ପର୍ଶୁରାମ ଧଡାଙ୍କ ସହ ବାଲେଶ୍ଵର ଜିଲ୍ଲାର ଶତାଧିକ ବିଜେଡ଼ି ନେତା ଓ କର୍ମୀ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ବିଜେଡ଼ିରେ ଟିକେଟ ନମିଳିବାରୁ କିଛି ଦିନ ତଳେ ବିଜେଡ଼ି ଛାଡି ଥିଲେ ପର୍ଶୁରାମ । 2009 ନିର୍ବାଚନରେ ସୋରରୁ ବିଜେପି ଟିକେଟରେ ନିର୍ବାଚନ ଲଢ଼ି ମାତ୍ର 360 ଭୋଟରେ ପରାଜିତ ହୋଇଥିଲେ ।
ତେବେ 2014 ଏବଂ 2019 ରେ ବିଜେଡ଼ିରେ ଯୋଗଦେଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ମାଧବ ଧଡ଼ାଙ୍କୁ ଟିକେଟ ଦେଇଛି । ଯାହାକୁ ନେଇ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିଲେ ପର୍ଶୁରାମ ।
ଆହୁରି ପଢନ୍ତୁ ଓଡିଶା ଖବର...