ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଅସହ୍ୟ ତାତିରେ କଲବଲ ରାଜ୍ୟବାସୀ । ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ଗାତକାଲି ରାଜ୍ୟର ୩୩ଟି ସହରରେ ଦିନ ତାପମାତ୍ରା ୪୦ଡିଗ୍ରିରୁ ଅଧିକ ରେକର୍ଡ କରାଯାଇଛି। ୨୨ଟି ସହରରେ ଦିନ ତାପମାତ୍ରା ୪୨ ଡିଗ୍ରି କିମ୍ବା ଅଧିକ ତାପମାତ୍ରା ରେକର୍ଡ ହୋଇଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛିକିଛି ସ୍ଥାନରେ ଦିନ ତାପମାତ୍ରାରେ ଆହୁରି ୨ରୁ ୩ ଡ଼ିଗ୍ରି ବୃଦ୍ଧି ସହ ପରବର୍ତ୍ତୀ ସମୟରେ ଏଥିରେ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। ତଥା ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ଆଗାମୀ ୫ ଦିନ ଯାଏଁ ରାଜ୍ୟର ଅନେକ ସ୍ଥାନରେ ସ୍ୱାଭାବିକ ତୁଳନାରେ ୩ରୁ ୬ ଡ଼ିଗ୍ରି ଯାଏଁ ଅଧିକ ରହିବା ସହ ଗ୍ରୀଷ୍ମ ପ୍ରବାହରୁ ଭୀଷଣ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଲାଗିରହିବାର ସମ୍ଭାବନା ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ବିଜେଡି ଜାରି କଲା ନିର୍ବାଚନୀ ଇସ୍ତାହାର । ଇସ୍ତାହାର ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ନମ୍ବର ୱାନ ଘୋଷଣା ପତ୍ର ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯୁବଶକ୍ତି ପାଇଁ ବିଶେଷ ବଜେଟ ଆସିବ । ଏଥିପାଇଁ ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଝିଅଙ୍କୁ ୧୪ ଓ ପୁଅଙ୍କୁ ୧୨ ହଜାର ଟଙ୍କା ମିଳିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ । ବିରତି ସମୟରେ ସବୁ ମତ୍ସ୍ୟଜୀବିଙ୍କୁ ୧୫ ହଜୀର ଟଙ୍କା ଦିଆଯିବ ।
ଅଧିକ ପଢନ୍ତୁ ଓଡିଶା ଖବର
ଗରିବଙ୍କୁ ୧୦୦ ୟୁନିଟ୍ ଯାଏଁ ବିଜୁଳି ମାଗଣା ଦିଆଯିବ । ବିଏସ୍ କେୱାଇର ପରିସର ବୃଦ୍ଧି କରାଯିବ । ଆଗାମୀ ୫ ବର୍ଷରେ ଏସଏଚଜିଙ୍କୁ ଗୁରୁତ୍ବ ଦିଆଯିବ । ପୁରୀକୁ ଅନ୍ତର୍ଜାତୀୟ ସ୍ତରର ସହର କରାଯିବ ।
ଅର୍ଗସ ବ୍ୟୁରୋ : ନିର୍ବାଚନ ଫଳ ଆସିବା ପରେ ବିଜେଡିକୁ ଭାଙ୍ଗି ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ପରି ସରକାର ଗଠନ ଲାଗି ରଣନୀତି କରିଛି ବିଜେପି। ବରାଦି ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତା ଭୈରବ ପାଣ୍ଡିଆନଙ୍କ ଏପରି ବୟାନ ପରେ ଓଡ଼ିଶା ରାଜନୀତିରେ ଏବେ ସିନ୍ଦେ ସିଣ୍ଡ୍ରୋମ୍ କୁ ନେଇ ବିବାଦ। ଏହା ଭିତରେ ଏ ପ୍ରସଙ୍ଗରେ ବୟାନ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ, ଲୋକଙ୍କୁ ଠକିଲେ ଲୋକମାନେ ହିଁ ଭାଙ୍ଗି ଦିଅନ୍ତି । ଏଥିସହ ଏଥର ଓଡ଼ିଶାରେ ଡବଲଇଞ୍ଜିନ ସରକାର ନେଇ ପ୍ରଧାନମନ୍ତ୍ରୀଙ୍କ ଦମ୍ଭୋକ୍ତିକୁ ଦୋହରାଇଛନ୍ତି ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶାବାସୀଙ୍କର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ବିଶ୍ବସନୀୟତା ଏଥର ରାଜ୍ୟର ବିଧାନସଭା ଓ ଲୋକସଭା ଭୋଟରେ ପ୍ରତିଫଳିତ ହେବ ।
ଏବେ ପ୍ରଶ୍ନ ଉଠୁଛି ବିଜେଡିରେ ସମ୍ଭାବ୍ୟ ବିଭାଜନକୁ ନେଇ ଭୟଭୀତ କି ଭି.କେ ପାଣ୍ଡିଆନ୍। ମହାରାଷ୍ଟ୍ର ମଧ୍ୟପ୍ରଦେଶର ପରି ସଂଖ୍ୟା ଥାଇ ବି ସରକାର ଭୂଷୁଡ଼ିବା ଆଶଙ୍କା ଘାରିଛି କି ବିଜେଡିର ଷ୍ଟାର ପ୍ରଚାରକ ନମ୍ବର ଟୁ ଙ୍କୁ। ବରାଦିଆ ସାମ୍ବାଦିକ ସମ୍ମିଳନୀରେ ଏନେଇ ନିଜ ମନରେ ଥିବା ଛନକା ପ୍ରକାଶ କରିଦେଲେ ଭି.କେ ପାଣ୍ଡିଆନ୍।
ଅଧିକ ପଢନ୍ତୁ : ପାହାନ୍ତିଆରୁ ପାଣ୍ଡିଆନଙ୍କ ମିଛ
ଦଳ ଦୁଇ ଫାଳ ହୋଇଗଲେ ପଛପଟୁଆ କ୍ଷମତା ଦଖଲ ରଣନୀତି ଫେଲ ହୋଇଯିବା ଡରରେ କି ଗୁମାସ୍ତା। ଡରୁଆକୁ ଆହୁରି ଡରାଇଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। କହିଛନ୍ତି ବିଜେଡିରେ ଅଛନ୍ତି ଏକାଧିକ ଏକନାଥ ସିନ୍ଦେ। ବିଜେଡିରେ ସମସ୍ତେ ନୁହନ୍ତି କ୍ରୀତଦାସ। ଶାସକ ଦଳର ବହୁ ସିନ୍ଦେ ଏବେଠୁ ବିଜେପି ସହ ସମ୍ପର୍କରେ।
ସମୀରଙ୍କ ସହ ତାଳ ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ କରିଛନ୍ତି ପରାଜିତ ଭୟରେ ବିଳିବିଳାଉଛି ବିଜେଡି। ଗୋଟେପଟେ ଦୁଇ ତୃତୀୟାଂଶ ଆସନ ଜିତିବାର ଆସ୍ଫାଳନ କରୁଥିବା ପାଣ୍ଡିଆନ୍ ଅନ୍ୟପଟେ ବିଜେପି 50 ଆସନ ଜିତି ବିଜେଡିକୁ ଭାଙ୍ଗି ସରକାର ଗଠନ କରିବା କଥା କହୁଛନ୍ତି। ଏପରି ବୟାନ ବିଜେଡି ନମ୍ବର ଟୁ ନେତାଙ୍କର ମୁହଁ ଇସ୍ପାତ ଅବସ୍ଥାକୁ ଧରାପକାଇଦେଇଛି।