ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ହଟାଇବା ପାଇଁ ଟାଟା ପାୱାର ଅଧିକାରୀଙ୍କୁ ବହୁବାର ଲିଖିତ ଭାବେ ଜଣାଇ ଥିଲେ ହେଲେ କୌଣସି ସୁଫଳ ନମିଳିବାରୁ ମାନବାଧିକାରଙ୍କ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ । କମିଶନର ଘରବାଡ଼ି ଜାଗାରୁ ଉଚ୍ଚ କ୍ଷମତା ବିଦ୍ୟୁତ ଲାଇନ ହଟାଇବାକୁ ଟାଟା ପାୱାରକୁ ନିର୍ଦେଶ ଦେଇଥିଲେ । ହେଲେ ଏପର୍ଯ୍ୟନ୍ତ ଟାଟା ପାୱାର କମିଶନଙ୍କ ନିର୍ଦେଶକୁ କାର୍ଯ୍ୟକାରୀ କରୁନାହିଁ ।
ଘରବାଡି ଜାଗା ଉପରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଲାଇନ ଯାଇ ପାରିବନି ବୋଲି OERCର ନିୟମ ଥିଲେ ମଧ୍ୟ ତାହାକୁ କିଶନନଗର ଅଞ୍ଚଳରେ ଥିବା ଟାଟା ପାୱାର ଅଧିକାରୀ ମାନୁନାହାନ୍ତି । ଘରବାଡି, ସ୍କୁଲୁ ପରିସରରେ ଉଚ୍ଚ କ୍ଷମତା ସମ୍ପନ୍ନ ୩୩କେଭି ବିଦ୍ୟୁତ ଲାଇନ ଯାଇଛି । କେତେ ବେଳେ ବଡ଼ ଅଘଟଣ ଘଟିବ ତାହାକୁ କେହି ଏଡାଇ ପାରିବେନି । ତୁରନ୍ତ ଏଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।