କ୍ରିକେଟ ଖେଳ ହେଲା କାଳ : ଚାଲିଗଲା ୧୧ବର୍ଷ ବାଳକର ଜୀବନ
by Argus News
Mon, May 06 | 3:45 p.m.

ଅର୍ଗସ ବ୍ୟୁରୋ : ପୁଣି କ୍ରିକେଟ ଖେଳ ହେଲା କାଳ । କ୍ରିକେଟ ଖେଳୁ ଖେଳୁ ଚାଲିଗଲା ୧୧ବର୍ଷ ବାଳକର ଜୀବନ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପୁଣେରେ । କ୍ରିକେଟ ଖେଳୁଥିବା ବେଳେ ଗୁପ୍ତାଙ୍ଗରେ ବଲ ବାଜିଯିବାରୁ ଘଟଣାସ୍ଥଳରେ ସୌର୍ଯ୍ୟ ଓରଫ ସମ୍ଭୁ କାଲିଦାସ ଖାଣ୍ଡୱେଙ୍କ ମୃତ୍ୟୁ ହୋଇଛି ।

ପୁ‌ଣେର ‌ଲୋହଗ୍ରାମରେ ସୌର୍ଯ୍ୟ କ୍ରିକେଟ ଖେଳିବାକୁ ଯାଇଥିଲେ । ସେଠାରେ ସେ ବଲିଂ କରୁଥିବା ବେଳେ ତାଙ୍କର ସାଙ୍ଗ ବ୍ୟାଟିଂ କରୁଥିଲେ । ସୌର୍ଯ୍ୟ ଯେମିତି ବଲ ପିଙ୍ଗିଛନ୍ତି ସାଙ୍ଗ ଜଣକ ଅଜଣାରେ ସୌର୍ଯ୍ୟ ଆଡକୁ ବଲ ମାରିଥିଲେ । ଫଳରେ ଉକ୍ତ ବଲଟି ସୌର୍ଯ୍ୟଙ୍କ ଗୁପ୍ତାଙ୍ଗରେ ଆସି ବାଜିଥିଲା । ଏବଂ ଘଟଣାସ୍ଥଳରେ ସୌର୍ଯ୍ୟଙ୍କ ମୃତ୍ୟୁ ହୋଇଥିଲା ।

ଅଧିକ ପଢନ୍ତୁ ଖେଳ ଖବର

ପୁଅର ମୃତ୍ୟୁକୁ ନେଇ ପରିବାରଲୋକ କହିଛନ୍ତି, ’ପୁଅର କ୍ରିକେଟ ଖେଳ ପ୍ରତି ଖୁବ ଦୁର୍ବଳତା ରହିଥିଲା । ସେ ସବୁବେଳେ କହୁ୍‌ଥିଲା ପାଠପଢ଼ା ସହିତ କ୍ରିକେଟରେ ତାର କ୍ୟାରିୟର ଗଢ଼ିବ । ତେଣୁ ଆମେ ବି ତାର ଇଚ୍ଛାରେ ବାଧା ଦେଇ ନଥିଲୁ । ସେ ଯେତେବେଳେ ଚାହୁଁଥିଲା ଖେଳିବାକୁ ଯାଉଥିଲା । କାରଣ ପାଠପଢ଼ାରେ ସେ ହେଳା କରେ ନାହିଁ । କିନ୍ତୁ ଏ କ୍ରି‌କେଟ ବଲ ଯେ ତାର କାଳ ହେବ ସେ କଥା ଆମେ ସ୍ବପ୍ନରେ ବି ଭାବି ନଥିଲୁ ।

MODI
1m ago
ପୁଣି ଓଡ଼ିଶାରେ ମୋଦି ଧମାକା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାରେ ମୋଦି ଧମାକା । ଆଜି ସକାଳୁ ସକାଳୁ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଗଲେ ପ୍ରଧାନମନ୍ତ୍ରୀ । ଆଉ କିଛି ସମୟ ପରେ ପୁରୀରେ ପହଞ୍ଚିବେ ମୋଦି। ମହାପ୍ରଭୁଙ୍
CYCLONE ALERT
16m ago
ପୁଣି ଓଡ଼ିଶାକୁ ବାତ୍ୟା ଭୟ, ବଙ୍ଗୋପସାଗରରେ ବାନ୍ଧୁଛିଦାନା
ଅର୍ଗସ ବ୍ୟୁରୋ : ପୁଣି ଓଡ଼ିଶାକୁ ଭୟ ଦେଖାଇଲାଣି ବାତ୍ୟା । ଆସନ୍ତା ୨୧ ତାରିଖ ବେଳକୁ ଦକ୍ଷିଣ-ପଶ୍ଚିମ ବଙ୍ଗୋପ ସାଗରରେ ସୃ‌ଷ୍ଟି ହୋଇପାରେ ବାତ୍ୟା । ଏହା ଉତ୍ତର-ପୂର୍ବ ଦିଗରେ ଗତ
LOK SABHA POLLS
32m ago
ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ
ଅର୍ଗସ ବ୍ୟୁରୋ : ଆଜି ଦେଶରେ ପଞ୍ଚମ ପର୍ଯ୍ୟାୟ ମତଦାନ । ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଲୋକସଭା ଆସନରେ ହେବ ଭୋଟଗ୍ରହଣ । ଉତ୍ତରପ୍ରଦେଶର ୧୪ ସିଟ୍, ମହାରାଷ୍ଟ୍ର ୧୩ଟି ସିଟ୍