ବଞ୍ଚିଥିବା ସମୟରେ କେଉଁ ଅଙ୍ଗ ଦାନ କରିହେବ ଓ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗ ଦାନ କରିହେବ ସେ ବିଷୟରେ ହୋଇଥିଲା ଆଲୋଚନା । ମଦ୍ୟପାନ ଏବଂ ଫାଷ୍ଟଫୁଡ଼ ଯକୃତ ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ତଥା ଯକୃତ ରୋଗ ବିଶେଷଜ୍ଞ ଡ଼.ଅଶୋକ ଚୌଧୁରୀ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଇଣ୍ଡିଆନ ଲିଭର ପେସେଣ୍ଟ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ଯକୃତ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଲୋଚନା ଚକ୍ରର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତର ମାନଙ୍କ ସମେତ ଯକୃତ ରୋଗୀମାନେ ଏହି ଆଲୋଚନା ଚକ୍ରରେ ସାମିଲ ହୋଇଥିଲେ । ଏହା ସହ ଅଙ୍ଗଦାନ ସମ୍ପର୍କରେ ମଧ୍ୟ ସଚେତନତା କରାଯାଇଥିଲା ।
ବଞ୍ଚିଥିବା ସମୟରେ କେଉଁ ଅଙ୍ଗ ଦାନ କରିହେବ ଓ ମୃତ୍ୟୁ ପରେ କେଉଁ କେଉଁ ଅଙ୍ଗ ଦାନ କରିହେବ ସେ ବିଷୟରେ ହୋଇଥିଲା ଆଲୋଚନା । ମଦ୍ୟପାନ ଏବଂ ଫାଷ୍ଟଫୁଡ଼ ଯକୃତ ରୋଗର ମୁଖ୍ୟ କାରଣ ବୋଲି କହିଛନ୍ତି ବରିଷ୍ଠ ଡାକ୍ତର ତଥା ଯକୃତ ରୋଗ ବିଶେଷଜ୍ଞ ଡ଼.ଅଶୋକ ଚୌଧୁରୀ ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବଦଳିଲା ପାଗ । ତାଣ୍ଡବ ରଚିଲା ବର୍ଷା ଓ ପବନ । ବହୁ ଗଛ ଉପୁଡ଼ି ରାସ୍ତାରେ ପଡ଼ିଥିବା ବେଳେ ବହୁ ଘର ବି କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡ଼ିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଦିଲ୍ଲୀରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୨୩ ଜଣ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ ଭାରତ ଖବର
ସୂଚନା ଅନୁସାରେ, ଗତ କିଛି ଦିନ ଧରି ରାଜଧାନୀରେ ଡହ ଡହ ଖରା ହେଉଥିବା ବେଳେ ଗତକାଲି ହଠାତ୍ ଝଡ଼ ଆରମ୍ଭ ହୋଇଗଲା । ରାଜଧାନୀରେ ଏହା ତାଣ୍ଡବ ରଚିବା ସହ ଲୋକଙ୍କୁ କଲବଲ କଲା । ୬୦ରୁ ୭୦ କିମି ବେଗରେ ପବନ ବହିଥିଲା । ଫଳରେ ବହୁ ବଡ଼ ବଡ଼ ଗଛ, ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ରାସ୍ତା ଉପରେ ପଡ଼ିଥିଲା ।
ଅର୍ଗସ ବ୍ୟୁରୋ : ୨୧ଦିନ ଜେଲରୁ ରହିଵା ପରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଘରକୁ ଆସିଛନ୍ତି । ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇବାର ଗୋଟିଏ ଦିନ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ମନ୍ଦିର ଦର୍ଶନ କରିଛନ୍ତି ଏବଂ ଆଜି ଜାତୀୟ ରାଜଧାନୀରେ ମେଗା ରୋଡ୍ ସୋ କରିବେ। ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ଅନୁରୋଧ କରିଥିଲେ।ଚାଲିଥିବା ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ପାଇଁ ସୁପ୍ରିମକୋର୍ଟ ଜୁନ୍ ୨ ପର୍ଯ୍ୟନ୍ତ କେଜ୍ରିୱାଲଙ୍କୁ ଜାମିନ ଦିଆଯାଇଛି ।ମତଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଗଠିତ ଇଣ୍ଡିଆ ମିଳିତ ମଞ୍ଚରେ ଅରବିନ୍ଦ କେଜ୍ରିୱାଲ ଜଣେ ପ୍ରମୁଖ ନେତା।
ଶୁକ୍ରବାର ସନ୍ଧ୍ୟାରେ ତିହାର ଜେଲରୁ ବାହାରକୁ ଯିବାବେଳେ ଆମ୍ ଆଦମୀ ପାର୍ଟି ମୁଖ୍ୟଙ୍କୁ ୧୦୦୦ ରୁ ଅଧିକ ସମର୍ଥକ ସ୍ୱାଗତ କରିଥିଲେ। ସେ ଜନତାଙ୍କୁ କହିଛନ୍ତି ଯେ ଆମକୁ ଏହି ଦେଶକୁ ଏକଛତ୍ରବାଦୀ ଶାସନରୁ ରକ୍ଷା କରିବାକୁ ହେବ। ମୁଁ ମୋର ସମସ୍ତ ଶକ୍ତି ସହିତ ଏହା ବିରୁଦ୍ଧରେ ଲଢୁଛି ବୋଲି ସେ କହିଛନ୍ତି। ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର କନନାଟ୍ ପ୍ଲେସରେ ଥିବା ହନୁମାନ ମନ୍ଦିର ପରିଦର୍ଶନ କରିଥିଲେ।
ଅଧିକ ପଢ଼ନ୍ତୁ ଦେଶ ଖବର:
ଅର୍ଗସ ବ୍ୟୁରୋ : ବଢୁଛି ତାତି ଅସହ୍ୟ ହେଉଛି ଗ୍ରୀଷ୍ମପ୍ରବାହ । ସକାଳ ୧୦ଟା ପରେ ଘରୁ ଗୋଡ଼ କାଢିବାକୁ ଡରୁଛନ୍ତି ରାଜଧାନୀବାସୀ । ଏଭଳି ସ୍ଥିତିରେ ସ୍ମାର୍ଟ୍ ସିଟି ରାସ୍ତା କଡରେ ଦେଖିବାକି ମିଳୁଛି ତରଭୁଜର ପସରା । ବାଇକ ଯାତ୍ରୀ ହେଉ ଅବା କାର ଯାତ୍ରୀ କ୍ଷଣେ ଅଟକି ତରଭୁଜ ଖାଇ ନିଜର ତୃଷ୍ଣା ମେଣ୍ଟାଇ ଥାଆନ୍ତି । ତେବେ ତରଭୁଜ ନାଁରେ ବିଷ ଖାଉଛନ୍ତି ବୋଲି ଜାଣିଛନ୍ତି କି ? ଆରସେନିକ, ଫସଫରସ, କାଲସିଅମ କାର୍ବାଇଡ୍ ଭଳି କେମିକାଲକୁ ତରଭୁଜ ସମେତ ଆମ୍ବ, ସପୁରୀ ପଣସ ଭଳି ଫଳ ଗୁଡ଼ିକରେ ପ୍ରୟୋଗ କରାଯାଇ ବିକ୍ରି କରାଯାଉଛି ।
ଏଗୁଡ଼ିକ ମଣିଷ ଶରୀରକୁ ପ୍ରବେଶ କଲେ ଝାଡ଼ାବାନ୍ତି ଠାରୁ ଆରମ୍ଭ କରି ଫିଡ୍ସ, ଶ୍ଵାସ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ଯଥା ସମ୍ଭବ ଏହି ଅପମିଶ୍ରିତ ଫଳ ଖାଇବାରୁ ନିଜକୁ ଦୂରେଇ ରଖିବାକୁ ସ୍ଵାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । କିଛି ଲାଭ ଆଶାରେ ମଣିଷ ଜୀବନ ସହ ଖେଳୁଛି ଖୋଦ ମଣିଷ। କେବଳ ଗୋଟିଏ ଦୁଇଟି ସ୍ଥାନରେ ନୁହେଁ ରାଜଧାନୀର ବିଭିନ୍ନ ଗଳି କନ୍ଦିରେ ଖୋଲିଥିବା ଫଳ ଦୋକାନରେ ଏପରି ଅପମିଶ୍ରଣ କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଖୁଲମଖୁଲା ଖାଦ୍ୟ ଗୁଣବତ୍ତା ଓ ନିରାପତ୍ତା ନିୟମର ଉଲ୍ଲଙ୍ଘନ କରାଯାଉଥିବା ବେଳେ ବିଏମସିର ଏନଫୋର୍ସମେଣ୍ଟ ଟିମ ହାତ ବାନ୍ଧି ବସିଛି। ଖାଦ୍ୟ ଅପମିଶ୍ରଣ ରୋକିବାକୁ ହୋଟେଲ ମାନଙ୍କରେ ଚଢାଉ କରାଯାଉଥିବା ବେଳେ ଫଳ, ପନିପରିବା ଦୋକାନରେ ମଧ୍ୟ ଚଢ଼ାଉ କରାଯାଇ ଯାଞ୍ଚ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାହକ। ରାଜଧାନୀର ଛକ ବଜାରରେ ଫଳ ପନିପରିବା ନାଁରେ ବିଷର ପସରା ମେଲାଇ ଥିବା ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କେବେ ତାକୁ ଅପେକ୍ଷା ।