ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ 3 ଲକ୍ଷ ଟଙ୍କାର ସୁନା
by Argus News
Fri, Apr 12 | 1:53 p.m.

ଭୁବନେଶ୍ୱର: ନୟାନ୍ତ କଲେଣି ଲୁଟେରା । ଘର ମାଲିକଙ୍କୁ ବନ୍ଦ କରି ଘରୁ ଲୁଟିନେଲେ ସୁନା ଓ ଟଙ୍କା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପାହାଳ ଥାନା ଅନ୍ତର୍ଗତ ଜୟପୁର ଠାରେ । ଜୟପୁର ପ୍ଲଟ ନମ୍ବର ୧୦୧୯/୨୦୬୯ ରେ ଥିବା ଶରତ ମହାନ୍ତିଙ୍କ ଘରୁ ବଡି ଭୋରରୁ ଲୁଟ କରିଛନ୍ତି ଲୁଟେରା । 

ଲୁଟେରା ପର୍ଶୁରାମ ଗିରି ଗିରଫ

ଛାତ ଉପରୁ ଘରକୁ ପଶି ଘର ମାଲିକ ଶୋଇଥିବା ଘରକୁ ବାହାର ପଟୁ ବନ୍ଦ କରିଥିଲେ ଲୁଟେରା । ପ୍ରାୟ 3 ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ ଘରେ ଥିବା ଟଙ୍କା ଲୁଟ କରିଛନ୍ତି । ଘଟଣାସ୍ଥଳରେ ପାହାଳ ଥାନା ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଛନ୍ତି । ଲୁଟେରା ପୂର୍ବରୁ ଠାବ କରିଥିବା ଜାଣିବାକୁ ପାଇଛି ପୋଲିସ । 

ବାରମ୍ବାର ରାଜଧାନୀରେ ଏହି ଘଟଣା ସାମନାକୁ ଆସୁଛି । ରାଜଧାନୀର ରହିବାକୁ ଲୋକେ ସୁରକ୍ଷିତ ମଣେ କରୁନାହାନ୍ତି । କେତେବେଳେ ଆପାର୍ଟମେଣ୍ଟରେ ତ କେତେବେଳେ ଘରେ ପଶି ଲୁଟ୍ କରୁଛନ୍ତି ଲୁଟେରା । ସ୍ଥିତି ଏମିତି ହେଲାଣି ଯେ, ଘର ତାଲା ପକାଇ କୁଆଡେ ଯିବାକୁ ଲୋକେ ଭୟ କରୁଛନ୍ତି । 

ଆହୁରି ପଢନ୍ତୁ ଅପରାଧ ଖବର...

MODI
3m ago
ମହାପ୍ରଭୁଙ୍କୁ ଦର୍ଶନ କଲେ ମୋଦି, ଦର୍ଶନ କରିସାରିବା ପରେ ଆରମ୍ଭ କରିବେ ରୋଡ଼ ସୋ'
ଅର୍ଗସ ବ୍ୟୁରୋ : ଶ୍ରୀମନ୍ଦିର ପଞ୍ଚିଲେ ମୋଦି । ସକାଳୁ ସକାଳୁ ଭୁବନେଶ୍ବର ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପୁରୀରେ ପଞ୍ଚିବା ପରେ ମହାପ୍ରଭୁଙ୍କ
ACCIDENT
4m ago
କାର୍ ଓ ବାଇକ ଧକ୍କା, ଦୁଇ ଗୁରୁତର
ଅର୍ଗସ ବ୍ୟୁରୋ: ଜାତୀୟ ରାଜପଥ ନଂ 57 ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ କାର୍ ସହିତ ବାଇକର ମୁହଁlମୁହିଁ ଧକ୍କା ହୋଇଛି। ଫଳରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି l
BJP
26m ago
ଜମ୍ମୁ-କାଶ୍ମୀରରେ କଡା ସୁରକ୍ଷା : ପୂର୍ବତନ ସରପଞ୍ଚଙ୍କୁ ହତ୍ୟା, ପର୍ଯ୍ୟଟକ ଦମ୍ପତି ଗୁରୁତର
ଅର୍ଗସ ବ୍ୟୁରୋ : ପୁଣି ଜମ୍ମୁ-କାଶ୍ମୀରରେ ଦୁଇ ଦୁଇଟି ଆତଙ୍କୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ସୋପିଆନରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନନ୍ତନାଗରେ ପର୍ଯ୍ୟଟକ ଦମ୍ପତ୍ତ