ରେଡ୍ କାର୍ପେଟରେ ଡିଜାଇନର ସବ୍ୟାସାଚୀଙ୍କ ଶାଢ଼ୀ ପିନ୍ଧି ଚମକିଲେ ଆଲିଆ
by Argus News
Tue, May 07 | 11:14 a.m.

ଅର୍ଗସ ବ୍ୟୁରୋ:  ପୁଣି ଚର୍ଚ୍ଚାରେ ଗଙ୍ଗୁବାଈ। ମାନେ ବଲିଉଡର ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ। Met Gala 2024ର ଇଭେଣ୍ଟରେ ଆଲିଆ ଭଟ୍ଟ ଭାରତୀୟ ପରିଧାନରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲେ । ରାଜକୁମାରୀ ବା ପରୀ ଠାରୁ କମ୍ ଲାଗୁନଥିଲେ । ବିଶିଷ୍ଟ ଫ୍ୟାଶନ୍ ଡିଜାଇନର ସବ୍ୟସାଚୀଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ଶାଢ଼ୀରେ ରେଡ୍ କାର୍ପେଟରେ ନଜର ଆସିଥିଲେ ।

ଫ୍ୟାନ୍ସମାନେ ତାଙ୍କୁ ପ୍ରଶଂସାରେ ପୋତି ଦେଇଛନ୍ତି । ଏହି ବିଶେଷ ଶାଢ଼ୀକୁ ପ୍ରସ୍ତୁତ କରିବା ପାଇଁ ୧୬୩ କାରୀଗର ନିୟୋଜିତ ହୋଇଥିଲେ । ପ୍ରାୟ ୧୯୬୫ ଘଣ୍ଟାର ପରିଶ୍ରମ ପରେ ଏହି ସୁନ୍ଦର ଶାଢ଼ୀ ପ୍ରସ୍ତୁତ ହୋଇଥିଲା । ଆଲିଆ ଭଟ୍ଟ ନିଜ ଇନଷ୍ଟାଗ୍ରାମ ମାଧ୍ୟମରେ ଶାଢ଼ୀ ପିନ୍ଧିବା ଅନୁଭୂତିକୁ ପ୍ରକାଶ କରିଛନ୍ତି । ଏହି ଇଭେଣ୍ଟର କିଛି ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଶାଢ଼ୀ ପରମ୍ପରା ଏବଂ ନବସୃଜନର ପ୍ରତୀକ । ସବ୍ୟସାଚୀ ଏହାକୁ ବହୁତ ସୁନ୍ଦର ଭାବରେ ପ୍ରସ୍ତତ କରିଛନ୍ତି । ଏହା ସହ ଏହି ଶାଢ଼ୀରେ ପୃଥିବୀ, ଆକାଶ ଏବଂ ସମୁଦ୍ରର ରଂଗ ସମାହିତ ଅଛି ଯାହା ଏହି ଶାଢ଼ୀର ସୁନ୍ଦରତାକୁ ଆହୁରୀ ବୃଦ୍ଧି କରୁଛି । ଏହି ଶାଢ଼ୀ ତିଆରି କରିବା ନୂତନ ଅନୁଭବ ସହ ମଜାଦାର ଏବଂ ଷ୍ଟ୍ରେସଫୁଲ୍ ଥିଲା ।’

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

HELICOPTER CARRYING
କୁହୁଡ଼ି ଓ ଖରାପ ପାଗ ଏହି ଦୁର୍ଘଟଣାର କାରଣ ବୋଲି କୁହାଯାଉଛି
ଅର୍ଗସ ବ୍ୟୁରୋ : ଇରାନରେ ଘଟିଲା ବଡ଼ ଦୁର୍ଘଟଣା । ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କୁ ନେଇ ଯାଉଥିବା ହେଲିକପ୍ଟର ରବିବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି, ଏହା ପରେ ଜରୁରୀକାଳୀ
ରୋଡ ସୋ'
ରାଜଭବନରେ ପ୍ରଧାନମନ୍ତ୍ରୀ, କାଲି ମୋଦିଙ୍କ ରୋଡ ସୋ'
ଭୁବନେଶ୍ୱର: ରାଜଭବନ ଅଭିମୁଖେ ପ୍ରଧାନମନ୍ତ୍ରୀ। ପରିଚାଳନା କମିଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ କରି ରାଜଭବନରେ ଅଭିମୁଖେ ଯାଉଛନ୍ତି ମୋଦି। ରାଜଭବନରେ ରାତ୍ରୀଯାପ
PM MODI
ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍ୟ ମାନଙ୍କ ସହ କଲେ ଆଲୋଚନା
ଅର୍ଗସ ବ୍ୟୁରୋ : ଗୁରୁ ମନ୍ତ୍ର ବି ଦେଲେ ମୋଦି । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ । ପ୍ରାୟ ୩୦ ମିନିଟ ଧରି କମିଟିର ସଦସ୍