ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପର ଦିନ 3ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ପ୍ରଥମେ ସକାଳ ସାଢେ 9 ଟାରେ କନ୍ଧମାଳ ଷ୍ଟାଡିୟମ ପଡିଆର ଏକ ସମାବେଶରେ ଯୋଗ ଦେବେ । ଏହା ପରେ ଗେଟ୍ ପଡିଆରେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ସଂଧ୍ୟା 8ଟାରେ ପାର୍ଟି ଅଫିସରୁ କରିବେ ରୋଡ ସା । ମୋଦିଙ୍କ ରୋଡ଼ ସୋ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି । ରାମ ମନ୍ଦିର ଛକରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛିନ୍ତି ଏସପିଜି ଟିମ୍। ବ୍ୟାରିକେ଼ଡ ଲଗା ଯାଇଥିବା ସ୍ଥାନ ସହ କେଉଁ ବିଲଡିଂ ରୁଫ ଟଫ୍ ରୁ ସ୍ନାଇପର ରହିବ ତାହା ଯାଞ୍ଚ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ଼ ସୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାମ ମନ୍ଦିର ଠାରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରୋଡ଼ ସୋ କରିବାର କାର୍ଯ୍ୟକ୍ରମ ରହିଛି ।
ରାଜଭବନରେ ରାତ୍ରି ଯାପନ କରିବେ ପ୍ରଧାନମନ୍ତ୍ରୀ । ଏହା ପର ଦିନ 3ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ମୋଦି । ପ୍ରଥମେ ସକାଳ ସାଢେ 9 ଟାରେ କନ୍ଧମାଳ ଷ୍ଟାଡିୟମ ପଡିଆର ଏକ ସମାବେଶରେ ଯୋଗ ଦେବେ । ଏହା ପରେ ଗେଟ୍ ପଡିଆରେ ବିଶାଳ ଜନ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ନୂଆଦିଲ୍ଲୀ: ହୋଇପାରେ ବିସ୍ଫୋରଣ। ଖରାରେ ଛିଡା ହୋଇଥିବା କାରରେ ଯଦି ଏହି ୫ ଟି ଜିନିଷ ରଖୁଛନ୍ତି ତେବେ ଆପଣଙ୍କ କାରରେ ବିସ୍ଫୋରଣ ଘଟିପାରେ। ଏହି ୫ଟି ଜିନିଷକୁ କେବେବି ଭୁଲରେ ଖରାରେ ଛିଡା ହୋଇଥିବା ଗାଡିରେ ଛାଡିକି ଆସନ୍ତୁ ନାହିଁ।
୧-ପରଫ୍ୟୁମ୍- ପରଫ୍ୟୁମ୍ ରେ ପର୍ଯ୍ୟାପ୍ତ ମାତ୍ରାରେ ଆଲକୋହଲ ରହିଥାଏ। ଯାହା ଜ୍ୱଳନଶୀଳ ହୋଇଥାଏ। ଯଦି ଏହାକୁ ଗରମ କାରରେ ଛାଡୁଛନ୍ତି ଏବଂ ଏହା ଉପରେ ସୂର୍ଯ୍ୟ କିରଣ ପଡୁଛି ତେବେ ବୋତଲ ଭିତରେ ଗ୍ୟାସ ହୋଇଯାଇଥାଏ। ଯାହାଦ୍ୱାରା ବୋତଲ ବିସ୍ଫୋରଣ ଘଟିଥାଏ।
୨-ସାନିଟାଇଜର- ହ୍ୟାଣ୍ଡ ସାନିଟାଇଜରରେ ମଧ୍ୟ ପର୍ଯ୍ୟାପ୍ତ ଆଲକୋହଲ ରହିଥାଏ। ଆଉ ଏହାକୁ ଯଦି ଗରମ କାରରେ ରଖୁଛନ୍ତି ତେବେ ଏହା ବିପଦଜନକ। ସୂର୍ଯ୍ୟଙ୍କ କିରଣ ସଂସ୍ପର୍ଶରେ ଆସିବା ଦ୍ୱାରା ଏଥିରେ ମଧ୍ୟ କେମିକାଲ ରିଆକ୍ସନ ହୋଇଥାଏ। ଯାହାଦ୍ୱାରା ବିସ୍ଫୋରଣ ଘଟିବାର ସମ୍ଭାବନା ରହିଥାଏ।
୩-ବ୍ୟାଟେରୀ- ବ୍ୟାଟେରୀ ଏବଂ ଇଲୋକ୍ଟ୍ରୋନିକସ୍ କୁ ମଧ୍ୟ ହାଇ ଟେମ୍ପରେଚର ନରଖିବା ଉଚିତ୍। ବ୍ୟାଟେରୀ, ପାଓ୍ୱରବ୍ୟାଙ୍କ, ସେଲ ଇତ୍ୟାଦି କୁ ଭୁଲ ର ମଧ୍ୟ କାର ରେ ନଛାଡନ୍ତୁ। ଏଥିରେ ସର୍ଟ ସର୍କିଟ, ସ୍ପାର୍କ ଏବଂ ନିଆଁ ଲାଗିବାର ବିପଦ ରହିଥାଏ।
୪- ସିଗାରେଟ ଲାଇଟର- ଏହାର ବହୁତ ସାଧାରଣ କଥା। ସିଗୋରେଟ ଟାଣୁଥିବା ବ୍ୟକ୍ତିମାନେ ଅଧିକାଂଶ ଡ୍ୟାଶବୋର୍ଡ ଏବଂ ସେଣ୍ଟ୍ରାଲ କଂଶୋଲ ରେ ଲାଇଟର ରଖିଥାନ୍ତି। ଲାଇଟର ରେ ମଧ୍ୟ ଗ୍ୟାସ ରହିଥାଏ। ହାଇ ଟେମ୍ପରେଚର ଯୋଗୁଁ ଲାଇଟର ଫାଟି ଯିବାର ସମ୍ଭାବନା ରହିଥାଏ। ଆଉ ଏଥିରୁ ନିଆଁ ମଧ୍ୟ ଲାଗିଯାଇଥାଏ।
ଏହି ସବ ଜିନିଷ ଜ୍ୱଳନଶୀଳ ହୋଇଥାଏ। ଆଉ ଭୀଷଣ ଗରମରେ କାରରେ ନିଆଁ ଲାଗିବାର ସମ୍ଭାବନା ରହିଥାଏ। ଏହଠାରେ ଯାହାବି ସୂଚନା ଆମେ ଦେଲୁ ତାହା ସବୁ ମିଡିଆ ରିପୋର୍ଟସ ଉପରେ ଆଧାରିତ।
ଅଧିକ ପଢନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏକ ପ୍ରାୟୋଜିତ ଷଡଯନ୍ତ୍ର।
ବିଜେଡି ସହ ସମ୍ପର୍କରେ ଥିଲେ ସ୍ୱାଧୀନ ପ୍ରାର୍ଥୀ ଶିବ ଶଙ୍କର। କାହା ନିର୍ଦ୍ଦେଶରେ ବୁଥକୁ ଶିବ ଶଙ୍କର ଆସିଥିଲେ ତାଙ୍କ ଫୋନ ଯାଞ୍ଚ ହେଲେ ସତ ବାହାରକୁ ଆସିବ। ଆସ୍କାକୁ କେମିତି ମୁଁ ଯାଇ ନ ପାରିବି ସେଥିପାଇଁ ପୋଲିସ ଉପସ୍ଥିତିରେ ମୋତେ ଆକ୍ରମଣ ହୋଇଥିଲା। ମୋର ଆସ୍କା ଓ ହିଞ୍ଜିଳି ଯିବା ଆସିବା ବିଜେଡିର ସୁରକ୍ଷିତ ସିଟକୁ ଆଘାତ ହେବ ଭଳି ଲାଗିଲା। ସେଥିପାଇଁ ମୋତେ ଜାଣିଶୁଣି ଆକ୍ରମଣ କରାଯାଇଛି। ମୁଁ ଏହି ଆକ୍ରମଣରୁ ଡରିନାହିଁ ବିଜେଡି ଦୁର୍ନୀତି ବିରୋଧରେ ମୁଁ ସବୁବେଳେ ପ୍ରତିବାଦ କରିବି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ୍ ଦେବାକୁ ନଦେଇ ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ ହେଉଛି l
ପ୍ରତିବାଦ କଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା କହିଛନ୍ତି ବିଜେପି ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତି । ଖାଲି ସେତିକି ନୁହେଁ ମଣ୍ଡଳ ସଭାପତିଙ୍କ ମୋବାଇଲ ବିଜେଡି କର୍ମୀ ଛଡାଇ ନେଇଥିବାବେଳେ ପୋଲିସ ଚୁପଥିବା ଅଭିଯୋଗ କରିଛନ୍ତି ମଣ୍ଡଳ ସଭାପତି ପଞ୍ଚମନ ଜଗଦଲା l ଘଟଣାସ୍ଥଳରେ SDPO ପହଂଚି ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି l
ଆହୁରି ପଢନ୍ତୁ ଓଡିଶା ଖବର...