ଦିଗପହଣ୍ଡି: ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଦୁର୍ଘଟଣା I ଅନ୍ୟ ଏକ ଗାଡ଼ିକୁ ଓଭରଟେକିଂ ବେଳେ ମିନି ଟ୍ରକ୍ ଦୁର୍ଘଟଣାଗ୍ରସ୍ତ I ରାସ୍ତାକଡ଼କୁ ଖସି ପଡ଼ିଲା ମିନି ଟ୍ରକ୍ । ଫଳରେ ଡ୍ରାଇଭର ଆହତ ହୋଇଥିବା ସୂଚନା ରହିଛି ।
ଅର୍ଗସ ବ୍ୟୁରୋ: ବିଜେଡିକୁ ମହଙ୍ଗା ପଡ଼ିବ ନିର୍ବାଚନୀ ହିଂସା । ନିର୍ବାଚନ ସମୟରେ ସାରା ରାଜ୍ୟରେ ନବୀନ ବାହିନୀର ଆତଙ୍କରାଜ ବିରୋଧରେ ଖଡ଼ଗହସ୍ତ ହୋଇଛନ୍ତି ଜନତା । ବୌଦ୍ଧରୁ ସୁନ୍ଦରଗଡ଼, ବଲାଙ୍ଗୀରରୁ ଗଞ୍ଜାମ ସବୁଠି ହିଂସା ଓ ରକ୍ତପାତ ଘଟାଇଛନ୍ତି ବିଜେଡି କର୍ମୀ । ବିଜେପି ନେତାଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବୁଥ କ୍ୟାପଚର କରିବାକୁ ଉଦ୍ୟମ କରିଛନ୍ତି ଶାସଦ ଦଳ ଗୁଣ୍ଡା ବାହିନୀ । ସୋମବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନବେଳେ ବିଜେଡି ପ୍ରାୟୋଜିତ ହିଂସାରେ ଅଟୋ ଡ୍ରାଇଭର ବିଶ୍ଵନାଥ ମିର୍ଦ୍ଧାଙ୍କ ଜୀବନ ଯାଇଛି । ସେପଟେ କିଛିଦିନ ପୂର୍ବରୁ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର କୃଷ୍ଣଶରଣପୁର ପଞ୍ଚାୟତରେ ଦିଲ୍ଲୀପ ପାହାନଙ୍କ ଜୀବନ ନେଇଥିଲେ ବିଜେଡି ଗୁଣ୍ଡା । ଆକ୍ରମଣରେ ଗୁରୁତର ଅନ୍ୟ ତିନି ଜଣ ଏବେବି ଚିକିତ୍ସାଧିନ। ପରାଜୟ ଭୟରେ ହିଂସାକାଣ୍ଡ କରୁଥିବା ଦଳକୁ ଜନତା ଜବାବ ଦେବେ, ଏଥିସହ ଶାସକ ଦଳ ଗୁଣ୍ଡାଙ୍କୁ ଚେତାବନୀ ଶୁଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନିର୍ବାଚନକୁ ଅବାଧ ଓ ଶାନ୍ତିପୂର୍ଣ୍ଣ କରିବା ପାଇଁ କଡ଼ା ପଦକ୍ଷେପ ନେବା ବଦଳରେ ପୋଲିସ ପାଲଟିଛି ଶାସକ ଦଳର ହାତ ବାରିସୀ । ବୌଦ୍ଧ କଣ୍ଟାମାଳ ମହେଶ୍ବରପିଣ୍ଡାର 28 ନମ୍ବର ବୁଥରେ ବିଜେପି କର୍ମୀ ଓ ଭୋଟରଙ୍କ ଉପରେ ଲାଠି ମାଡ଼ ସହ ରବର ବୁଲେଟ୍ ଚଳାଇଥିଲା ପୋଲିସ । ପୋଲିସ ମାଡ଼ରେ ମହିଳାଙ୍କ ସମେତ 5 ଜଣ ଗୁରୁତର ହୋଇଛନ୍ତି। ସେପଟେ ବଲାଙ୍ଗୀର ଜିଲ୍ଲା ଲୋଇସିଂହାରେ ବୁଥ ଭିତରେ ପଶି ବିଜେଡି ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରା ଚଳାଇଥିଲେ ଆତଙ୍କରାଜ ।
ଜନତାଙ୍କ ବିରୋଧ ସତ୍ତ୍ବେ ପୁଇଁନ୍ତଳା ବ୍ଲକ ମଲମଣ୍ଡା ଗାଁ ବୁଥ ନମ୍ବର ୨୩୮ରେ ନିଜ ସମର୍ଥକଙ୍କ ସହ ଜୋରଜବରଦସ୍ତ ପଶି ଭୋଟ ଦେଇଥିଲେ ବିଜେଡି ପ୍ରାର୍ଥୀ । ସେହିପରି ଗଞ୍ଜାମ ଆସିକା କବିସୂର୍ଯ୍ୟନଗର ଥାନା ଗୁଣ୍ଠୁପଡାରେ ହୋଇଛି ନିର୍ବାଚନ ପରବର୍ତ୍ତୀ ରକ୍ତପାତ । ବିଜେଡି-ବିଜେପି କର୍ମୀଙ୍କ ଭିତରେ ପ୍ରଥମେ ମାରପିଟ ଓ ପରେ ବୁଲିଲା ଖଣ୍ଡା । ଆକ୍ରମଣରେ 4 ଜଣ ଗୁରୁତର ହୋଇଛନ୍ତି । ନିର୍ବାଚନ ସମୟରେ ସାରା ରାଜ୍ୟରେ ପାଣ୍ଡିଆନଙ୍କ ନେତୃତ୍ବରେ ନବୀନ ବାହିନୀର ଆତଙ୍କରାଜରେ ଅତିଷ୍ଠ ଓଡ଼ିଶାବାସୀ । ଆତଙ୍କ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇ ଦେଉ ନାହାନ୍ତି ବିଜେଡି ଗୁଣ୍ଡା ବାହିନୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଚିଟ୍ଫଣ୍ଡ ସ୍କାମ୍ରେ ସମ୍ପୃକ୍ତ ଦୋଷୀଙ୍କୁ ଶାହଙ୍କ ଚେତାବନୀ । ୧୮ ମାସରେ ଚିଟ୍ଫଣ୍ଡ ଦୋଷୀ ଜେଲ୍ ଯିବେ । କଷ୍ଟ ଅର୍ଜିତ ଟଙ୍କା ହରାଇଥିବା ଲୋକଙ୍କୁ ଟଙ୍କା ଫେରାଯିବ ବୋଲି କହିଛନ୍ତି ଅମିତ ଶାହ । ଲୋକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଫେରସ୍ତ ଯିବ । ସେ ଆହୁରି ମଧ୍ୟ କହିଛନ୍ତି ଚିଟଫଣ୍ଡ ହେଉଛି ବିଜେଡି ପ୍ରାୟୋଜିତ । ଏଥିରେ ଅନେକ ଚିଟଫଣ୍ଡ କମ୍ପାନିକୁ ଅଗ୍ରାଧିକାର ଦେଇ ତଦନ୍ତର ସମ୍ମୁଖୀନ ହୋଇଛନ୍ତି ଏକାଧିକ ବିଜେଡି ନେତା ।
ଏଥିରେ ଅଧିକ ହଇରାଣ ହୋଇଛନ୍ତି ଗରିବ ଲୋକେ । ଲୋକମାନେ ଚିଟଫଣ୍ଡରେ ଯେଉଁ କଷ୍ଟ ଅର୍ଜିତ ଟଙ୍କା ହରାଇଛନ୍ତି ତାହା ଲୋକମାନଙ୍କୁ ଫେରାଇ ଦିଆଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଅମିତ ଶାହ । ଏହି ଟଙ୍କା ସିଧା ସିଧା ଲୋକଙ୍କ ଆକାଉଣ୍ଟକୁ ଯିବ । ଏତେଦିନ ଯାଏଁ କାହିଁକି ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାରେ ବିଫଳ ରାଜ୍ୟ ସରକାର । କୁଆଡେ ଗଲା ୩୦୦ କୋଟିର କର୍ପସ ଫଣ୍ଡ । ୧୨ ଶହ କମ୍ପାନୀ ଓଡିଶାର ସାଧାରଣ ଲୋକଙ୍କ ପାଖରୁ ବିଭିନ୍ନ ମିଛ ସ୍କିମ ମାଧ୍ୟମରେ ହଜାର ହଜାର କୋଟି ଟଙ୍କା ଲୁଟ କରିଥିଲେ । ଠକ କମ୍ପାନୀ ମାନଙ୍କର ସମ୍ପତ୍ତି ନିଲାମ କରି ଟଙ୍କା ରଖିଛନ୍ତି ରାଜ୍ୟ ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ତଦନ୍ତ କମିଶନ ଗଠନ, ଅଧିକାରୀ, କର୍ମଚାରୀଙ୍କ ଭତ୍ତା, କାର୍ଯ୍ୟାଳୟର ଆନୁସଙ୍ଗିକ ଖର୍ଚ୍ଚ ପାଇଁ ରାଜ୍ୟ ରାଜକୋଷରୁ ସ୍ବାହା ହୋଇଛି ୬ କୋଟି ୧୯ ଲକ୍ଷ ୭୨ ହଜାର ଟଙ୍କା । ତଦନ୍ତ କମିଶନ କୁଆଡେ ଗଲା । ତଦନ୍ତ କମିଶନର ରିପୋର୍ଟ ଉଇ ଖାଇଗଲା କି ଏହା ଏବେ ବଡ ପ୍ରଶ୍ନ ହୋଇ ଛିଡାହୋଇଛି ବୋଲି ସେ କହିଛନ୍ତି । ଠକ କମ୍ପାନୀ ମାନେ ଗରିବ ଜମାକାରୀଙ୍କ ପାଖରୁ ପାଖାପାଖି ୩୦ ହଜାର କୋଟି ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଏବେ ଅମିତ ଶାହା କହିଛନ୍ତି ଚିଟଫଣ୍ଡ ସ୍କାମରେ ସମ୍ପୃକ୍ତ ଦୋଷୀ ଜେଲେ ଯିବେ ।
ଅର୍ଗସ ବ୍ୟୁରୋ: ଦୁର୍ଗମର ନିଆରା ବାଲିଯାତ୍ରା। ଗ୍ରାମଦେବୀଙ୍କୁ ପୂଜା କରି ଧୁମଧାମରେ ବାଲିଯାତ୍ରା ମନାଇଛନ୍ତି ଦୁର୍ଗମବାସୀ। 22 ବର୍ଷର ଅପେକ୍ଷା ଅନ୍ତ ପରେ ବାଲିଯାତ୍ରା ମନାଇଲେ ନେହେରୁପାଲି ଦୁର୍ଗମବାସୀ। ବଣ ପାହାଡ଼ ପରିବେଷ୍ଠିତ କୋରାପୁଟ ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ବେଶ ଜଣାଶୁଣା l ଜିଲ୍ଲାର ଆଦିବାସୀ ହିନ୍ଦୁ ରୀତିନୀତି ଅନୁଯାଇ ବିଭିନ୍ନ ପର୍ବ ପର୍ବାଣି ପାଳନ କରିଥାନ୍ତି ସେମଧ୍ୟରୁ ବାଲିଯାତ୍ରା ଅନ୍ୟତମ l ଏହି ବାଲିଯାତ୍ରାରେ ଗ୍ରାମର ଇଷ୍ଟ ଦେବୀଙ୍କୁ ପୂଜା ଅର୍ଚନା କରିବା ସହ ଭିମା ଦେବତାଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଜିଲ୍ଲାର ପ୍ରାୟ ସବୁ ଗାଁରେ ବାଲିଯାତ୍ରା 3 ବର୍ଷ କିମ୍ବା 5 ବର୍ଷକୁ ଥରେ ପାଳନ କରାଯାଇଥାଏ। କିନ୍ତୁ କୋଟପାଡ଼ ବ୍ଲକର ନେହେରୁପାଲି ଗାଁରେ ଦୀର୍ଘ 22 ବର୍ଷ ପରେ ପାଳିତ ହୋଇଛି ବାଲିଯାତ୍ରା।
ଆଦିବାସୀ ପରମ୍ପରା ଓ ଭାଇଚାରାର ନିଛ୍ଛକ ଉଦାହରଣ ହେଉଛି ନେହେରୁପାଲିର ବାଲିଯାତ୍ରା l ଏହି ବାଲି ଯାତ୍ରା ଗାଁରେ ଦୀର୍ଘ ତିନି ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ତେବେ ଶେଷ ଚାରି ଦିନ ଏହା ନିଆରା ଢଙ୍ଗରେ ପାଳିତ ହୁଏ l ଯାତ୍ରାର ପ୍ରଥମ ଦିନରୁ ଗ୍ରାମବାସୀ ପ୍ରଥମେ ନଦୀରୁ ବାଲି ଆଣିଥାନ୍ତି lପରେ ଗାଁର ପ୍ରତ୍ୟେକ ଘରୁ ଧାନ, ମୁଗ, ବିରି, ମାଣ୍ଡିଆ, ସୋରିଷ ଆଦି ବିଭିନ୍ନ ପ୍ରକାର ଶସ୍ୟକୁ ନେଇ ଅଣାଯାଇଥିବା ସେହି ନଦୀ ବାଲିରେ ବୁଣିଥାନ୍ତି l ତାପରେ ଯାତ୍ରାର ଶେଷରେ ସେହି ଶସ୍ୟ ଦ୍ୱାରା ବାଲିରେ ହୋଇଥିବା ଗଛକୁ ବାଉଁଶ ଚାଁଗୁଡାରେ ରଖି ମୁଣ୍ଡରେ ଧରି ବିରାଟ ପଟୁଆର ସହ ହଜାର ହଜାର ସଂଖ୍ୟାରେ ଗ୍ରାମବାସୀ ଗ୍ରାମରୁ ବାହାରି ଗ୍ରାମ ଦେବୀଙ୍କ ପାଖରେ ସମର୍ପଣ କରନ୍ତି l ଏହା ଆଦିବାସୀଙ୍କ ଏକ ନିଆରା ପରମ୍ପରା l ଗ୍ରାମଦେବୀ ପ୍ରତି ଆସ୍ଥା ଓ ବିଶ୍ବାସର ପର୍ବ ହେଉଛି ବାଲିଯାତ୍ରା। ସେଥିପାଇଁ ଗାଁର ପ୍ରତ୍ୟକଟି ଲୋକ ଏହି ଯାତ୍ରାରେ ସାମିଲ ହୋଇଥାନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: