`ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ କରିଦେବି'
by Argus News
Wed, May 08 | 1:25 p.m.

ଅର୍ଗସ ବ୍ୟୁରୋ: ନିର୍ବାଚନ ଯେତିକି ପାଖଉଛି ଶାସକ ଦଳଙ୍କ ନିର୍ଯାତନା ଲୋକଙ୍କ ପ୍ରତି ସେତେ ବଢ଼ି ବଢ଼ି ଚାଲିଛି। ଭୋଟ ହାତେଇବାକୁ କିଛି ବି କରିବାକୁ ପଛାଉ ନାହାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆଠଗଡ଼ରେ। ଆଉ ଏଭଳି ଘଟଣାରେ ସମ୍ପୃକ୍ତ ଅଛନ୍ତି ଖୋଦ ଆଠଗଡ଼ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ। 
ମୋତେ ସମର୍ଥନ ଦିଅ, ନଚେତ ଚାକିରି ଯିବ । ମୋ କଥାରେ ହଁରେ ହଁ ମିଳାଅ ନଚେତ ଦାନାପାଣି ବନ୍ଦ ।

ଏଭଳି ଅଲିଖିତ ଫତୁଆ ଜାରି କରିଛନ୍ତି ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ଆଠଗଡ଼ ବେଣ୍ଟପଦା ପଞ୍ଚାୟତ ବାଲିପଦା ଗାଁର  ଜଣେ ବ୍ୟକ୍ତି ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ନିର୍ବାଚନ ରାଲିରେ ସେ ସାମିଲ୍ ହେବାରୁ ତାଙ୍କୁ ଚାକିରିରୁ ବାହାର କରିଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି।

ଆଠଗଡ଼ ଅନନ୍ତପୁରଠାରେ ଥିବା ଟାଟାଷ୍ଟିଲ କାରଖାନାରେ ଠିକାଦାର ଅଧୀନରେ ଟ୍ରାକ୍ଟର ଡ୍ରାଇଭର ଭାବେ ଗତ ୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ। 
କିନ୍ତୁ ଗତ ୮ ଦିନ ତଳେ ବିଜେପି ବିଧାୟକ ପ୍ରାର୍ଥୀ ଅଭୟ ବାରିକଙ୍କ ରାଲିରେ ସାମିଲ୍ ହୋଇ ତାଙ୍କୁ ଚାକିରି ହରାଇବାକୁ ପଡିଛି । ୬ ପ୍ରାଣୀ କୁଟୁମ୍ବ ପରିବାରରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଏକମାତ୍ର ରୋଜଗାରିଆ ପୁଅ । ଚାକିରି ଯିବାପରେ ପରିବାର ଚଳାଇବା କଷ୍ଟକର ହୋଇପଡିଛି ବୋଲି ବ୍ୟକ୍ତି ଜଣକ ଆମ ପ୍ରତିନିଧିଙ୍କ ଆଗରେ କହିଛନ୍ତି।  

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

PM MODI
15m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
55m ago
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ
VOTE
ସକାଳ ୯ଟା ସୁଦ୍ଧା ୬.୯୯% ମତଦାନ
ଅର୍ଗସ ବ୍ୟୁରୋ : ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ୬.୯୯ ପ୍ରତିଶତ ମତଦାନ ହୋଇଛି । ୫ ଲୋକସଭା ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ