ପୁଣେର ଲୋହଗ୍ରାମରେ ସୌର୍ଯ୍ୟ କ୍ରିକେଟ ଖେଳିବାକୁ ଯାଇଥିଲେ । ସେଠାରେ ସେ ବଲିଂ କରୁଥିବା ବେଳେ ତାଙ୍କର ସାଙ୍ଗ ବ୍ୟାଟିଂ କରୁଥିଲେ । ସୌର୍ଯ୍ୟ ଯେମିତି ବଲ ପିଙ୍ଗିଛନ୍ତି ସାଙ୍ଗ ଜଣକ ଅଜଣାରେ ସୌର୍ଯ୍ୟ ଆଡକୁ ବଲ ମାରିଥିଲେ । ଫଳରେ ଉକ୍ତ ବଲଟି ସୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ଆସି ବାଜିଥିଲା । ଏବଂ ଘଟଣାସ୍ଥଳରେ ସୌର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା ।
ଅଧିକ ପଢନ୍ତୁ ଖେଳ ଖବର
ପୁଅର ମୃତ୍ୟୁକୁ ନେଇ ପରିବାରଲୋକ କହିଛନ୍ତି, ’ପୁଅର କ୍ରିକେଟ ଖେଳ ପ୍ରତି ଖୁବ ଦୁର୍ବଳତା ରହିଥିଲା । ସେ ସବୁବେଳେ କହୁ୍ଥିଲା ପାଠପଢ଼ା ସହିତ କ୍ରିକେଟରେ ତାର କ୍ୟାରିୟର ଗଢ଼ିବ । ତେଣୁ ଆମେ ବି ତାର ଇଚ୍ଛାରେ ବାଧା ଦେଇ ନଥିଲୁ । ସେ ଯେତେବେଳେ ଚାହୁଁଥିଲା ଖେଳିବାକୁ ଯାଉଥିଲା । କାରଣ ପାଠପଢ଼ାରେ ସେ ହେଳା କରେ ନାହିଁ । କିନ୍ତୁ ଏ କ୍ରିକେଟ ବଲ ଯେ ତାର କାଳ ହେବ ସେ କଥା ଆମେ ସ୍ବପ୍ନରେ ବି ଭାବି ନଥିଲୁ ।