ହେଇଯାଉଛି ବୋଲି ଜନସାଧାରଣ କହୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: