୧୬ ବର୍ଷ ବୟସରେ ସଚିନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବାବେଳେ ୧୯୮୯ରେ ସେ ପାକିସ୍ତାନ ବିପକ୍ଷରେ ପ୍ରଥମ ଦିନିକିଆରୁ କ୍ୟାରିୟର ଆରମ୍ଭ କରିଥିଲେ । କ୍ରିକେଟ୍ କ୍ୟାରିୟର ମଧ୍ୟରେ ସେ ଅନେକ ପାହାଚ ଚଢ଼ିବା ସହିତ ବହୁ ବିଶ୍ବ ରେକର୍ଡ ସୃଷ୍ଟି କରି ଦେଶର ନାମକୁ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇବାରେ ସଫଳ ହୋଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟରେ ଶତକରେ ଶତକ କରିବାରେ ସେ ହେଉଛନ୍ତି ପ୍ରଥମ କ୍ରିକେଟର । ତାଙ୍କ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ।
କୁହାଯାଉଥିଲା ସଚିନ୍ ରେକର୍ଡ ପଛରେ ନଥିଲେ, ରେକର୍ଡ ଧାଇଁଥିଲା ସଚିନଙ୍କ ପଛରେ । ଆସନ୍ତୁ ଜାଣିବା କିଛି ତାଙ୍କ ରେକର୍ଡ ବିଷୟରେ.....
ଅଧିକ ପଢନ୍ତୁ ଖେଳ ଖବର
୧- ସଚିନ ତେନ୍ଦୁଲକର ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ, ଯିଏ ସର୍ବାଧିକ ୨୦୦ ଟେଷ୍ଟ ମ୍ୟାଚ ଖେଳିଛନ୍ତି । ୨-ସଚିନ ତେନ୍ଦୁଲକର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୩୪,୩୫୭ ରନ ସ୍କୋର କରିଛନ୍ତି । ସେ କ୍ରିକେଟ ଇତିହାସରେ ସର୍ବାଧିକ ଅନ୍ତର୍ଜାତୀୟ ରନ ସ୍କୋରର। ସଚିନଙ୍କ ଏହି ରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ । ୩- ସଚିନ ତେନ୍ଦୁଲକର ହେଉଛନ୍ତି ବ୍ୟାଟ୍ସମ୍ୟାନ ଯିଏ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସର୍ବାଧିକ ମ୍ୟାଚ ଖେଳିଛନ୍ତି । ସେ ତାଙ୍କ କ୍ୟାରିୟରରେ ୬୬୪ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ୪- ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଚୌକା ମାରିଛନ୍ତି । ୬୬୪ ମ୍ୟାଚ୍ର ୭୮୨ ଇନିଂସରେ ବ୍ୟାଟିଂ କରୁଥିବାବେଳେ ତେନ୍ଦୁଲକର ୪୦୭୬+ ଚୌକା ମାରିଥିଲେ । ୫- ସଚିନ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ୫୦ କିମ୍ବା ଅଧିକ ସ୍କୋର କରିଛନ୍ତି । କିମ୍ବଦନ୍ତୀ ତେନ୍ଦୁଲକର ୫୦ ରନ ମାର୍କ ୨୬୪ ଥର ଅତିକ୍ରମ କରିଥିଲେ, ଯେଉଁଥିରେ ୧୦୦ ଶତକ ଏବଂ ୧୬୪ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ ଥିଲା ।
ଅସଂଖ୍ୟ ରେକର୍ଡ, ଅଗଣିତ ଫ୍ୟାନ, ଆକଳନ କରି ହେଉନଥିବା ଲୋକପ୍ରିୟତା ଭିତରେ ଅବସର ନେଇଥିଲେ ବିଶ୍ୱ କ୍ରିକେଟର ଏହି ବାଦଶାହ୍ । ହେଲେ ଏବେ ବି ଅତୁଟ ରହିଛି କ୍ରେଜ୍ । ଜନ୍ମ ଦିନରେ ଛୁଟିଛି ଶୁଭେଚ୍ଛାର ସୁଅ । ଅନେକ ପ୍ରତିଷ୍ଠିତ କ୍ରିକେଟର ଏବଂ ପୂର୍ବତନ ସାଥୀ ଖେଳାଳି ଟ୍ୱିଟ୍ କରି ଜଣାଇଛନ୍ତି ବାର୍ଥ ଡେ ଉଇସ୍ ।