ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ
by Argus News
Fri, Apr 12 | 5:47 p.m.

ମୟୂରଭଞ୍ଜ: ବେଆଇନ ଭାବେ ଚାଲିଥିଲା ବାଲି ଉତ୍ତୋଳନ । ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ । ଯାହା ଉପରେ ଆଜି ରୋକ୍ ଲଗାଇଛି ପ୍ରଶାସନ । ଆଜି ଉକ୍ତ ବାଲି ଖାଦାନ ଉପରେ ଜାରି ହୋଇଛି ୧୪୪ ଧାରା । ଉଦଳା ତହସିଲ ଅଧିନ ତେଲଦିହୁଡି ଠାରେ ପ୍ରବାହିତ ସୋନ ନଦୀର ତେଲଦିହୁଡି ଘାଟରେ ଚାଲିଥିଲା ବେଆଇନ ବାଲି ଖାଦାନ । ବିନା କୌଣସି ଅନୁମତିରେ ମାଫିଆମାନେ ସକ୍ରିୟ ହୋଇ ନଦୀରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚୋରି କରୁଥିଲେ । 

ଯାହାକୁ ନେଇ ଉଦଳା ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ଆଜି ଉକ୍ତ ବାଲିଘାଟରେ ୧୪୪ ଧାରା ଜାରି କରିଛି ତହସିଲ ପ୍ରଶାସନ । ତହସିଲଦାର ସତ୍ୟଜିତ୍ ମହାନ୍ତି ପୋଲିସ୍ ପ୍ରଶାସନ ଉପସ୍ଥିତିରେ ଉକ୍ତ ବାଲିଘାଟରେ ୧୪୪ ଧାରା ଜାରି କରିଥିଲେ । ଉକ୍ତ ବାଲିଘାଟର ସୀମା ନିର୍ଦ୍ଧାରଣ କରିବା ସହିତ ନାଲି ପତାକା ପୋତିଛି ତହସିଲ ପ୍ରଶାସନ ।  ତା ସହ ଏହି ବାଲିଘାଟ ସରକାରଙ୍କ ସମ୍ପତ୍ତି । ଏହାକୁ ଲୁଟ୍ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଫଳକ ମଧ୍ୟ ଲଗାଯାଇଛି । ଅଚାନକ ଭାବେ ତହସିଲଦାରଙ୍କ ଏପରି ଆକ୍ସନ ଦେଖି ମାଫିଆମାନେ ଏବେ ପୁରା ଛାନିଆ ।

ଆହୁରି ପଢନ୍ତୁ ଓଡିଶା ଖବର... 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍