ଖରାଦିନେ ସତ୍ତୁ ପାଣି ପିଉଛନ୍ତି କି?
by Argus News
Sun, May 05 | 1:12 p.m.

ଅର୍ଗସ ବ୍ୟୁରୋ: ଗରମ ଦିନେ ସମସ୍ତଙ୍କୁ କିଛି ଥଣ୍ଡା ଜିନିଷ ଖାଇଵାକୁ ଏବଂ ପିଇଵାକୁ ଭଲଲାଗେ। ଯାହାଦ୍ବାରା ପେଟ ଥଣ୍ଡା ରହେ। ଏମିତି ଏକ ଖାଦ୍ୟ ଅଛି ଯାହାକୁ ଆପଣ ଜାଣିଥିବେ କିନ୍ତୁ ତା'ର ଏତେ ସବୁ ଉପକାରିତା ଥିବ କେବେ ଭାବିନଥିବେ। ତାହା ହେଉଛି ସତ୍ତୁ। ପ୍ରଚଣ୍ଡ ତାତିର ସମାଧାନ ହେଉଛି ସତ୍ତୁ ପାଣି। ଏହା କେବଳ ପେଟକୁ ଥଣ୍ଡା ରଖେ ନାହିଁ ବରଂ ସଂଷ୍ଟ୍ରୋକରୁ ମଧ୍ୟ ବଞ୍ଚାଇଥାଏ।

ତେବେ ଜାଣନ୍ତୁ ସତ୍ତୁ କିପରି ତିଆରି କରିବେ ଏବଂ ତାର ଉପକାରିତା :-
ଆପଣ ସତ୍ତୁକୁ ଖାଲି ପେଟରେ କିମ୍ବା ଜଳଖିଆ ସହିତ ପିଇପାରିବେ । ଏଥିପାଇଁ ୧ ଗ୍ଲାସ୍ ସାଧା ପାଣି ନିଅନ୍ତୁ ଏବଂ ସେଥିରେ ୨ରୁ୩ ଚାମଚ ସତ୍ତୁକୁ ମିଶାନ୍ତୁ । ବର୍ତ୍ତମାନ ଏଥିରେ କଳା ଲୁଣ, ଜିରା ପାଉଡର, କିଛି ଲେମ୍ବୁ ମିଶାଇ ପିଅନ୍ତୁ । 

ଖାଲି ପେଟରେ ସତ୍ତୁ ପିଇବାର ଫାଇଦା:
ଖାଲି ପେଟରେ ସତ୍ତୁ ଖାଇବା ଦ୍ବାରା ଓଜନ ହ୍ରାସ ପାଇଥାଏ। ଏହା ଶରୀରରେ ବ୍ଲୋଟିଂ କମ୍ କରେ, ମେଟାବୋଲିଜିମ୍ କୁ ବଢ଼ାଏ, କ୍ୟାଲୋରୀ ଘଟାଏ ଏବଂ ଗ୍ୟାସ ସମସ୍ୟା ଦୂର କରେ।

ଷ୍ଟ୍ରୋକ ଏବଂ ଖରାରୁ ରକ୍ଷା କରେ:
ଗରମ  ଦିନରେ ସତ୍ତୁ ପିଇବା ଦ୍ଵାରା ଗରମରୁ ରକ୍ଷାମିଳିଥାଏ ।  ସୂର୍ଯ୍ୟ କିରଣର ପ୍ରଭାବକୁ ହ୍ରାସ କରିବାରେ ସତ୍ତୁ ମଧ୍ୟ ସହାୟକ ହୋଇଥାଏ । ସତ୍ତୁ ପିଇଵା ଦ୍ଵାରା ଶରୀରରେ ଜଳୀୟ ଅଶଂ ଵଢିଥାଏ। ଗରମରୁ ରକ୍ଷା ପାଇବା ପାଇଁ, ପ୍ରତିଦିନ ସକାଳେ ସତ୍ତୁ ପିଇବା ଆବଶ୍ୟକ ।

ଶରୀରକୁ ହାଇଡ୍ରେଟ୍ ରଖେ:
ଖରାଦିନରେ ସତ୍ତୁ ପିଇଲେ ଶରୀରକୁ ହାଇଡ୍ରେଟ୍ ରଖେ । ଡିହାଇଡ୍ରେସନ୍ ହେଲେ ସତ୍ତୁ ପିଇପାରିଵେ। ସତ୍ତୁ ପିଇବା ଦ୍ବାରା ରକ୍ତ ସଞ୍ଚାଳନ ଭଲ ହୋଇଥାଏ।

ହଜମ ଶକ୍ତି ବଢ଼ାଏ:
ସତ୍ତୁ ପିଇବା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ। ଏଥିରେ ରିଚ୍ ଫାଇବର ଥାଏ ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ । ଶରୀରରେ ଜମା ହୋଇଥିବା ମଇଳା ସଫା କରିବାରେ ମଧ୍ୟ ସତ୍ତୁ ସାହାଯ୍ୟ କରିଥାଏ ।

ତେବେ ସତ୍ତୁ ଦେଖିବାକୁ ସାଧାରଣ ଲାଗେ କିନ୍ତୁ ଏଥିରେ ଅନେକ ଓୌଷଧୀୟ ଗୁଣ ରହିଥାଏ ଯାହା ସ୍ବାସ୍ଥ୍ୟ ପାଇଁ ଲାଭବାନ୍ ହୋଇଥାଏ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର

MODI
9m ago
ଅନୁଗୁଳ ସଭାରୁ ଫେରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ : କଟକରେ ପହଞ୍ଚିଲେ ମୋଦି । ଅନୁଗୁଳରେ ସାଧରଣସଭା ଶେଷ କରି କଟକରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳେ ପୁରୀରେ ରୋଡ଼ ଶେଷ କରି ଅନୁଗୁଳ ଗସ୍ତ କରିଥିଲେ
PM MODI
50m ago
'ଓଡିଶାରେ ଗୋଟିଏ ନାରା...ପ୍ରଥମ ଥର ହେବ ଡବଲ ଇଞ୍ଜିନ ସରକାର'
ଅନୁଗୁଳ: ଅନୁଗୁଳରେ ନିର୍ବାଚନୀ ସଭା ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଓଡିଶା କଳାର ଧାମ୍ ...ପ୍ରତି ଘରେ କଳା ରହିଛି । ମହିମା ଗୋଷେଇଁ, ଭୀମ ଭୋଇଙ୍କ ସ୍ମୃତିକୁ ମନେପକାଇଲେ ମୋଦ
PM
ପୁରୀ ରୋଡ଼ ସୋ' ଶେଷ କରି ଅନୁଗୁଳ ପହଞ୍ଚିଲେ ମୋଦି
ଅର୍ଗସ ବ୍ୟୁରୋ : ଅନୁଗୁଳରେ ପହଞ୍ଚିଲେ ମୋଦି । ପୁରୀ ରୋଡ଼ ସୋ' ଶେଷ କରି ଅନୁଗୋଳ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ସେଠାରେ ସାଧାରଣ ସଭାରେ ଯୋଗ ଦେବେ । ସେଠାରେ ସଭା ଶେଷ କରି ୧୧ଟ