୫୦୦ ବର୍ଷ ପ୍ରତୀକ୍ଷାର ଅନ୍ତ , ଆସ୍ଥାନରେ ବିରାଜମାନ ରଘୁନନ୍ଦନ
by Argus News
Mon, Jan 22 | 6:45 p.m.

ଅର୍ଗସ ବ୍ୟୁରୋ : ଗଗନରେ ରାମ, ପବନରେ ରାମ, ଆକାଶରେ ରାମ, ଧରିତ୍ରୀରେ ରାମ । ଏଠି ନିଶ୍ବାସରେ ବି ରାମ ପ୍ରଶ୍ବାସରେ ବି ରାମ । ସବୁଆଡେ ଖାଲି ରାମଙ୍କ ନାମ ।କି ଅଦ୍ଭୁଦ ସେ ଚକ୍ଷୁ ଯୁଗଳ, କେଡେ କାନ୍ତ କମନୀୟ ସେ ରୂପ ।ଓଠରେ ମନ୍ଦ ମନ୍ଦ ହସ, ମଥାରେ ଝଟକୁଛି ତିଲକ।ସେ ଅପୂର୍ବ ରୂପକୁ ଦେଖି କ୍ଷଣେ ଅଟକି ଯାଏ ମନ । ଧନ୍ୟ ହେଲା ଜୀବନ ତୁମକୁ ପାଇ ହେ ରଘୁନନ୍ଦନ ।  ସତେ ଯେମିତି ସେ ବି ଅପେକ୍ଷା କରି ରହିଥିଲେ ନିଜ ଜନ୍ମସ୍ଥାନକୁ ଫେରି ଆସିବା ପାଇଁ ।   ଆଜି ଆସ୍ଥାନରେ ବିରାଜମାନ କରିଛନ୍ତି ମୋ ପ୍ରଭୁ ଶ୍ରୀରାମ । ଅନ୍ତ ହୋଇଛି ଦୀର୍ଘ ୫୦୦ ବର୍ଷ ପ୍ରତୀକ୍ଷାର ।

ଏହି ଶୁଭ ମୁହୂର୍ତ୍ତକୁ ଆଣିବା ପାଇଁ କେଜାଣି କେତେ କରସେବକଙ୍କ ପ୍ରାଣ ଯାଇଥିଲା । କେତେ ମହାନ ସାଧୁ ସନ୍ଥ ନିଜର ପ୍ରାଣବଳୀ ଦେଇଥିଲେ, କାରାଗାରରେ ବନ୍ଦୀ ହୋଇଥିଲେ । ସେ ରକ୍ତରଞ୍ଜିତ ଇତିହାସକୁ ମନେ ପକାଇ ଭାବବିହ୍ବଳ ହୋଇ ପଡିଛନ୍ତି ରାମଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ସଂଘର୍ଷ କରିଥିବା ସାଧୁସନ୍ଥ ।
ଆଜି ସବୁ ଅପେକ୍ଷାର ଅନ୍ତ ଘଟିଛି । ଅନେକ ଘାତ ପ୍ରତିଘାତ ପରେ ଅଯୋଧ୍ୟା ଭୂମିକୁ ଫେରିଆସିଛନ୍ତି ଅଯୋଧ୍ୟାର ପ୍ରାଣ ରଘୁନନ୍ଦନ । ନିଜ ଆସ୍ଥାନ ଗ୍ରହଣ କରି ଭାରତବାସୀଙ୍କୁ କୃତ୍ୟକୃତ୍ୟ କରିଦେଇଛନ୍ତି । ସେ ଅପୂର୍ବ କାନ୍ତ, କମନୀୟ ବିଗ୍ରହକୁ ଦେଖି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଚକ୍ଷୁଯୁଗଳ ଧନ୍ୟ ହୋଇଯାଇଛି । ଆଜି ନାଚି ଉଠୁଛି ଅଯୋଧ୍ୟା । ଶ୍ରୀରାମଙ୍କ ସ୍ବାଗତରେ ଆକାଶରେ ବର୍ଷା ହେଉଛି ଫୁଲ । ସବୁରୀ ମୁହଁରେ ସେଇ ଗୋଟିଏ ନାମ, ଜୟ ଶ୍ରୀରାମ ।
 

ସନାତନ ଧର୍ମ ଇତିହାସ ରଚିଲା । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ହେଲା  । ରାମରାଜ୍ୟ ହୋଇଗଲା ଅଯୋଧ୍ୟା । ଏବେ ସମୟ ଆଉ ପଛକୁ ଫେରି ଚାହିଁବାକୁ ନୁହେଁ, ଏବେ ସେଇ ସଂଘର୍ଷମୟ ଇତିହାସକୁ ପଛରେ ପକାଇ ରଘୁନନ୍ଦନଙ୍କ ଆଗମନର ଉତ୍ସବକୁ ମନଭରି ଉପଭୋଗ କରିବାର ସମୟ  । ଏବଂ ଏଇ ଦିବ୍ୟ ମୁହୁର୍ତ୍ତକୁ ଫେରାଇ ଆଣିବାରେ ସଫଳ ହୋଇଥିବା ଆମର ପ୍ରଧାନମନ୍ତ୍ରୀଙ୍କ ଏବଂ ରାମ ମନ୍ଦିରର ପ୍ରତିଷ୍ଠା ପାଇଁ ଲଢିଥିବା ସେଇ ମହାନ ସାଧୁସନ୍ଥଙ୍କୁ ମଧ୍ୟ ହୃଦୟଭରା ଶୁଭେଚ୍ଛା 

 

MODI
9m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
50m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ