ଏହି ସମୟରେ ପବନର ବେଗ ୪୦ ରୁ ୫୦ କିମି ରହିବା ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଏହାସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକର କିଛି କିଛି ସ୍ଥାନରେ ମଧ୍ୟ ସମାନ ସ୍ଥିତି ରହିବ। ସେହିପରି ଆସନ୍ତାକାଲି ବିଜୁଳି ଘଡଘଡି ସହ ବର୍ଷା ଓ ଝଡିପବନ ହେବ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ମୟୁରଭଞ୍ଜ କେନ୍ଦୁଝର, ଅନୁଗୁଳ, କନ୍ଧମାଳ, ଗଞ୍ଜାମ, ଗଜପତି ଓ ରାୟଗଡା ଜିଲ୍ଲାକୁ ମଧ୍ୟ ଅରେଞ୍ଜ ଓ୍ବାର୍ଣ୍ଣିଙ୍ଗ ଜାରିକରିଛି ପାଣିପାଗ ବିଭାଗ। ୯ ତାରିଖରେ ମୟୁରଭଞ୍ଜ କେନ୍ଦୁଝର ଢେଙ୍କାନାଳ ଯାଜପୁର ଭଦ୍ରକ ବାଲେଶ୍ୱର ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଙ୍ଗ ରହିଛି। ବିଶେଷ ଭାବେ ଉପକୂଳ ଓଡିଶା ଓ ତାର ପାଶ୍ୱବର୍ତ୍ତୀ ଏବଂ ଆଭ୍ୟନ୍ତରୀଣ ଓଡିଶା ର କିଛି ସ୍ଥାନରେ ବର୍ଷାର ସମ୍ଭାବନା ଆଗାମୀ ୩ ଦିନ ଯାଏ ବିସ୍ତାରିତ ବର୍ଷା ପାଇଁ ଓ୍ବାର୍ଣ୍ଣିଙ୍ଗ ରହିଛି। ଏହି ସମୟରେ ୪ ରୁ ୬ ଡିଗ୍ରୀ ତାପମାତ୍ରା ହ୍ରାସ ପାଇବ ବୋଲି ବିଭାଗ ଆକଳନ କରିଛି ।
ଅନ୍ୟପଟେ ରାଜ୍ୟରେ ଆଜିଠାରୁ ବର୍ଷାର ପ୍ରଭାବ ରହିଥିବା ବେଳେ ୭ ରୁ ୧୨ ତାରିଖ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ରହିବ । ଏହାସହ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ଆସନ୍ତା ୨୪ଘଣ୍ଟା ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଅଧିକ ପଢ଼ନ୍ତୁ ପାଣିପାଗ ଖବର