ଉନ୍ମୋଚିତ ହେଲା ଭାରତର ବିଶ୍ବକପ ଜର୍ସି
୨୦୨୩ ମସିହା ଦିନିକିଆ ବିଶ୍ୱକପ୍ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ପିନ୍ଧିଥିବା ଜର୍ସିରେ ପରିବର୍ତ୍ତନ ଆସିଛି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ଜର୍ସିର ଉନ୍ମୋଚନ କରାଯାଇଥିବା ଭାରତୀୟ ଦଳର କିଟ୍ ପ୍ରାୟୋଜକ ‘ଆଡିଡାସ୍’ ଭିଡିଓ ପ୍ରକାଶ କରି ସୂଚନା ଦେଇଥିଲା।
ତେବେ ଏହି ଜର୍ସିକୁ ଦେଖି ସୋସିଆଲ ମିଡ଼ିଆରେ କିଛି ଟ୍ରୋଲର୍ସ ମାନେ ଏହାକୁ ଟ୍ରୋଲ କରି କହିଛନ୍ତି ଯେ ଏପରି ଜର୍ସି ସୋନି ସବ ଟିଭିରେ ବହୁ ଚର୍ଚ୍ଚିତ କମେଡି ସୋ 'ତାରକ ମେହେତା କା ଉଲଟା ଚଷମା'ର ବହୁଚର୍ଚ୍ଚିତ ଚେହେରା ଜେଠାଲାଲର ଟିମ ବବିତା ବ୍ଲାଷ୍ଟର ଟିମ ଠାରୁ ଅନୁପ୍ରାଣିତ ହୋଇ ବନାଯାଇଛି। ତେବେ ଏହା ଉଲ୍ଲେଖଯୋଗ୍ୟ ଯେ ଏହା ସୋସିଆଲ ମିଡିଆରେ ମଜାଦାର ଉଦ୍ଦେଶ୍ୟ ବ୍ୟତୀତ ଅନ୍ୟକିଛି ନୁହଁ। ଯେହେତୁ ଭାରତ କିମ୍ବା ବହୁ ପ୍ରତିଷ୍ଠା ଆଡିଡାସ୍ ବ୍ରାଣ୍ଡ ଏହା କେବେ କରିବେ ନାହିଁ।