ଉପକୂଳ ଅଞ୍ଚଳରେ ବିଶେଷ ତାତି ପରିଲକ୍ଷିତ ହେଉଛି, ଦିନ ସମୟରେ ଗୁଳୁ ଗୁଳି ମଧ୍ୟ ଲାଗି ରହିବ। ଆସନ୍ତାକାଲି କିଛି ଜାଗାରେ ବିଜୁଳି ଘଡ଼ଘଡି ସହ ସାମାନ୍ୟ ବର୍ଷା ହୋଇପାରେ। ଖାସ କରି ଉତ୍ତର ଓଡିଶା ଅଞ୍ଚଳରେ କାଳ ବୈଶାଖୀ ଜନିତ ହାଲକା ବର୍ଷା ହୋଇପାରେ। ରାଜଧାନୀରେ ଗତକାଲି ୩୭. ୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା। ଆଜି ଏହା ୩୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ବାୟୁ ଚଳାଚଳ ସମୁଦ୍ରର ଦକ୍ଷିଣ ଦିଗକୁ ରହିଛି ତେଣୁ ବିଶେଷ ତାପମାତ୍ରା ବୃଦ୍ଧି ହେବାର ନାହିଁ। ସକାଳ ୮ଟା ୩୦ ସୁଦ୍ଧା ୨୯. ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଦିନ ତମାମ ଏଭଳି ପ୍ରଭାବ ରହିବ।
ଅଧିକ ପଢ଼ନ୍ତୁ ପାଣିପାଗ ଖବର