ଡାଇବେଟିସ୍ ଦୂର କରେ ଏହି ଫଳ
by Argus News
Sat, May 04 | 5:45 p.m.

ଅର୍ଗସ ବ୍ୟୁରୋ : ବଢିଚାଲିଛି ଡାଇବେଟିସ୍ ରୋଗ । ସାରା ଦୁନିଆ ସହ ଭାରତରେ ମଧ୍ୟ ବହୁତ ସ୍ପିଡରେ ବଢିଚାଲିଛି ଏହି ରୋଗ । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଅନୁମାନନୁସାରେ, ୧୮ବର୍ଷରୁ ଅଧିକ ୭.୭ କୋଟି ଲୋକଙ୍କୁ ଟାଇପ ୨ ଡାଇବେଟିସ୍ ରୋଗରେ ପିଡିତ ଅଛନ୍ତି । ବଢିଚାଲିଥିବା ଏହି ରୋଗର କିପରି ନିରାକରଣ ହୋଇପାରିବ ସେ ନେଇ ବିଭିନ୍ନ ପ୍ରକାରର ରିସର୍ଚ୍ଚ କରାଯାଉଛି । ଏହି ରିସର୍ଚ୍ଚରୁ ଜଣାପଡିଛି, ମହିଳା ମାନେ ଯଦି କିଛି ଦିନ ଏକ ନିଦ୍ଦିଷ୍ଟ ଫଳ ଖାଇବେ ତାହେଲେ ଏହି ଦୁଇଟି ଭୟଙ୍କର ରୋଗରୁ ମୁକ୍ତି ମିଳିପାରିବ ।
ତେବେ ଆସନ୍ତୁ ଜାଣିବା ଏହି ଫଳର ନାଁ କଣ ? କେତେବେଳେ ଏହି ଫଳକୁ ଖାଇବା ଦରକାର ? 
ରିସର୍ଚ୍ଚରୁ ଜଣାପଡିଛି ଯେ, ସବୁବେଳେ କିଛି ମାତ୍ରାରେ ଆଭୋକାଡୋ ଫଳ ଖାଇବା ଦ୍ଵାରା ଟାଇପ ୨ ଡାଇବେଟିସ୍ ରୋଗର ନିରାକରଣ ହୋଇପାରିବ । ଏହି ଫଳରେ ଗ୍ଲାଇସେମିକ୍ ଇଣ୍ଡେକ୍ସ, ସୁକ୍ରୋଜ୍ ଓ ଗ୍ଲୁକୋଜର ପରିମାଣ କମ୍ ଥିବା ହେତୁ ଏହି ପଳ ଡାଇବେଟିସ୍  ରୋଗିଙ୍କ ପାଇଁ ଲାଭବାନ ଅଟେ । ଏହି ଫଳରେ ୭ ପ୍ରତିଶତ କାର୍ବେନ ଥିବାରୁ ଏହା ବ୍ଲଡ ସୁଗର ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ । ଏହି ଆଭୋକାଡୋ ଫଳ ଖାଇବା ଦ୍ଵାରା ହାର୍ଟ ରୋଗରୁ ମୁକ୍ତି ମିଳେ ।

ଅଧିକ ପଢନ୍ତୁ ଭାରତ ଖବର 

ଡାକ୍ତରଙ୍କ ମତନୁସାରେ, ଆଭୋକାଡୋରେ ଭରପୂର ମାତ୍ରାରେ ପୋଷକ ତତ୍ତ୍ଵ ଭରି ରହିଛି । ହଳଦୀ, ଫାଇବର, ଭିଟାମିନ୍, ମିନେରାଲ୍ସ ଓ ଫାଇଟ୍ରୋପୋଷକ ତତ୍ତ୍ଵ ବହୁ ମାତ୍ରାରେ ମିଳିଛି । ଯାହା ଡାଇବେଟିଜକୁ ଦ୍ଵର କରିବାରେ ସହାୟକ ହେବ । ସେପଟେ, ୨୫,୬୪୦ ଲୋକଙ୍କ ଉପରେ ଏହି ପରୀକ୍ଷଣ କରାଯାଇଥିଲା । ଯେଉଁଥିରେ ୬୦ ପ୍ରତିଶତରୁ ଅଧିକ ମୋଟାପଣର ଶିକାର ହୋଇଛନ୍ତି । ଏଥରେ ୪୫ ପ୍ରତିଶତ ପୁରୁଷ ଓ ୫୫ ପ୍ରତିଶତ ମହିଳା ରହିଥିଲେ । ପୁରୁଷ ମାନଙ୍କୁ ସବୁ ଦିନ ୩୪.୭ ଗ୍ରାମ ଓ ମହିଳା ମାନଙ୍କୁ ୨୯.୮ ଗ୍ରାମ ଆବୋକାଡେ ଖାଇବାକୁ ଦିଆଯାଇଥିଲା । 
ବୟସ, ଓଜନ, ଶାରୀରିକ ସନ୍ତୁଳନକୁ ଦେଖିବାକୁ ଗଲେ ପରୁଷଙ୍କ ତୁଳନାରେ  ମହିଳା ମାନଙ୍କର ଡାଇବେଟିଜ ରୋଗର ମାତ୍ରା କମ୍ ଦେଖିବାକୁ ମିଳିଥିଲା । ଧୂମ୍ରପାନ ଓ ନିଶା କରୁଥିବା ଲୋକଙ୍କ ଠାରେ ଏହି ଡାଇବେଟିସ୍ ରୋଗର ମାତ୍ରା ଅଧିକ ଦେଖିବାକୁ ମିଳିଥାଏ । 

ଏମ୍ସରୁ ସୁସ୍ଥ ହୋଇ
10m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ
ରିଗିଂ ଅଭିଯୋଗ
22m ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ
୪୭ନଂ ବୁଥରେ
36m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ