ଯଶସ୍ବୀ ଜୟସ୍ବାଲଙ୍କ ଧୂଆଁଧାର ଶତକ ବଳରେ ରାଜସ୍ଥାନ ମାତ୍ର ଗୋଟିଏ ଓ୍ବିକେଟ ହରାଇ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ 180 ରନର ବିଜୟ ଲକ୍ଷ୍ୟକୁ ହାସଲ କରିନେଇଛି। ଜୟସ୍ବାଲଙ୍କ ଶତକ ସହ ଜୋସ ବଟଲର ୩୫ ଏବଂ ଅଧିନାୟକ ସଞ୍ଜୁ ସାମସନ ୩୮ ରନ କରିଥିଲେ। ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ତିଲକ ବର୍ମାଙ୍କ 65 ରନ ବଳରେ ୧୭୯ ରନ୍ କରିଥିଲା। ବର୍ତ୍ତମାନ ମୁମ୍ବାଇ ତାଲିକାରେ 6 ପଏଣ୍ଟ ସହ ସପ୍ତମ ସ୍ଥାନରେ ଥିବା ବେଳେ ରାଜସ୍ଥାନର ୧୪ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର