ଅଧିକ ପଢନ୍ତୁ ଓଡିଶା ଖବର
ଗରିବଙ୍କୁ ୧୦୦ ୟୁନିଟ୍ ଯାଏଁ ବିଜୁଳି ମାଗଣା ଦିଆଯିବ । ବିଏସ୍ କେୱାଇର ପରିସର ବୃଦ୍ଧି କରାଯିବ । ଆଗାମୀ ୫ ବର୍ଷରେ ଏସଏଚଜିଙ୍କୁ ଗୁରୁତ୍ବ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ ।
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯୁବଶକ୍ତି ପାଇଁ ବିଶେଷ ବଜେଟ ଆସିବ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଝିଅଙ୍କୁ ୧୪ ଓ ପୁଅଙ୍କୁ ୧୨ ହଜାର ଟଙ୍କା ମିଳିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ । ବିରତି ସମୟରେ ସବୁ ମତ୍ସ୍ୟଜୀବିଙ୍କୁ ୧୫ ହଜୀର ଟଙ୍କା ଦିଆଯିବ ।
ଅଧିକ ପଢନ୍ତୁ ଓଡିଶା ଖବର
ଗରିବଙ୍କୁ ୧୦୦ ୟୁନିଟ୍ ଯାଏଁ ବିଜୁଳି ମାଗଣା ଦିଆଯିବ । ବିଏସ୍ କେୱାଇର ପରିସର ବୃଦ୍ଧି କରାଯିବ । ଆଗାମୀ ୫ ବର୍ଷରେ ଏସଏଚଜିଙ୍କୁ ଗୁରୁତ୍ବ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ ।
ଢେଙ୍କାନାଳ : ଆସନ୍ତା କାଲି ପରଜଙ୍ଗ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଜନସଭାକୁ କରିବେ ସମ୍ବୋଧନ |ତେବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ କଙ୍କଡାହାଡ଼ ବ୍ଲକର ବାଟ ଗାଁ ସ୍କୁଲ ପଡିଆରେ, କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ,ପ୍ରସ୍ତୁତି ଜୋର ସୋରରେ ଚାଲିଛି |ଏ ନେଇ ପରଜଙ୍ଗ ବିଜେପି ବିଧାୟକ ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନ, ବିଜେପି ଯୁବ ମୁର୍ଚ୍ଛା ସାଧାରଣ ସମ୍ପାଦକ ଦିପକ ଗୋଛାୟତ, ସ୍ଥାନୀୟ ପ୍ରଶାସନ ସହ କାର୍ଯ୍ୟକ୍ରମ ସ୍ଥାନକୁ ଯାଇ ସ୍ଥିତି ପରଖିବା ସହ କିଭଳି ଭାବେ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ସମାପନ ହେଵ ବୋଲି ଦେଖିଛନ୍ତି |
ଅଧିକ ପଢନ୍ତୁ : ରାଉରକେଲାରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହୁଙ୍କାର
୧୭ରେ ରାଉଲକେଲା ଆସି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ଶାହ । ୨୫ ବର୍ଷରେ ୫୦ ବର୍ଷ ପଛକୁ ଓଡିଶାକୁ ଠେଲି ଦେଇଥିବା ବିଜେଡି ସରକାରର ଅନ୍ତ କରି ରାଜ୍ୟରେ ପଦ୍ମ ଫୁଟାଇବାକୁ ରାଉଲକେଲାରୁ ରଣହୁଙ୍କାର ଭରିଥିଲେ । କେନ୍ଦ୍ରୀୟ ଯୋଜନାକୁ ଚକ୍ରାନ୍ତ କରି ବିଜେଡି ସରକାର ହଡ଼ପ କରୁଥିବା ଅଭିଯୋଗ ସହ 24 ନିର୍ବାଚନରେ ବିଜେପିକୁ ଭୋଟ ଦେଇ ରାଜ୍ୟରେ ଡବଲ ଇଞ୍ଜିନ ସରକାର ବନାଇବାକୁ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଥିଲେ ଶାହ ।
ଭୁବନେଶ୍ୱର: ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ଦିନ ଗୋଟାଏ ସୁଦ୍ଧା ୩୫.୩୧ ପ୍ରତିଶତ ମତଦାନ । 5 ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ 35 ବିଧାନସଭା ଆସନ ପାଇଁ ଚାଲିଛି ଭୋଟିଂ ।
9162ଟି ମତଦାନ କେନ୍ଦ୍ରରେ ଭୋଟ ଦେଉଛନ୍ତି 79 ଲକ୍ଷ 69 ହଜାର ଭୋଟର । ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ବଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ୟବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ପ୍ରାୟ 102 କମ୍ପାନୀ ସୁରକ୍ଷା ବାହିନୀ ନିୟୋଜିତ ହୋଇଥିବା ବେଳେ 60ଟି ବୁଥରେ ହେଉଛି ଲାଇଭ ଷ୍ଟ୍ରିମିଂ। ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଆଜି ସକାଳୁ ପଞ୍ଚମ ପର୍ଯ୍ୟାନ ନିର୍ବାଚନ ଆରମ୍ଭ ହୋଇ ଯାଇଥିବା ବେଳେ ଭୋଟ୍ ଦେଉଛି ଦେଶ। ସାଧାରଣ ଜନତାଙ୍କଠାରୁ ନେଇ ବିଭିନ୍ନ ସେଲିବ୍ରିଟି ନିଜର ମତଦାନ କରିବାକୁ ମତଦାନ କେନ୍ଦ୍ରରେ ପହଞ୍ଚିଛନ୍ତି। ମତଦାନ କେନ୍ଦ୍ରରେ ପହଞ୍ଚିବା ପରେ ବଲିଉଡର ଅନେକ ସେଲିବ୍ରିଟି ସୋମବାର, ମେ ୨୦ ତାରିଖରେ ମତଦାନ ଅଧିକାରକୁ ସାବ୍ୟସ୍ତ କରିଛନ୍ତି।
#WATCH | Actor Akshay Kumar shows the indelible ink mark on his finger after casting his vote at a polling booth in Mumbai.
He says, "...I want my India to be developed and strong. I voted keeping that in mind. India should vote for what they deem is right...I think voter… pic.twitter.com/mN9C9dlvRD — ANI (@ANI) May 20, 2024
୨୦୨୩ ମସିହା ଅଗଷ୍ଟ ମାସରେ ଭାରତୀୟ ନାଗରିକତ୍ୱ ପାଇବା ପରେ ଅକ୍ଷୟ କୁମାର ପ୍ରଥମ ଥର ପାଇଁ ଭୋଟ୍ ଦେଇଛନ୍ତି। ସେହିପରି ଜାହ୍ନବୀ କପୁର ଏକ ଗୋଲାପୀ ରଙ୍ଗର ସାଲ୍ୱାର୍ ସୁଟ୍ ପିନ୍ଧି ମୁମ୍ବାଇର ଏକ ମତଦାନ ବୁଥରେ ଭୋଟ୍ ଦେବାକୁ ଆସିଥିବା ବେଳର ଫଟୋ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି।
ଅଭିନେତ୍ରୀ ସନୟା ମଲହୋତ୍ରା ମୁମ୍ବାଇରେ ଭୋଟ୍ ଦେବା ପରେ ଫଟୋଗ୍ରାଫର୍ଙ୍କ ପାଇଁ ପୋଜ୍ ଦେବାକୁ ଅଟକିଥିଲେ। ଅଭିନେତା ରାଜକୁମାର ରାଓ ମୁମ୍ବାଇରେ ଭୋଟ୍ ଦେବା ପରେ ତାଙ୍କ କାଳି ଲାଗିଥିବା ତାଙ୍କ ଆଙ୍ଗୁଠିକୁ ଫଟୋଗ୍ରାଫର୍ଙ୍କୁ ଦେଖାଇ ପୋଜ୍ ଦେଇଥିଲେ। ସେ କାଜୁଆଲିଟି ଟି-ସାର୍ଟ ସହ ଟୋପି ପିନ୍ଧିଥିଲେ। ସେହିପରି ମୁମ୍ବାଇରେ ଭୋଟ୍ ଦେବା ପାଇଁ ଆମୀର ଖାନଙ୍କ ଦୁଇ ପିଲା ଜୁନୈଦ ଏବଂ ଇରା ଖାନଙ୍କୁ ଏକାଠି ଦେଖିବାକୁ ମଳିଥିଲା।
ଏମାନଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ଏବଂ ଭାଇ-ଭଉଣୀ ଯୋଡି, ଫରହାନ୍ ଅଖତର ଏବଂ ଜୋୟା ଅଖତର ସେମାନଙ୍କ ମା' ହନି ଇରାନୀଙ୍କ ସହ ଭୋଟ୍ ଦେଇଛନ୍ତି। ଟିଭି ଏବଂ ବଲିଉଡ ଅଭିନେତ୍ରୀ ଅନୀତା ରାଜ ତାଙ୍କ କାଳି ଲଗା ଆଙ୍ଗୁଠିକୁ ଦେଖାଇ ଥିବାର ଏକ ଫଟୋ ଭାଇରାଲ୍ ହୋଇଛି। ଚଳଚ୍ଚିତ୍ର ନିର୍ଦ୍ଦେଶକ କୁନାଲ କୋହଲି ମଧ୍ୟ ନିଜର ମତଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର