ରାସେଶ୍ଵରୀ ପାଣିଗ୍ରାହୀ । ବିଜେଡିର ପୂର୍ବତନ ବିଧାୟିକା...ସହରରେ ତାଙ୍କର ଦବଦବା ବି ଥିଲା । ହେଲେ ୨୪ରେ ଦଳ ତାଙ୍କୁ ଅଣଦେଖା କଲା । ଯାହାକୁ ନେଇ ସେ ଅସନ୍ତୋଷ ଝାଡିଥିଲେ । ଖାଲି ଅସନ୍ତୋଷ ଝାଡିଥିଲେ ତାହା ନୁହେଁ ବରଂ ସମ୍ବଲପୁର ବିଧାନସଭା ଆସନ ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଦଳ ଟିକେଟ୍ ଦେବାରୁ ଏହା ସମ୍ବଲପୁରର ଗରିମାକୁ ନଷ୍ଟ କରିଛି । ସମ୍ବଲପୁରରେ କଣ ନେତା ନଥିଲେ ଯେ ଯାହାକୁ ଅଯୋଗ୍ୟ କହି ବରଖାସ୍ତ କରିଥିଲେ, ତାଙ୍କୁ ଟିକେଟ୍ ଦେଲେ । ସମ୍ବଲପୁରର ସ୍ୱାଭିମାନ ଓ ଅସ୍ମିତା ପାଇଁ ଇସ୍ତଫା ଦେଲି ବୋଲି କହିଥିଲେ ରାସେଶ୍ୱରୀ । ଯାହାକୁ ନେଇ ସରଗରମ ହୋଇଥିଲା ରାଜନୀତି । ହେଲେ ଏବେ ସେ ଧର୍ମେନ୍ଦ୍ରଙ୍କୁ ସମର୍ଥନ ଦେଇଥିବବାରୁ ପୁଣି ଥରେ ସମ୍ବଲପୁର ରାଜନୀତିକୁ ନେଇ ଚର୍ଚ୍ଚା ଜୋର ।
ସମ୍ବଲପୁର । ପଶ୍ଚିମ ଓଡ଼ିଶାର ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ । ହେଲେ ଏବେ ସେହି ଆସନକୁ ନେଇ ବିଜେଡିର ମୁଣ୍ଡବିନ୍ଧା । କାରଣ ପ୍ରାର୍ଥୀ ପରିବର୍ତ୍ତନଠୁ ଆରମ୍ଭ କରି ଆମଦାନୀ ନେତାଙ୍କୁ ଦଳ ସେଠାରେ ପ୍ରାର୍ଥୀ କରିଛି । ଯାହାକୁ ନେଇ ପ୍ରଥମରୁ କେଁ ଦେଖାଯାଇଛି । ହେଲେ ଏବେ ଧର୍ମେନ୍ଦ୍ରଙ୍କ ସପକ୍ଷରେ ରାସେଶ୍ଵରୀ ବାହାରିଥିବାରୁ ବିଜେଡିର ସ୍ଥିତି ସେଠାରେ କେତେ ଯେ ଖରାପ ତାହା ଏବେ ସ୍ପଷ୍ଟ ବାରି ହୋଇ ପଡ଼ିଛି । ତେବେ ସମୟ କହିବ ରାଜନୈତିକ ପାଣି ଯାଉଛି କୁଆଡ଼େ ।